ବିବାହରେ କରୋନା ବିସ୍ଫୋରଣ : ଉତ୍ସବରେ ସାମିଲ ହେଲା ଯୁବକ, ଫଟୋ ଉଠାଇ ବର ସମେତ ୩୦ଜଣଙ୍କୁ କଲା ସଂକ୍ରମିତ

Published By : Prameya-News7 Bureau | May 07, 2021 IST

ମଧ୍ୟପ୍ରଦେଶ ୭/୫ : କରୋନା ଦ୍ୱିତୀୟ ଲହର ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଏହା ସତ୍ତ୍ୱେ କିଛି ଅମାନିଆଙ୍କୁ ଯେତେ ଚେତାଇଲେ ସୁଦ୍ଧା ମାନନଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ନିୱାଡିରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ବ୍ୟକ୍ତିଙ୍କ ଭୁଲ ଯୋଗୁଁ ସମଗ୍ର ଗାଁ କ୍ଷତିଗ୍ରସ୍ତ ହୋଇଛି । ଲୁହାରଗୁଭା ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ୍ ହେବା ପରେ ନିଜକୁ ଆଠ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ ।

କେବଳ ସେତିକି ନୁହେଁ, ଗାଁରେ ଆୟୋଜିତ ଏକ ବିବାହ ଉତ୍ସବରେ ଯୋଗଦେଇଥିଲେ । ଯାହାକି ଗାଁ ଲୋକଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପାଇବା ମାତ୍ରେ ସମଗ୍ର ଗାଁକୁ ରେଡ୍ ଜୋନ୍ ଘୋଷିତ କରି ସିଲ୍ କରିଦିଆଯାଇଛି । ଏମିତିକି ବର୍ତ୍ତମାନ ଗାଁକୁ ଆସିବା ଏବଂ ବାହାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । ଡାକ୍ତରଙ୍କ ଦଳ ଆସି ଘର ଘରକୁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏହି ମାମଲା ପ୍ରୀତିପୁର ପୋଲିସ ଷ୍ଟେସନ ଅଞ୍ଚଳର ଲୁହାରଗୁୱା ଗାଁର ଅଟେ ।

wp:gallery {"ids":[449306],"linkTo":"none"} /wp:gallery

ଯେଉଁଠାରେ ଗାଁର ୨୪ ବର୍ଷ ବୟସ୍କ ଯୁବକ ୨୭ ଏପ୍ରିଲ କରୋନାରେ ସଂକ୍ରମିତ ହୋଇଥିଲେ । ଏହା ପରେ ନିଜକୁ କ୍ୱାରେଣ୍ଟାଇନ ନରଖି କୌଣସି ପ୍ରକାରର ସୂଚନା ମଧ୍ୟ ଦେଇନଥିଲା । ଯେଉଁ କାରଣରୁ କରୋନା ସଂକ୍ରମିତ ଯୁବକ କେବଳ ଗାଁରେ ନୁହେଁ, ବାହାରେ ବି ବୁଲିବା ଜାରି ରଖିଥିଲେ । ଏହାସହ ୨୯ ଏପ୍ରିଲରେ ବିବାହ ସମାରୋହରେ ପାଙ୍ଗାଟରେ ଖାଦ୍ୟ ପରିବେଷଣ କରିଥିଲେ । ପରଦିନ ଏପ୍ରିଲ ୩୦ରେ ମଧ୍ୟ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲି । ଯେଉଁଠାରେ ନାଚିବା ସହିତ ଭୋଜି କାର୍ଯ୍ୟକ୍ରମରେ ଯୋଗଦେଇ ମଞ୍ଚରେ ବୁଲି ଫଟୋ ମଧ୍ୟ ଉଠାଇଥିଲେ । ଫଳରେ ବର ସହ ୩୦ ଲୋକେ ସଂକ୍ରମିତ ହୋଇଛନ୍ତି୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.