Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବ୍ଲାକ୍‌, ହ୍ବାଇଟ୍‌, ୟେଲୋ ଫଙ୍ଗସ୍‌ ସଂକ୍ରମିତ କରୋନା ରୋଗୀଙ୍କ ମୃତ୍ୟୁ, ଡାକ୍ତର କହିଲେ ଟକ୍ସେମିଆ ପାଇଁ ଗଲା ଜୀବନ

29/05/2021 at 6:51 PM

ଗାଜିଆବାଦ ୨୯/୫: କରୋନା କାଳରେ ନୂଆ ନୂଆ ରୋଗ ଚିନ୍ତାର କାରଣ ପାଲଟିଛି। ମହାମାରୀର ଦ୍ବିତୀୟ ଲହର ବେଳେ ବ୍ଲାକ୍‌, ହ୍ବାଇଟ୍‌ ଏବଂ ଏବେ ୟେଲୋ ଫଙ୍ଗସ୍‌ ସଂକ୍ରମଣ ବିଶେଷ କରି କରୋନା ସଂକ୍ରମିତଙ୍କ ପାଇଁ ଘାତକ ସାଜିଛି। ଏମିତି ମଧ୍ୟ ଜଣେ କରୋନା ସଂକ୍ରମିତଙ୍କ ଶରୀରରେ ୩ଟି ଫଙ୍ଗସ୍‌ର ଉପସ୍ଥିତି ଦେଖିବାକୁ ମିଳୁଛି  । କେବଳ ଯେ ସଂକ୍ରମିତଙ୍କୁ ଫଙ୍ଗସ୍‌ ଚିନ୍ତା ରହିଛି ତାହା ନୁହେଁ ସୁସ୍ଥ ଶରୀରରେ ଏହାର ବିପଦ ଥିବା ବିଶେଷଜ୍ଞମାନେ କହିଛନ୍ତି।

ଏହାରି ଭିତରେ ଆଉ ଏକ ଖବର ଭୟ ବଢ଼ାଇଛି। ଗାଜିଆବାଦର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ତାଙ୍କ ଶରୀରରେ ବ୍ଲାକ୍‌, ହ୍ବାଇଟ୍‌ ଏବଂ ୟୋଲୋ ଫଙ୍ଗସ୍‌ ସଂକ୍ରମଣ ମଧ୍ୟ ଥିଲା। ଶୁକ୍ରବାର ସକାଳେ ୫୯ ବର୍ଷୀୟ କୁନଓ୍ବାର ସିଂହଙ୍କ ମୃତ୍ୟ ପରେ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। କୁନଓ୍ବାର କରୋନା ସଂକ୍ରମିତ ଥିଲେ । ଏହା ସହ ତାଙ୍କ ଠାରେ ୩ ଫଙ୍ଗସ୍‌ ସଂକ୍ରମଣ ମଧ୍ୟ ଥିଲା। ତେବେ ରାଜନଗର ଅଞ୍ଚଳରେ ଥିବା ହର୍ଷ ହସ୍ପିଟାଲର ଇଏନଟି ବିଶେଷଜ୍ଞ ଡାକ୍ତର ବିପି ତ୍ୟାଗୀ କହିଛନ୍ତି କୁନଓ୍ବାରଙ୍କ ମୃତ୍ୟୁ ଟକ୍ସେମିଆ (ରକ୍ତ ବିଷାକ୍ତ ହେବା) ଯୋଗୁଁ ହୋଇଛି।

୨୪ ମେ’ରେ ଏଣ୍ଡୋସ୍କୋପିରୁ ରୋଗୀଙ୍କ ଶରୀରରେ ବ୍ଲାକ୍‌, ହ୍ବାଇଟ୍‌ ଏବଂ ୟେଲୋ ଫଙ୍ଗସ୍‌ ଥିବା ଜଣାପଡ଼ିଥିଲା। ଅନ୍ୟ ଜଣେ ୫୯ ବର୍ଷୀୟ ରୋଗୀଙ୍କ ଶରୀରରେ ୟେଲୋ ଫଙ୍ଗସ୍‌ ରହିଛି ଏବଂ ଚିକିତ୍ସା ଚାଲିଥିବା ଡାକ୍ତର ତ୍ୟାଗୀ କହିଛନ୍ତି। ମୁରଦନଗର ବାସିନ୍ଦା ରାଜେଶ କୁମାରଙ୍କ ମସ୍ତିଷ୍କ ପାଖରେ ୟେଲୋ ଫଙ୍ଗସ୍‌ ଚିହ୍ନଟ ହୋଇଛି। ତାଙ୍କ ଠାରେ ମଧ୍ୟ ଟକ୍ସେମିଆ ଲକ୍ଷଣ ରହିଛି। କିନ୍ତୁ କୁନଓ୍ବାରଙ୍କ ଠାରୁ କମ୍‌ ସଂକ୍ରମଣ ଥିବାରୁ ତାଙ୍କୁ ଏବେ ଫଙ୍ଗାଲ୍‌ ନିରୋଧୀ ଚିକିତ୍ସା କରାଯାଉଥିବା ଡାକ୍ତର ତ୍ୟାଗୀ କହିଛନ୍ତି।

   Related Posts