Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଦିଲ୍ଲୀର ନିଜାମୁଦ୍ଦୀନରେ ୨୦୦ କରୋନା ସଂକ୍ରମିତ ଆଶଙ୍କା, ପୁରା ଅଞ୍ଚଳକୁ ଘେରାବନ୍ଦୀ କଲା ପୋଲିସ: ଧାର୍ମିକ ସଭାରୁ ସଂକ୍ରମଣ

30/03/2020 at 8:26 PM

ନୂଆଦିଲ୍ଲୀ ୩୦।୦୩: ଦିଲ୍ଲୀର ନିଜାମୁଦ୍ଦୀନରେ  ଏକ ଆତଙ୍କିତ ପରିସ୍ଥିତି। ଅତି କମରେ ୨୦୦ ଲୋକ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା। ଏହି ଆଶଙ୍କାରେ ପୁରା ନିଜାମୁଦ୍ଦୀନକୁ ଘେରାବନ୍ଦୀ କରି ନେଇଛି ପୋଲିସ। ଏହି ଅଞ୍ଚଳରେ କିଛି ଦିନ ପୂର୍ବେ ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ସାମିଲ  ଲୋକଙ୍କଠାରେ କରୋନା ଭାଇରସର ଲକ୍ଷଣ ମିଳିବା ପରେ ସୋମବାର ନିଜାମୁଦ୍ଦୀନର ପୂରା ଇଲାକାକୁ କର୍ଡନ କରି  ନେଇଛି ପୋଲିସ। ଡ୍ରୋନ ସାହାଯ୍ୟରେ ପୂରା ଇଲାକା ଉପରେ ନଜର ରଖାଯାଉଛି। ଏହା ସହିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ୨୦୦ ଲୋକଙ୍କୁ ବସରେ ଭରି ହସ୍ପିଟାଲ ନିଆଯାଇଛି।  

ସାଉଥ ଇଷ୍ଟର ଡିସିପି ଆରପି ମୀଣା କହିଛନ୍ତି ଯେ, ଆମକୁ ଲକ୍‌ଡାଉନ୍‌ ସମୟରେ ନିଜାମୁଦ୍ଦୀନରେ ଏକ ଧାର୍ମିକ ସଭା ଆୟୋଜନ ପାଇଁ ନୋଟିସ୍ ମିଳିଥିଲା। ପୋଲିସ୍ ଅଧିକାରୀ କହିଛନ୍ତି ପ୍ରଶାସନର ଅନୁମତି ବିନା ନିଜାମୁଦ୍ଦୀନରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୨୦୦ ଜଣ ସାମିଲ ଥିଲେ। ଏମାନେ ସମସ୍ତେ ବାଂଲାଦେଶ, ଶ୍ରୀଲଙ୍କାର ନାଗରିକ ହୋଇଥିବା କୁହାଯାଉଛି। ଯଦି ଆବଶ୍ୟକ ପଡେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଆୟୋଜକଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବ।

ପୋଲିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେବେ ଆମକୁ ଜଣା ପଡିଲା ନିଜାମୁଦ୍ଦୀନରେ ଏମିତି ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା, ତୁରନ୍ତ ଆମେ କରୋନା ଭାଇରସର ପ୍ରସାର ରୋକିବା ପାଇଁ ଲାଗୁ ଲକ୍‌ଡାଉନ୍‌ ନିୟମ ଆଧାରରେ ଉଲ୍ଲଂଘନକାରୀଙ୍କୁ ନୋଟିସ୍ ଜାରି କରିଛୁ। ନିଜାମୁଦ୍ଦୀନ ଇଲାକାକୁ ଘେରାବନ୍ଦୀ କରିଛୁ।

ଧାର୍ମିକ କାର୍ଯ୍ୟକ୍ରମର ସାମିଲ ଅନେକ ଲୋକଙ୍କଠାରେ କରୋନା ଭାଇରସର ଲକ୍ଷଣ ମିଳିବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଯାଞ୍ଚ ଜାରି ରହିଛି। ଚଳିତ ମାସ ପ୍ରାରମ୍ଭରେ ଦିଲ୍ଲୀ ସରକାର ଧାର୍ମିକ, ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କାର୍ଯ୍ୟକ୍ରମ ସହିତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଉପରେ ମଧ୍ୟ ରୋକ୍ ଲଗା ଯାଇଥିଲା।

ଦୁଇ ବୃଦ୍ଧଙ୍କ ମୃତ୍ୟୁ

ନିଜାମୁଦ୍ଦୀନ ଇଲାକାରେ ସ୍ଥିତ ତବଲିଗି ମରକଜକୁ ଆସିଥିବା ଦୁଇ ଜଣ ବୃଦ୍ଧଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମାତ୍ର ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ବୃଦ୍ଧଙ୍କ ମୃତ୍ୟୁ କରୋନା ଭାଇରସ୍‌ରେ ହୋଇଛି ନା ନାହିଁ। ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ୨୦୦ ଲୋକଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଛଅ ଜଣ କରୋନା ପଜିଟିଭ୍ ଥିବା କୁହାଯାଉଛି। ୨୦୦ ଜଣଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ଉପରେ ହୋଇଥିବା କୁହାଯାଉଛି।

   Related Posts