କୋଭିଡ୍-୧୯: ଆଣ୍ଟିବଡିଜ୍ ଉତ୍ପନ କରୁଥିବା ନୂତନ ଟିକା ବିକଶିତ କଲେ ବୈଜ୍ଞାନିକ

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧।୦୭: କରୋନା ଭାଇରସ୍‌ ଭାକସିନ ପାଇଁ ସାରା ବିଶ୍ଵରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ସମୟରେ ଏକ ଅଧ୍ୟୟନ ଅନୁଯାୟୀ ବୈଜ୍ଞାନିକମାନେ ଏମିତି ଏକ କୋଭିଡ୍-୧୯ ଟିକା ବିକଶିତ କରିଛନ୍ତି, ଯେଉଁଥିରୁ ଆଣ୍ଟି ବଡିଜ୍ ଉତ୍ପନ ହେଉଛି। ଏହା ମୂଷା ଓ ସ୍ତନ୍ୟପାୟୀ ପ୍ରାଣୀଙ୍କଠାରେ ଗୋଟିଏ ଟିକାରେ କରୋନା ଭାଇରସ୍‌କୁ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ କରି ଦେଉଛି।

ଏହାର ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କ ମଧ୍ୟରେ ଭାରତୀୟ ମୂଳ ନିବାସୀ ବୈଜ୍ଞାନିକ ମଧ୍ୟ ସାମିଲ। ଆମେରିକା ସ୍ଥିତ ବାୟୋଟେକ୍ କମ୍ପାନୀ ପିଏଆଇ ଲାଇଫ ସାଇସେନ୍ସର ଅମିତ୍ ଖଣ୍ଡାରଙ୍କ ସହିତ ଗବେଷକ କହିଛନ୍ତି ମାଂସପେଶୀରେ ଇଞ୍ଜେକ୍ସନ ଲଗାଇବାର ଦୁଇ ସପ୍ତାହ ଭିତରେ ଟିକାର ପ୍ରଭାବ ଆରମ୍ଭ ହୋଇଥାଏ।

‘ସାଇନ୍ସ ଟ୍ରାନ୍ସଲେସନାଲ ମେଡିସିନ’ ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ରିପ୍ଲେକେଟିଙ୍ଗ ଆରଏନଏ ଭାକସିନର ପ୍ରଭାବ ମୂଷାଙ୍କଠାରେ ସକରାତ୍ମକ ରହିଛି। ଶରୀରରେ ଆଣ୍ଟିବଡିଜ୍ ଉତ୍ପନ ହେଉଛି, ଯାହା କରୋନାକୁ ପ୍ରଭାବହୀନ କରୁଛି। ବୈଜ୍ଞାନିକ କହିଛନ୍ତି ଏହି ପ୍ରକାରର ଟିକା ଶରୀରରେ ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି କରିଥାଏ।

ସେ କହିଛନ୍ତି, ଆମେରିକା ସ୍ଥିତ ଜୈବ ପ୍ରଦୌଗିକି କମ୍ପାନୀ ଏଚଡିଟି ବାୟୋ କର୍ପୋରେସନ ଦ୍ଵାରା ବିକଶିତ ଲିପିଡ୍ ଇନଅର୍ଗାନିକ ନାନୋପାର୍ଟିକିଲ(ଏଲଆଇଓଏନ) ରାସାୟନିକ ପ୍ରଣାଳୀର ଉପଯୋଗ କରି ଆରଏନଏ ଭାକସିନକୁ କୋଷିକା ଭିତରେ ପ୍ରବେଶ କରାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.