Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

କାମ ଦେଲାନି ଟିକା : ଦୁଇଟି ଡୋଜ ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର,୧୩ ମାସରେ ୩ଥର ପଜିଟିଭ

28/07/2021 at 12:08 PM

ମୁମ୍ୱାଇ ୨୮/୭ : କରୋନାକୁ ନେଇ ଦିନକୁ ଦିନ ନୂଆ ଖବର ନଜର ଆସୁଛି । କେଉଁଠି ଟିକା ନେବା ପରେ ଲୋକଙ୍କ ଦେହରେ ଚୁମ୍ୱକୀୟ ଶକ୍ତି ଉତ୍ପନ ହେଉଛି । ଆଉ କେଉଁଠି ଅନେକ ରୋଚକ ତଥ୍ୟ ବି ଜାମିବାକୁ ମିଳୁଛି । ଏହାରି ଭିତରେ ମାୟାନଗରୀ ମୁମ୍ୱାଇରୁ ନଜର ଆସିଛି ଆଶ୍ଚର୍ଯ୍ୟକର ଘଟଣା । ୨୬ ବର୍ଷିୟା ଜଣେ ଡାକ୍ତରଙ୍କୁ ୧୩ ମାସରେ ୩ଥର ସଂକମଣର ହୋଇଛନ୍ତି ଶିକାର ।

ସେ ଭାକ୍‌ସିନ୍‌ର ଦୁଇଟି ଡୋଜ୍‌ ନେବା ପରେ ବି ହୋଇଛନ୍ତି ସଂକ୍ରମିତ । ମହିଳା ଡାକ୍ତରଙ୍କର ମାଆ , ବାପା ଓ ଭାଇ ବି ଦୁଇ ଡୋଜ୍‌ ଭାକ୍‌ସିନ୍‌ ନେବା ପରେ ଜୁଲାଇରେ ପ୍ରଥମ ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ପୂରା ପରିବାର ଏବେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଡାକ୍ତର ଓ ତାଙ୍କ ଭାଇଙ୍କର ସ୍ୱାବ୍‌ର ଜିନୋମ ଆନାଲିସିସ୍‌ ଚାଲୁଛି । ଏହା ଜାଣିବାକୁ ପରୀକ୍ଷା କରାଯାଉଛି କି ଏହା ଭାଇରସ୍‌ର କୌଣସି ନୂଆ ଷ୍ଟ୍ରେନ୍‌ ନୁହେଁ ତ ?

୨୬ ବର୍ଷିୟା ଡାକ୍ତର ଶ୍ରୁଷ୍ଟି ହାଲାରୀ ଗତ ୧୧ ମାସରେ ଥରେ କି ୨ଥର ନୁହେଁ ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି । ଏଥିରେ ବି ଆଶ୍ଚର୍ଯ୍ୟର କଥା ଯେ, ଭାକ୍‌ସିନ୍‌ର ୨ଡୋଜ୍‌ ନେବା ପରେ ଶ୍ରୁଷ୍ଟି ୩ଥର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି ।ମୁମ୍ୱାଇର ବୀର ସଭରକର ହସ୍ପିଟାଲରେ କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଶ୍ରୁଷ୍ଟି ହାଲାରୀଙ୍କୁ ୧୭ ଜୁନ୍‌ ୨୦୨୦ରେ ପ୍ରଥମ ଥର କରୋନା ହୋଇଥିଲା , ହେଲେ ବହୁତ କମ୍‌ ଲକ୍ଷଣ ଥିଲା ।

କୋଭିଶିଲ୍‌ଡ ଟିକାର ପ୍ରଥମ ଡୋଜ୍‌ ସେ ୮ ମାର୍ଚ୍ଚରେ ନେଇଥିଲେ ଏବଂ ୨ୟ ଡୋଜ୍‌ ୨୯ ଅପ୍ରେଲ୍‌ରେ । ପୂରା ପରିବାର ସାଥି ହୋଇ ଭାକ୍ସିନେଟ୍‌ ହୋଇଥିଲେ । ହେଲେ ପାଖାପାଖି ଏକ ମାସ ପରେ ୨୯ ମଇରେ ଡାକ୍ତର ଶ୍ରୁଷ୍ଟି ପୁଣି ଥରେ କରୋନା ପଜିଟିଭ୍‌ ହୋଇଥିଲେ । ତାଙ୍କ ଠାରେ ଲକ୍ଷଣ ଥିଲା ,ହେଲେ ସେ ଘରେ ରହି ସୁସ୍ଥହୋଇଥିଲେ । ଏହି ମାମଲା ଏହି ଠାରେ ସରି ନଥିଲା । ଦେଢ଼ ମାସ ପରେ ପୁଣି ସେ ୧୧ଜୁଲାଇରେ କରୋନା ସଂକ୍ରମିତ ହେଲେ ।

   Related Posts