Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଛୁଆଁଛୁତି ବାରଣରେ ଅତିଷ୍ଠ କରୋନା ଆକ୍ରାନ୍ତ ଶାଶୂ ଜାବୁଡି ଧରିଲେ ବୋହୂକୁ, ଉଭୟ ସଂକ୍ରମିତ

4/06/2021 at 6:03 PM

ହାଇଦ୍ରାବାଦ ୪।୬:  କରୋନା ଦ୍ୱିତୀୟ ଲହର ସାରା ଦେଶକୁ ପ୍ରଭାବିତ କରିଛି। କିଛି ରାଜ୍ୟରେ ସଂକ୍ରମଣ ହ୍ରାସ ହେଲାଣି, ତେବେ ତେଲେଙ୍ଗାନା, ଓଡ଼ିଶା ଏବଂ ତାମିଲନାଡୁ ଆଦି ରାଜ୍ୟରେ ଏବେବି ସଂକ୍ରମଣର ପ୍ରକୋପ ଜାରି ରହିଛି। ଏଥିରେ ତେଲେଙ୍ଗାନା ସୋମାରିପେଟା ଗାଁରେ ଘଟିଛି ଅଭାବନୀୟ ଘଟଣା। କରୋନା ଆକ୍ରାନ୍ତ ଜନୈକା ବୟୋଜ୍ୟେଷ୍ଠା ମହିଳା ଛୁଆଁଛୁତି ଓ ସାମାଜିକ ଦୂରତା ବାରଣରେ ଅତିଷ୍ଠ ହୋଇ ତାଙ୍କ ବୋହୂଙ୍କୁ ଜୋର ଜବରଦସ୍ତ ଜାବୁଡି ଧରି ସଂକ୍ରମିତ କରାଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳାଙ୍କ ସଂକ୍ରମିତ ବୋହୂକୁ ରାଜନ୍ନା ସିରିସିଲା ଜିଲ୍ଲା ଥିମାପୁରରେ ଥିବା ତାଙ୍କ ପିତ୍ରାଳୟ ଲୋକେ ଘରକୁ ନେଇଯାଇଛନ୍ତି। ସେଠାରେ ସେ ତାଙ୍କ ଭଉଣୀଙ୍କ ଦେଖରେଖରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ମହିଳାଙ୍କ ଶାଶୂ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର କୋଭିଡ-୧୯ ପରୀକ୍ଷଣ କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା। ପରିବାର ଲୋକେ ଜାଣିବା ପରେ ବୟସ୍କା ମହିଳାଙ୍କୁ ଘରେ ଏକାନ୍ତବାସରେ ରଖିଥିଲେ। ତାଙ୍କ ପାଖକୁ ତାଙ୍କ ନାତୁଣିଙ୍କୁ ବୋହୂ ଛାଡି ଦେଉନଥିବା ବେଳେ ଦୂରରେ ରହି ତାଙ୍କ ଖାଦ୍ୟ ଥାଳି ଠେଲି ଦେଉଥିଲେ।

ବୋହୂର ବ୍ୟବହାରରେ ଶାଶୂ ଅତିଷ୍ଠ ହୋଇ ମୁଁ ମରିଗଲେ ଭାବିଛ ତୁମେ ସବୁ ଭଲରେ ରହିବ ମୋତେ ଯାହା ହୋଇଛି ତୁମ ମାନଙ୍କୁ ବି ସେଇଆ ହେଉ କହି ବୋହୁଙ୍କୁ ଆତର୍କିତ ଜାବୁଡି ଧରିଥିଲେ। ପରେ ମହିଳା ନିଜର କରୋନା ପରୀକ୍ଷଣ କରିଥିବା ବେଳେ ସେ ମଧ୍ୟ ପଜିଟିଭ ଥିବା ରିପୋର୍ଟ ଆସିଛି। ଏଥିରେ ବୋହୁ ନିଜକୁ ନିଜ ଘରେ କବାଟ କିଳି ଆଇସୋଲେଟ କରିଥିବା ବେଳେ ବାପଘରକୁ ଖବର କରିଥିଲେ। ଭଉଣୀ ଆସି ତାଙ୍କୁ ଘରକୁ ନେଇଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ସୂଚିତ କରି ଘରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କ ଶାଶୂଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିରଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ସୂତ୍ରରୁ ଜଣାପଡିଛି। 

   Related Posts