୨୩ ଜାନୁଆରୀରେ ଦେଶରେ ଶିଖର ଛୁଇଁବ କରୋନା ? ଦୈନିକ ଆସିବ ୭ ଲକ୍ଷରୁ ଅଧିକ ମାମଲା

Published By : Prameya-News7 Bureau | January 18, 2022 IST

ନୂଆଦିଲ୍ଲୀ ୧୮/୦୧: ସାରା ଦେଶରେ ଏବେ କରୋନା ସଂକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବେ ଗୋଟିଏ ଚର୍ଚ୍ଚା ଯେ, କରୋନା ଗତି ମନ୍ଥର ହୋଇଛି । ଏବେ ଏହା ପ୍ରଶ୍ନ ହେଉଛି ଯେ ଜାନୁଆରୀ ଶେଷରେ କରୋନା ଶିଖରକୁ କହୁଥିବା ବିଶେଷଜ୍ଞମାନେ ସେମାନଙ୍କର ମୂଲ୍ୟାଙ୍କନ ଭୁଲ ବୋଲି ପ୍ରମାଣିତ ହୋଇଛି କି ? ଏବେ କୁହାଯାଉଛି ଯେ ଭାରତରେ ୨୩ ଜାନୁଆରୀରେ କରୋନା ଶିଖର ଛୁଇଁପାରେ ।

ଫଳରେ ଏହି ସମୟରେ ୭ ଲକ୍ଷରୁ ଅଧିକ ମାମଲା ପଞ୍ଜୀକୃତ ହେବ । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨ ଲକ୍ଷ ୫୮ଟି ନୂଆ କରୋନା ସଂକ୍ରମିତ ରୋଗୀ ଦେଖିବାକୁ ମିଳିଛି । ଏହି ସମୟରେ ୩୮୫ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । କିଛି ସ୍ଥାନକୁ ଛାଡିଦେଲେ ଅନେକ ରାଜ୍ୟରେ କରୋନାର ଗ୍ରାଫ୍ ଉପରମୁହାଁ ରହୁଛି ।

ଏଥି ସହିତ ଦିଲ୍ଲୀ ମୁମ୍ବାଇ ପରି ମେଟ୍ରୋ ସିଟିରେ ସଂକ୍ରମଣର ଗତି ହ୍ରାସ ପାଇଛି । ଗତ ପ୍ରାୟ ୩ ସପ୍ତାହ ମଧ୍ୟରେ, କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ସେପଟେ ଆଇଆଇଟି ଫ୍ରଫେସର ମଣୀନ୍ଦ୍ର ଅଗ୍ରଓ୍ୱାଲ୍ ଭାରତରେ କୋଭିଡ ମାମଲା ଫବୃୟାରୀ ପରେ କମିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.