Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କରୋନାରେ ଆଶ୍ୱସ୍ତିର ଖବର ! ଭାରତରେ ହ୍ରାସ ହେଉଛି ସଂକ୍ରମଣର R-value, ତଥାପି ବଡ଼ ସହରାଞ୍ଚଳ ଲାଗି ଟଳିନି ବିପଦ

21/09/2021 at 9:19 PM

ଚେନ୍ନାଇ ୨୧।୯:  କରୋନା ଭାଇରସର ତୀବ୍ରତା ଦର୍ଶାଉଥିବା ଆର-ଭାଲ୍ୟୁ ଦେଶରେ କ୍ରମଶଃ ହ୍ରାସ ହେଉଛି। ଭୂତାଣୁ ସଂକ୍ରମଣର ଗବେଷଣା କରୁଥିବା ବୈଜ୍ଞାନିକମାନେ ଏହି ସୂଚନା ଦେଇଛନ୍ତି। ଏବେ ଭୂତାଣୁ ସଂକ୍ରମଣର ତୀବ୍ରତା ଅନେକ ରାଜ୍ୟରେ ୧ରୁ ବି ତଳକୁ ଚାଲିଯାଇଛି। ଗତ ଅଗଷ୍ଟମାସରେ ଆର-ଭାଲ୍ୟୁ ୧ରୁ ଉପରକୁ ଉଠିବାରେ ଲାଗିଥିଲା। ତେବେ ସେପ୍ଟେମ୍ବର ମଝି ସପ୍ତାହ ବେଳକୁ ଏହା ହ୍ରାସ ହୋଇ ୦.୯୨କୁ ଚାଲି ଆସିଛି।

ଦେଶର ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟ ଯେଉଁଠି ସଂକ୍ରମଣ ଚିନ୍ତାଜନକ ଥିଲା ସେଠାରେ ମଧ୍ୟ ଆର-ଭାଲ୍ୟୁ ହ୍ରାସ ହୋଇଛି। ଭୂତାଣୁ ଯେଉଁ ବେଗରେ ଗତି କରେ ତାହାହିଁ ହେଉଛି ସଂକ୍ରମଣର ଆର-ଭାଲ୍ୟୁ। ଏଣୁ ଏବେ ଅନେକ ରାଜ୍ୟ ଲାଗି ଆଶ୍ୱସ୍ତି ଆଣିଦେଇଛି। ହେଲେ ଦେଶର ମୁଖ୍ୟ ସହରାଞ୍ଚଳ ଯେପରିକି ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ଏବେବି ଆର-ଭାଲ୍ୟୁ ୧ରୁ ଉପରେ ରହୁଛି। ହେଲେ ଦିଲ୍ଲୀ ଓ ପୁଣେରେ ଆର-ଭାଲ୍ୟୁ ୧ରୁ ତଳକୁ ଚାଲିଛି।

ଅଗଷ୍ଟ ମାସ ଶେଷ ବେଳକୁ ଆର-ଭାଲ୍ୟୁ ୧.୧୭ ଥିଲା। ତେବେ ସେପ୍ଟେମ୍ବର ୪ ତାରିଖ ବେଳକୁ ହ୍ରାସ ହେବାରେ ଲାଗିଥିଲା। ଏହା ୧.୧୧କୁ ଖସିଆସିଥିଲା ଓ ସେବେଠାରୁ ଏହା ୧ରୁ ତଳକୁ ଖସିଛି। ଚେନ୍ନାଇ ଇନିଷ୍ଟେଚ୍ୟୁଟ୍ ଅଫ ମ୍ୟାଥମେଟିକାଲ ସାଇନ୍ସେସ୍‌ଙ୍କ ସୀତାଭରା ସିହ୍ନା  ଦେଶର ଆର-ଭାଲ୍ୟୁ ୧ରୁ ତଳକୁ ଖସିବା ବାସ୍ତବିକ ଆଶ୍ୱସ୍ତିକର ଖବର ବୋଲି କହିଛନ୍ତି। ତେବେ ମହାରାଷ୍ଟ୍ର ଓ କେରଳରେ ଏବେବି ସକ୍ରିୟ ମାମଲା ରହିଛନ୍ତି। ଆର-ଭାଲ୍ୟୁର ଗଣନା କରୁଥିବା ଗବେଷକଙ୍କ ଟିମର ନେତୃତ୍ୱ କରୁଛନ୍ତି ସୀତାଭରା।

ଗବେଷକଙ୍କ ଅନୁସାରେ ଏବେ ମୁମ୍ବାଇର ଆର-ଭାଲ୍ୟୁ ୧.୦୯ ଥିବା ବେଳେ ଚେନ୍ନାଇର ୧.୧୧, କୋଲକାତାର ୧.୦୪ ଓ ବେଙ୍ଗାଲୁରୁର ୧.୦୬ ରହିଛି। ପ୍ରଜନନ ସଂଖ୍ୟା ଅର୍ଥାତ ‘ଆର’ ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି କେତେଜଣଙ୍କୁ ସଂକ୍ରମଣ କରେ ତାର ସଂଖ୍ୟା ଦର୍ଶାଇଥାଏ। ଅର୍ଥାତ ଏହି ଭୂତାଣୁ କେତେ ସହଜରେ ବ୍ୟାପି ପାରୁଛି। ତେବେ ଭୂତାଣୁର ବ୍ୟାପ୍ତି ଏବେ କ୍ରମଶଃ ଦୁର୍ବଳ ହୋଇଥିବା ଏହା ଦର୍ଶାଉଛି।

   Related Posts