ବଡ ଖବର : ମାତ୍ର ୧ଟଙ୍କା ୫୦ପଇସାର ଔଷଧରେ କରୋନା ରୋଗୀଙ୍କୁ ମିଳୁଛି ଫାଇଦା, ଏବେ ବଢିଲା ଡାକ୍ତରଙ୍କ ଆଶା
2/07/2020 at 2:01 PM

ନୂଆଦିଲ୍ଲୀ ୨।୭: ମଧୁମେହ ରୋଗୀଙ୍କ ପାଇଁ ବ୍ୟବହୃତ ଏକ ଶସ୍ତା ଔଷଧ ମେଟଫର୍ମିନ୍ ଦ୍ବାରା କରୋନା ସଂକ୍ରମିତ ମଧ୍ୟ ଉପକୃତ ହୋଇପାରନ୍ତି । ଚୀନ୍ ଉହାନର ଡାକ୍ତରମାନେ କିଛି କେସ୍ ଷ୍ଟଡି ଆଧାରରେ ଏହା କହିଛନ୍ତି । ଏହାସହ ଆମେରିକାର ମିନେସୋଟା ୟୁନିଭରସିଟିର ଅନୁସନ୍ଧାନକାରୀମାନେ ମଧ୍ୟ କହିଛନ୍ତି ଯେ ମେଟଫର୍ମିନ୍ ଔଷଧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା ହ୍ରାସ କରିପାରେ । ମିନେସୋଟା ୟୁନିଭରସିଟିର ପ୍ରାୟ ୬ ହଜାର ରୋଗୀଙ୍କ ଉପରେ ଅଧ୍ୟୟନ କରିଥିଲା ।
ଦି ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବ୍ରିଟେନର ଅଗ୍ରଣୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଜାତୀୟ ସ୍ବାସ୍ଥ୍ୟ ସେବା ଏହି ଔଷଧ ବ୍ୟବହାର କରୁଛି । ମଧୁମେହ ସହିତ ସ୍ତନ କର୍କଟ ଏବଂ ହୃଦରୋଗ ମଧ୍ୟ ଏହି ଔଷଧରୁ ଉପକୃତ ହେବ ବୋଲି କୁହାଯାଉଛି ।
ଏହି ଔଷଧଟି ବହୁତ ଶସ୍ତା ଏବଂ ଭାରତରେ ମେଟଫର୍ମିନ୍ ୫୦୦ ମିଗ୍ରା ଟାବଲେଟର ମୂଲ୍ୟ ୧.୫ ଟଙ୍କା । ଟାଇପ୍ ୨ ଡାଇବେଟିସ୍ ର ଚିକିତ୍ସା ପାଇଁ ୧୯୫୦ ଦଶକରୁ ଏହି ଔଷଧ ବ୍ୟବହୃତ ହୋଇଆସୁଛି ।
ଉହାନର ଡାକ୍ତରମାନେ ନିକଟରେ ସେମାନଙ୍କର ଅଧ୍ୟୟନ ପ୍ରକାଶ କରିଥିଲେ, ଯେଉଁଥିରେ ଦର୍ଶାଯାଇଛି ଯେ କରୋନା ଦ୍ବାରା ସଂକ୍ରମିତ ଏବଂ ମେଟଫର୍ମିନ୍ ଔଷଧ ସେବନ କରୁଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁ ହାର ଏହି ଔଷଧ ସେବନ କରୁଥିବା ରୋଗୀଙ୍କ ତୁଳନାରେ କମ୍ ଥିଲା । ଡାକ୍ତରମାନେ କରୋନାରୁ ୧୦୪ ଗୁରୁତର ଅସୁସ୍ଥ ରୋଗୀଙ୍କ ତଥ୍ୟ ଅଧ୍ୟୟନ କରିଥିଲେ ଯେଉଁମାନେ ମେଟଫର୍ମିନ୍ ନେଇଥିଲେ । ଏହି ରୋଗୀଙ୍କ ତଥ୍ୟକୁ କରୋନାରେ ଥିବା ଅନ୍ୟ ୧୭୯ ଗୁରୁତର ରୋଗୀଙ୍କ ସହ ତୁଳନା କରାଯାଇଥିଲା । ଏହି ସମୟରେ ଧ୍ୟାନ ରଖାଯାଉଥିଲା ଯେ ତୁଳନା କରାଯାଉଥିବା ରୋଗୀମାନେ ମଧ୍ୟ ସମାନ ବୟସ ଏବଂ ଲିଙ୍ଗର ହେବା ଉଚିତ୍ ।
ଅଧ୍ୟୟନ ସମୟରେ ଉହାନର ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ମେଟଫର୍ମିନ୍ ସେବନ କରୁଥିବା କେବଳ ୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ଔଷଧ ସେବନ କରିନଥିବା ୨୨ ଜଣ ସମାନ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। କେତେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ମେଦବହୁଳତାର ଶୀକାର ସେମାନେ ମଧୁମେହରେ ପୀଡିତ ନାହାନ୍ତି, ସେମାନଙ୍କୁ ମଧ୍ୟ ଏହି ଔଷଧ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହାସହ ମେଦବହୁଳତାର ଶୀକାର ଲୋକଙ୍କୁ କରୋନା ଦ୍ବାରା ଅଧିକ ସମସ୍ୟା ହୋଇଥାଏ ଏବଂ ସେମାନଙ୍କର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଅଧିକ ।