Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଲକ୍‌ଡାଉନ୍‌ରେ ପୋଲିସ୍ କମିଶନରଙ୍କ କଡା ନିର୍ଦ୍ଦେଶ, ଏହି ସବୁ ନିୟମ ନମାନିଲେ ଦଣ୍ଡ ନିଶ୍ଚିତ

17/07/2020 at 5:08 PM

ଭୁବନେଶ୍ଵର ୧୭।୦୭: ସବୁ ପ୍ରୟାସ ପରେ ବି ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ଥମିବାର ନାଁ ନେଉନାହିଁ। ଫଳରେ ରାଜ୍ୟ ସରକାର ବାଧ୍ୟ ହୋଇ ସବୁଠୁ ଅଧିକ କରୋନା ପ୍ରବଣ ୪ଟି ଜିଲ୍ଲା ଖୋର୍ଦ୍ଧ, ଗଞ୍ଜାମ, କଟକ ଓ ଯାଜପୁର ସହିତ ରାଉରକେଲା ମହାନଗରରେ ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରରେ ଲକ୍‌ଡାଉନ୍ କଡାକଡି ହେବ। ଏ ନେଇ ପୋଲିସ କମିଶରନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ନିୟମ ନମାନିଲେ କଡା ଦଣ୍ଡ ମିଳିବ ସେ କହିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟଧାନୀରେ ସ୍ଥିତି ସ୍ଵାଭାବିକ ହୋଇନି। କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲକ୍‌ଡାଉନ୍ କଡାକଡି ହେବ। ସତର୍କ ରହିବାକୁ ପଡିବ ଏବଂ ନିୟମ ମାନିବାକୁ ପଡିବ। ଏ ନେଇ ସୁଧାଂଶୁ ଷଡଙ୍ଗୀ ଲକ୍‌ଡାଉନ୍‌କୁ ନେଇ ନିୟମ ବିଷୟରେ ସୂଚନା ଦେଇଛନ୍ତି।

ରାଜଧାନବାସୀଙ୍କ ପାଇଁ ନିୟମ

୧ – ଦିନ ୧ଟା ପର୍ଯ୍ୟନ୍ତ ରାସ, ପନିପରିବର ଦୋକାନ ଖୋଲା ରହିବ।

୨ – ଘର ପାଖ ଦୋକାନରୁ ପରିବା, ରାସନ କିଣନ୍ତୁ। ଚାଲି ଚାଲି ରାସନ କିଣିବାକୁ ଯାଆନ୍ତୁ।

୩ – ବାଇକ୍‌ ନେଇ କିଣିବାକୁ ଗଲେ ବାଇକ୍ ଜବତ ହେବ।

୪ – ହାଇଓ୍ଵେ କଡ ଢାବା ପାର୍ସଲ ପାଇଁ ଖୋଲା ରହିବ।

୫ – ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍‌ ଡେଲିଭରିକୁ ଅନୁମତି।

୬ – ବାହାଘର, ଶୁଦ୍ଧଘର ପାଇଁ ପୋଲିସ୍‌ର ଅନୁମତି ଆବଶ୍ୟକ।

୭- ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।

୮ – ଭୁବନେଶ୍ଵରରୁ କେହି ବାହାରକୁ ଯାଇ ପାରିବେ ନାହିଁ।

୯ – ମିଛ ପ୍ରେସ୍ କାର୍ଡ ଧରି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

୧୦ – ଗଣମାଧ୍ୟମରେ କାମ କରୁଥିଲେ ପ୍ରେସ୍‌ କାର୍ଡ ଗ୍ରହଣୀୟ।

୧୧- IT ସେକ୍ଟରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲି ପାରିବ।

୧୨- ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲି ପାରିବ ବ୍ୟାଙ୍କ କାର୍ଯ୍ୟ।

୧୩ – ଅଫିସ୍ ଆସୁଥିବା କର୍ମଚାରୀଙ୍କୁ ଦୋକାନ, ବଜାର ମନା।

୧୪ – ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ପତ୍ର ରଖିବେ।

୧୫ – ରହଣି ହୋଟେଲ୍ ଖୋଲା ରହିବ।

୧୬ – ରେଲଓ୍ଵେ ଷ୍ଟେସନ, ଏୟାରପୋର୍ଟ ଖୋଲା ରହିବ।

   Related Posts