Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଆତ୍ମନିର୍ଭର ଭାରତ ଯୋଜନା’ ତୃତୀୟ ଦିନରେ କାହାକୁ ମିଳିଲା କ’ଣ ? ଜାଣନ୍ତୁ ଅର୍ଥ ମନ୍ତ୍ରୀଙ୍କ ଘୋଷଣା

15/05/2020 at 4:38 PM

ନୂଆଦିଲ୍ଲୀ ୧୫।୦୫: କରୋନା ମୁକାବିଲା ସଟ୍‌ଡାଉନ୍‌ କାରଣରୁ ଦେଶର ଅର୍ଥନୀତିକୁ ଗତିଶୀଳ କରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଯୋଜନା ଅଭିଯାନ ପ୍ୟାକେଜ୍‌ର ତୃତୀୟ ପର୍ଯ୍ୟାୟ ସଂପର୍କରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିସ୍ତୃତ ସୂଚନା ଦେଇଛନ୍ତି। କୃଷି କ୍ଷେତ୍ର ପାଇଁ ୧୧ ଉପାୟ ଉପରେ ଘୋଷଣା କରାଯାଇଛି।

ମହୁମାଛି ପାଇଁ ୫୦୦ କୋଟି

— ଅର୍ଥ ମନ୍ତ୍ରୀ କହିଛନ୍ତି ମହୁମାଛି ପାଳନ ପାଇଁ ସରକାର ୫୦୦ କୋଟି ଟଙ୍କାର ସହାୟତା ଯୋଗାଇ ଦେବେ। ଏଥିରେ ମହୁମାଛି ପାଳନ ଲାଗି ଭିତ୍ତିଭୂମି ସରଞ୍ଚନା ନିର୍ମାଣ କରାଯିବ। ଏଥିରେ ୨ ଲକ୍ଷ ପାଳକଙ୍କ ଆୟ ବୃଦ୍ଧି ହେବ।

ହର୍ବାଲ ଚାରା ପାଇଁ ୪୦୦୦ କୋଟି

– ହର୍ବାଲ ଚାରାର ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ୪୦୦୦ କୋଟି ଟଙ୍କା ଯୋଗାଇ ଦିଆଯିବ। ଏହି ଚାରାର ବିଶ୍ଵ ଚାହିଦା ରହିଛି। ପ୍ରାୟ ୧୦ ଲକ୍ଷ ହେକ୍ଟରରେ ହର୍ବାଲ ଉତ୍ପାଦର ଚାଷ ହୋଇ ପାରିବ। ଏଥିରେ କୃଷକଙ୍କୁ ୫୦୦୦ କୋଟି ଟଙ୍କାର ଆୟ ହୋଇ ପାରିବ। ଗଙ୍ଗା କୂଳରେ ୮୦୦ ହେକ୍ଟର ଭୂମିରେ ହର୍ବାଲ ଉତ୍ପାଦନ ପାଇଁ କରିଡର ତିଆରି କରାଯିବ। 

ପଶୁ ପାଳନ ଓ ଦୁଗ୍ଧ

– ଅର୍ଥ ମନ୍ତ୍ରୀ କହିଛନ୍ତି ପଶୁ ପାଳନର ଭିତ୍ତିଭୂମି ବିକାଶ ଲାଗି ୧୫୦୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି। ଦୁଗ୍ଧ ଉତ୍ପାଦନ, ଭେଲ୍ୟୁ ଆଡେଡ୍ ପାଇଁ ଖର୍ଚ୍ଚ କରାଯିବ।

ପଶୁଙ୍କ ହେବ ଟୀକାକରଣ

– ଅର୍ଥ ମନ୍ତ୍ରୀ କହିଛନ୍ତି ୫୩ କୋଟି ପଶୁଙ୍କ ଟୀକାକରଣ କରାଯିବ। ଏଥିରେ ପ୍ରାୟ ୧୩,୩୪୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ ଆମ ପଶୁଙ୍କ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାହିଦା ବଢିବ। ଏହି ଯୋଜନାରେ ଅଦ୍ୟାବଧି ୧.୫ କୋଟି ଗାଈ ଓ ମଇଁଷିଙ୍କ ଟୀକାକରଣ ହୋଇ ସାରିଛି।

