୩ ଜଣଙ୍କ ମଧ୍ୟରୁ ୧ ରୋଗୀ କୋଭିଡ୍-୧୯ରୁ ହେଉଛନ୍ତି ସୁସ୍ଥ, ୨୧୬ ଜିଲ୍ଲାକୁ ଛୁଇଁନି କରୋନା ଭୂତାଣୁ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: ଦେଶରେ କୋଭିଡ୍-୧୯ ରୋଗୀଙ୍କ ସୁସ୍ଥ ହେବା ହାର କ୍ରମାଗତ ବଢିବାରେ ଲାଗିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ଏହାର ସୂଚନା ଦେଇ କହିଛନ୍ତି, ଏବେ ରୋଗୀଙ୍କ ସୁସ୍ଥ ହେବା ହାର ୨୯.୩୬ ପ୍ରତିଶତରେ ପହଞ୍ଚିଛି। ଏହାର ଅର୍ଥ ଏବେ ଭର୍ତ୍ତି ହେଉଥିବା ତିନି ରୋଗୀଙ୍କ ମଧ୍ୟରୁ ଜଣେ ରୋଗୀ ସୁସ୍ଥ  ହେଉଛନ୍ତି।

୨୧୬  ଜିଲ୍ଲା ଏବେ କରୋନାମୁକ୍ତ

କରୋନା ଉପରେ ନିଜର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଅଗ୍ରଓ୍ଵାଲ କହିଛନ୍ତି ଦେଶର ୨୧୬ ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନ ଛୁଇଁନି। ଏହି ଜିଲ୍ଲାଗୁଡିକରୁ ଗୋଟିଏ ବି କରୋନା କେସ୍ ଆସିନାହିଁ। ଅନ୍ୟପଟେ ଗତ ୨୮ ଦିନ ହେବ ୪୨ ଜିଲ୍ଲାରେ, ୨୧ ଦିନ ହେବ ୨୯ ଜିଲ୍ଲାରେ, ୧୪ ଦିନ ହେବ ୪୬  ଜିଲ୍ଲାରେ କରୋନା ସଂକ୍ରମିତ କେସ୍‌ ସାମ୍ନାକୁ ଆସିନି।

wp:core-embed/twitter {"url":"https://twitter.com/ANI/status/1258709007025537025?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258709007025537025\u0026ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-till-8-may-709208","type":"rich","providerNameSlug":"twitter","className":""}
https://twitter.com/ANI/status/1258709007025537025?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1258709007025537025&ref_url=https%3A%2F%2Fwww.indiatv.in%2Findia%2Fnational-coronavirus-cases-in-india-till-8-may-709208
/wp:core-embed/twitter

୨୪ ଘଣ୍ଟାରେ ୩୩୯୦ ନୂତନ କରୋନା କେସ୍‌

ଲଭ୍ ଅଗ୍ରଓ୍ଵାଲ କହିଛନ୍ତି, ସମଗ୍ର ଦେଶରେ ଅଦ୍ୟାବଧି ୧୬୫୪୦ ଜଣ କରୋନାରୁ ସୁସ୍ଥ  ହୋଇଛନ୍ତି। ୩୭,୯୧୬ ସଂକ୍ରମିତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୩୩୯୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨୭୩ ଜଣ ସୁସ୍ଥ  ହୋଇଛନ୍ତି। ସେ କହିଛନ୍ତି ସଂକ୍ରମିତଙ୍କ ସୁସ୍ଥ ହେବା ହାର ବଢିବାରେ ଲାଗିଛି।

ଅଗ୍ରଓ୍ଵାଲ କୋଭିଡ୍-୧୯ ମହାମାରୀର ମୁକାବିଲାରେ ରେଲଓ୍ଵେର ଯୋଗଦାନକୁ ମଧ୍ୟ ଉଲ୍ଲେଖ କରିଛି। ସେ କହିଛନ୍ତି, ଭାରତୀୟ ରେଲଓ୍ଵେ ୫୨୩୧ ରେଳ ଡବାକୁ କୋଭିଡ୍ କେୟାର କେନ୍ଦ୍ରରେ ପରିବର୍ତ୍ତିତ  କରିଛି। ଏହାକୁ ୨୧୫ ଚିହ୍ନଟ ରେଲଓ୍ଵେ ଷ୍ଟେସନରେ ରଖାଯିବ। ସନ୍ଦିଗ୍ଧ ଓ  ପଜିଟିଭ୍ ରୋଗୀଙ୍କୁ ଅଲଗା ଅଲଗା ରଖାଯିବ। ୨୧୫ ଷ୍ଟେସନରୁ ରେଲଓ୍ଵେ ୮୫ ଟିରେ ସ୍ଵାସ୍ଥ୍ୟକର୍ମୀ ଯୋଗାଇ ଦେଇଛି। ବାକି ୧୩୦ ଷ୍ଟେସନରେ ସମ୍ବନ୍ଧିତ ରାଜ୍ୟ ସରକାର କର୍ମଚାରୀ ଓ ଜରୁରୀ ଔଷଧ ଉପଲବ୍ଧ କରାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.