Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

UPରେ ବିଧାନସଭାର ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ ହେବ କୋଭିଡ଼ ଟେଷ୍ଟ

19/08/2020 at 12:31 PM

ଲକ୍ଷ୍ନୌ ୧୯।୦୮: ଉତ୍ତରପ୍ରଦେଶର ବିଧାନସଭା ଅଧିବେଶନ ୨୦ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି । ତେବେ ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟ ସଚ୍ଚିବାଳୟର ୨୪କର୍ମଚାରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା, ଯାହାପରେ ସେମାନଙ୍କ ରିପୋର୍ଟ ପିଜିଟିଭ୍‌ ଆସିଛି । ଏହାପରେ ଅଧିବେଶନରେ ଯୋଗଦେବାକୁ ଥିବା ସମସ୍ତ ସଦସ୍ୟଙ୍କ କୋଭିଡ଼ ଯାଞ୍ଚ କରାଯିବ । ଅଧିବେଶନ ପୂର୍ବରୁ ସମସ୍ତଙ୍କ କରୋନା ଟେଷ୍ଟ କରାଯାଉଛି । ଅଧିବେଶନରେ ପ୍ରବେଶ କରିବାକୁ ହେଲେ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ଦରକାର ବୋଲି ଜଣାପଡିଛି । ରାଜ୍ୟରେ ସଂକ୍ରମଣ ଚେନ୍‌କୁ ଭାଙ୍ଗିବା ପାଇଁ ଏହି ଉଦ୍ୟମ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।  

କରୋନା ମହାମାରୀ ମଧ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଉତ୍ତରପ୍ରଦେଶର ବିଧାନସଭା ଅଧିବେଶନ । ତେବେ ଏହି ଅଧିବେଶନ ପୂର୍ବରୁ ସୋମବାର ଦିନ ସଚ୍ଚିବାଳୟର ୬୨୨ଅଧିକାରୀ ଓ କର୍ମୀଙ୍କ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୨୪ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଏହାପରେ ଆକ୍ସନ ମୋଡରେ ଆସିଛନ୍ତି ଉତ୍ତରପ୍ରଦେଶ ସରକାର । ସମସ୍ତ ବିଧାୟକ ଓ ତାଙ୍କ ଷ୍ଟାପ୍‌ଙ୍କ କରୋନା ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭା ଅଧିବେଶନରେ ଯୋଗଦେବାକୁ ହେଲେ, ନିଜର କରୋନା ଟେଷ୍ଟ କରିବା ବାଧ୍ୟତାମୂଳକ ବୋଲି ସରକାର କହିଛନ୍ତି । ଯଦି କାହା ରିପୋର୍ଟ ନେଗେଟିଭ୍‌ ଆସିଲେ , ତେବେ ତାଙ୍କର ଚିକିତ୍ସା କରାଯିବ ।

ବିଧାନସଭା ବାଚସ୍ପତି କହିଛନ୍ତି ଯେ, ବିଧାନସଭାର ସମସ୍ତ କର୍ମଚାରୀ , ସୁରକ୍ଷାରେ ନିୟୋଜିତ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଟେଷ୍ଟ କରାଯାଇଛି । ଏହାସହିତ ସମସ୍ତ ବିଧାୟକ, ଏମ୍‌ଏଲ୍‌ସିଙ୍କ କୋଭିଡ଼ ଟେଷ୍ଟ ଜାରି ରହିଛି । ତେବେ ଏହି ଅଧିବେଶନ ସମୟରେ ସମସ୍ତ ବିଧାୟକଙ୍କ ସହିତ ମିଡିଆ କର୍ମୀମାନଙ୍କ ମଧ୍ୟ ଥର୍ମଳା ସ୍କ୍ରିନିଂ କରାଯିବ । ତାପରେ ଯାଇ ସେମାନେ ବିଧାନସଭାରେ ପ୍ରବେଶ କରିପାରିବେ । ସେହିପରି ବିଧାୟକମାନଙ୍କୁ ଅନୁରୋଧ କରାଯାଇଛି ଯେ, ଅଧିବେଶନ ସମୟରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ନିଜ ସହିତ ଆଣନ୍ତୁନାହିଁ।

ସେପଟେ ଯୋଗୀ ସରକାରଙ୍କ ଜଣେ ମନ୍ତ୍ରୀ କରୋନା ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି । ସେ କହିଛନ୍ତି ଯେ, ତାଙ୍କର ଗତ ୧୫ତାରିଖ ଦିନ ଟେଷ୍ଟ ହୋଇଥିଲେ, ଯେଉଁଥିରେ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ସୋମବାର ଦିନ ରାତି ୯ଟାରେ ସେ ରାପିଡ଼୍‌ ଟେଷ୍ଟ କରିଥିଲେ, ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

   Related Posts