ମତ୍ସ୍ୟ ସଂପଦ ଲାଗି ୨୦ ହଜାର କୋଟି

– ଅର୍ଥ ମନ୍ତ୍ରୀ ତୃତୀୟ ପର୍ଯ୍ୟାୟ ଘୋଷଣାର ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦା ଯୋଜନା ପାଇଁ ୨୦,୦୦୦ କୋଟି ଟଙ୍କା ଜାରି କରାଯିବ। ଏଥିରେ ଥିବା ସମସ୍ୟା ଦୂର ହେବ। ୧୧୦୦୦ କୋଟି ଟଙ୍କା ସମୁଦ୍ର ଓ ଆନ୍ତଃଦେଶୀୟ ମତ୍ସ୍ୟପାଳନ, ୯୦୦୦ କୋଟି ଟଙ୍କା କୋଲ୍ଡ ଚେନ୍‌ ପାଇଁ ଦିଆଯିବ। ଏଥିରେ ଆଗାମୀ ୫ ବର୍ଷରେ ମତ୍ସ୍ୟ ଉତ୍ପାଦନ ୭୦ ଲକ୍ଷ ଟନ୍  ହେବ ଏବଂ ୫୫ ଲକ୍ଷ ଲୋକଙ୍କୁ ପ୍ରତିଦିନ ରୋଜଗାର ମିଳିବ।

ମାଇକ୍ରୋ ଫୁଡ୍ ଏଣ୍ଟର ପ୍ରାଇଜେସ୍ ପାଇଁ ୧୦ ହଜାର କୋଟି

–  ସୂକ୍ଷ୍ମ, ଖାଦ୍ୟ ସଂସ୍କରଣ ୟୁନିଟ୍‌ ପାଇଁ ୧୦ ହଜାର କୋଟି ଟଙ୍କାର ଯୋଜନା ରହିଛି। ପ୍ରାୟ ୨ ଲକ୍ଷ ସୂକ୍ଷ୍ମ ୟୁନିଟ୍‌କୁ ଏହାର ଲାଭ ମିଳିବ। ଏହି ଯୋଜନା କ୍ଲଷ୍ଟର ଆଧାରିତ ହେବ। ଏଥିରେ ଭାରତୀୟ କମ୍ପାନୀଙ୍କୁ ସହାୟକ ଦିଆଯିବ।

– ଅର୍ଥ ମନ୍ତ୍ରୀ କହିଛନ୍ତି ମାଇକ୍ରୋ ଫୁଡ୍ ଇଣ୍ଟର ପ୍ରାଇଜେସ୍ ପାଇଁ ୧୦,୦୦୦ କୋଟି ଟଙ୍କା ସ୍କିମ କରାଯିବ। ଉଦାହରଣ ଦେଇ ଅର୍ଥ ମନ୍ତ୍ରୀ କହିଛନ୍ତି ଯେମିତି ବିହାରରେ ମଖାନା କ୍ଲଷ୍ଟର, କେରଳରେ ରାଗି, କାଶ୍ମୀରରେ କେଶର, ଆନ୍ଧ୍ର ପ୍ରଦେଶର ଲଙ୍କା, ୟୁପିରେ ଆମ୍ବ ସମ୍ବନ୍ଧିତ କ୍ଲଷ୍ଟର କରାଯାଇ ପାରିବ। ଏହାର ଫାଇଦା ପ୍ରାୟ ୨ ଲକ୍ଷ ମାଇକ୍ରୋ ଫୁଡ୍ ଏଣ୍ଟରପ୍ରାଇଜେସ୍‌କୁ ମିଳିବ।

କୃଷିର ଭିତ୍ତିଭୂମି ଢାଞ୍ଚା ଲାଗି ୧ ଲକ୍ଷ କୋଟି

– କୃଷିର ଭିତ୍ତିଭୂମି ଢାଞ୍ଚା ଲାଗି ୧ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଛି। କୃଷକ  ଫସଲ ଉତ୍ପାଦନ ସହିତ ରପ୍ତାନୀରେ ସାହାଯ୍ୟ କରନ୍ତି। ମାତ୍ର ଶସ୍ୟ ଭଣ୍ଡାରର ଅଭାବ କାରଣରୁ ସେମାନଙ୍କୁ ସମସ୍ୟା ଭୋଗିବାକୁ ପଡେ। ତେଣୁ ଭଣ୍ଡାର ପାଇଁ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ ଦିଆଯିବ। ଏଥିରେ ମୂଲ୍ୟ ବୃଦ୍ଧିରେ ସହାୟକ  ହେବା ସହ କୃଷକଙ୍କ ଆୟ ବୃଦ୍ଧି ହେବ। ଏକ ଲକ୍ଷ କୋଟି ଟଙ୍କା ଏଗ୍ରିଗେଟର୍ସ, ଏଫପିଓ, ଫାର୍ମର ପ୍ରୋଡ୍ୟୁସରଙ୍କୁ ଯୋଗାଇ ଦିଆଯିବ। ଏହି ଅର୍ଥ ଗୋଦାମ, ଷ୍ଟୋରେଜ୍ ସେକ୍ଟର ତିଆରିରେ ବ୍ୟବହାର କରାଯାଇ ପାରିବ।

