କଟକ ବଡ ଡାକ୍ତରଖାନାରେ କରୋନା ଟେଷ୍ଟ ଆରମ୍ଭ, ଭୀମ୍ସାର ଏବଂ ଏମ୍କେସିଜିରେ ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ, ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ସବୁ ଜିଲ୍ଲାରେ ହେବ କରୋନା ହସ୍ପିଟାଲ୍
31/03/2020 at 7:27 PM

କଟକ ୩୧।୦୩: ସାରାଦେଶରେ କରୋନା ସ୍ଥିତି ଅତି ଉଦ୍ବେଗଜନକ ରହିଛି । ତେବେ ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର । ଏସସିବି ମେଡ଼ିକାଲରେ ଆରମ୍ଭ ହେଲା କରୋନା କରୋନା ଟେଷ୍ଟ। ପୂର୍ବରୁ ଆରଏମଆରସି, ଏମ୍ସ ଏବଂ ଆପୋଲୋରେ କୋଭିଡ 19 ପରୀକ୍ଷା ପାଇଁ ବ୍ୟବସ୍ଥା ଥିବା ବେଳେ ଏବେ ଏସସିବି ମେଡ଼ିକାଲ ପରୀକ୍ଷା କରିବା ପାଇଁ ଆଇସିଏମଆର ଅନୁମତି ଦେଇଛି।
ସେହିପରି ବୁର୍ଲା ଭିମସାର ଏବଂ ବ୍ରହ୍ମପୁର ଏମକେସିଜିରେ କୋଭିଡ 19 ପରୀକ୍ଷା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସେହପରି ସବୁ ଜିଲ୍ଲାରେ କରୋନା ହସ୍ପିଟାଲ ଖୋଲାଯିବ। ଘରୋଇ ହସ୍ପିଟାଲ ସହାୟତାରେ ଏସବୁ କୋଭିଡ 19 ହସ୍ପିଟାଲ ଖୋଲାଯିବ। ଝାରସୁଗୁଡା଼ର କେୟାର ହସ୍ପିଟାଲ ସହାୟତାରେ କରୋନା ହସ୍ପିଟାଲ ଖୋଲାଯିବ