କରୋନା ପଜିଟିଭ୍ ମୁଖ୍ୟମନ୍ତ୍ରୀ ଶିବରାଜ ହସ୍ପିଟାଲରେ ନିଜ ହାତରେ ଲୁଗା ସଫା କରୁଛନ୍ତି, କହିଲେ- ହାତରେ ଏକ୍ସରସାଇଜ୍ ହେଉଛି

Published By : Prameya-News7 Bureau | July 28, 2020 IST

ଭୋପାଳ ୨୮।୦୭: ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ମଙ୍ଗଳବାର କହିଛନ୍ତି ସେ ହସ୍ପିଟାଲରେ ନିଜ ହାତରେ କପଡା ସଫା କରୁଛନ୍ତି। ଏଥିରେ ତାଙ୍କ ହାତକୁ ଫାଇଦା ମିଳୁଛି। ଶିବରାଜ ସିଂହ ଚୌହ୍ଵାନ ଗତ ଦିନରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଶିବରାଜ ଭିଡିଓ କନଫରେନ୍ସିଂ ସମୟରେ କହିଛନ୍ତି ନିକଟରେ ତାଙ୍କ ହାତର ଅପରେସନ ହୋଇଥିଲା। ସର୍ଜରୀ ପରେ ନିଜର ହାତ ମୁଠା ବନ୍ଦ କରିବାକୁ ସେ ସକ୍ଷମ ନଥିଲେ। ଫିଜିଓଥେରାପି ମଧ୍ୟ ବିଶେଷ ସହାୟକ ହୋଇ ପାରୁନଥିଲା। ମାତ୍ର ନିୟମିତ କପଡା ଧୋଇବା ଫଳରେ ତାଙ୍କ ହାତକୁ ଫାଇଦା ହୋଇଛି।

wp:html /wp:html

ଏହା ବ୍ୟତୀତ ଶିବରାଜ କହିଛନ୍ତି କୋଭିଡ୍-୧୯ ସଂକ୍ରମଣ ଯଦି ପ୍ରଥମରୁ ଜଣା ପଡିଯାଏ ତେବେ ସେତେଟା ଗମ୍ଭୀର ନୁହେଁ। ଏହା ଏକ ସାଧାରଣ ଥଣ୍ଡା, କାଶ ଓ ଜ୍ଵର ପରି ରହିଥାଏ। ଚୌହ୍ଵାନ ହସ୍ପିଟାଲରେ ବେଡ୍‌ରୁ ରାଜ୍ୟର ପ୍ରଥମ ଅନଲାଇନ୍ କ୍ୟାବିନେଟ୍‌ ବୈଠକର ସଭାପତିତ୍ଵ କରି ମନ୍ତ୍ରିପରିଷଦର ସହଯୋଗୀଙ୍କୁ ନିଜର ଏହି ଅନୁଭବ ବାଣ୍ଟିଛନ୍ତି।

ସେ କହିଛନ୍ତି କରୋନା ଭୂତାଣୁରେ କଦାପି ଭୟଭୀତ ହେବାର ଆବଶ୍ୟକତା ନାହିଁ। ନିଜେ ସତର୍କ ରହି ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହା ଏକ ଗମ୍ଭୀର ରୋଗ ନୁହେଁ। ନିଜ ସ୍ଵାସ୍ଥ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି କାଲିଠୁ ଜ୍ଵର ଆସିନାହିଁ ଏବଂ କାଶ ମଧ୍ୟ କମି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.