କିଷାନ ଖାତାକୁ ଦିଆଯାଇଛି ୧୮୭୦୦ କୋଟି

– ଅର୍ଥ ମନ୍ତ୍ରୀ କହିଛନ୍ତି, ଗତ ଦୁଇ ମାସରେ କୃଷକଙ୍କ ପାଇଁ ଏମଏସପି ଉପରେ ୭୪୩୦୦ କୋଟି ଟଙ୍କାର କ୍ରୟ ହୋଇଛି। ୧୮୭୦୦ କୋଟି ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ଖାତାରେ ଟ୍ରାନ୍ସଫର କରାଯାଇଛି। ୬୪୦୦ କୋଟି ଫସଲ ବୀମା ଯୋଜନାରେ ଦିଆଯାଇଛି।

 – କୃଷି କ୍ଷେତ୍ର ପାଇଁ ୧୧ ଉପାୟ ଉପରେ ଘୋଷଣା କରାଯାଇଛି। ମନ୍ତ୍ରୀ କହିଛନ୍ତି ଭାରତ ଡାଲି,. ଦୁଗ୍ଧ, ଝୋଟର ସବୁଠୁ ବଡ ଉତ୍ପାଦକ ଦେଶ। କ୍ଷୁଦ୍ର ଓ ମଧ୍ୟମ ବର୍ଗର ଚାଷୀଙ୍କ ପାଖରେ ୮୫ ପ୍ରତିଶତ ଚାଷ ରହିଛି।

କୃଷି ଉତ୍ପାଦନ ମୂଲ୍ୟ ଓ ଗୁଣବତ୍ତା ନିର୍ଦ୍ଧାରଣ

– କୃଷକଙ୍କ ନିଶ୍ଚିତ ଆୟ, ଗୁଣବତ୍ତା ନିର୍ଦ୍ଧାରଣ ପାଇଁ ଏକ ଆଇନ୍ କରାଯିବ। ଏହାର ଫାଇଦା ଏହା ଯେ, କୃଷକଙ୍କ ଉତ୍ପୀଡନକୁ ରୋକା ଯାଇ ପାରିବ ଓ କୃଷକଙ୍କ ଜୀବନମାନରେ ସୁଧାର ଆସିବ। ଏକକ କେନ୍ଦ୍ରୀୟ ଆଇନ୍ ଅଣାଯିବ। ଏଥିରେ କୃଷକ ନିଜର ଉତ୍ପାଦନକୁ ଆକର୍ଷକ ମୂଲ୍ୟରେ ଅନ୍ୟ ରାଜ୍ୟରେ ବିକ୍ରି କରି ପାରିବେ। ଏବେ ସେମାନେ କେବଳ ଲାଇସେନ୍ସଧାରୀଙ୍କୁ ହିଁ ବିକି ପାରୁଛନ୍ତି। ଏବେ ଯେଉଁ ଯୋଜନା ଆରମ୍ଭ ହେବ ସେଥିରେ ସେମାନେ ଯେ କୌଣସି ଲୋକଙ୍କ ଉତ୍ପାଦନ ବିକ୍ରି କରି ପାରିବେ ଏବଂ ମନ ମୁତାବକ ମୂଲ୍ୟ ପାଇପାରିବେ।

ବଦଳିବ ଆବଶ୍ୟକ ବସ୍ତୁ ନିୟମ

– ଆବଶ୍ୟକ ବସ୍ତୁ ଅଧିନିୟମ ୧୯୫୫ ଲାଗୁ ହୋଇଥିଲା। ଏବେ ଦେଶରେ ପ୍ରଚୁର ପରିମାଣରେ ଉତ୍ପାଦନ ହେଉଛି। ଏଥିପାଇଁ ଏଥିରେ ପରିବର୍ତ୍ତନ ଜରୁରୀ। ବର୍ତ୍ତମାନ ଖାଦ୍ୟ ଶସ୍ୟ, ତେଲ, ପିଆଜ, ଆଳୁ ଆଦିକୁ ଏଥିରୁ ମୁକ୍ତ ରଖାଯିବ। ଅର୍ଥ ମନ୍ତ୍ରୀ କହିଛନ୍ତି ଅପରେସନ ଗ୍ରୀନର ବିସ୍ତାର କରାଯିବ। ଏଥିରେ ଟମାଟର, ପିଆଜ ଓ ଆଳୁ ବ୍ୟତୀତ ବାକି ସବୁ ଫଳ ଓ ପନି ପରିବାକୁ ମଧ୍ୟ ସାମିଲ କରାଯିବ।

   Related Posts