Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଆସିଲା କେଉଁଠୁ ? ଗବେଷକଙ୍କ ଯୁକ୍ତି ପ୍ରାଣୀଙ୍କଠାରୁ ମଣିଷଙ୍କୁ ଡେଇଁଛି, ବଜ୍ରକାପ୍ତା ଓ ବାଦୁଡିଙ୍କୁ ବଢିଲା ସନ୍ଦେହ

12/05/2020 at 2:32 PM

ଉହାନ ୧୨।୫: କରୋନା ଭାଇରସ୍ କେଉଁଠୁ ଆସିଲା ? ଏହି ରହସ୍ୟର ସମାଧାନ ପାଇଁ ସାରା ବିଶ୍ବ ଏବଂ ସଂସ୍ଥା ଚୀନ୍ ପଛରେ ପଡିଛନ୍ତି । ସମସ୍ତ ଲିଙ୍କ୍ କୁ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଉଛି ଏବଂ ଏପର୍ଯ୍ୟନ୍ତ ସମସ୍ତ ଲିଙ୍କ୍ ଦୁଇଟି ପ୍ରାଣୀ ବଜ୍ରକାପ୍ତା ଏବଂ ବାଦୁଡି ଉପରେ ଶେଷ ହେଉଛି ।

ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଏହା ପ୍ରମାଣିତ କରୁଛି ଯେ ବାଦୁଡିରୁ ଉତ୍ପନ ହୋଇଥିବା କରୋନା ଭାଇରସ୍ ବଜ୍ରକାପ୍ତା ଶରୀରରୁ କିଛି ଶକ୍ତି ନେଇ ନୂଆ ରୂପରେ ବିକଶିତ ହୋଇ ସାର୍ସ-କୋଭ-୨ ଭାଇରସ୍ ଭାବରେ ମନୁଷ୍ୟ ଶରୀରରେ ଭାଇରସ୍ ହୋଇ ବିସ୍ତାର କରିଛି ।

କିଛି ମାସ ଧରି ଚାଲିଥିବା ଗବେଷଣାରେ ଚୀନ୍ ର ଦୁଇ ପ୍ରମୁଖ ବୈଜ୍ଞାନିକ କାଙ୍ଗପେଙ୍ଗ୍ ଝିଆଓ, ଜୁକ୍ନିୟୋନଙ୍ଗ୍ ଝାଇ କହିଛନ୍ତି ଯେ, ସାର୍ସ-କୋଭ୍-୨ ଭାଇରସ୍ ର କୋଭିଡ୍-୧୯ ମହାମାରୀରେ ଉଭୟ ବଜ୍ରକାପ୍ତା ଏବଂ ବାଦୁଡିର ଭୂମିକା ରହିଛି ।

ଜର୍ଣ୍ଣାଲ ନେଚର ପ୍ରକାଶିତ ରିପୋର୍ଟକୁ ଆଧାର କରି କରି ଏହି ବୈଜ୍ଞାନିକମାନଙ୍କ ଦ୍ବାରା ମିଳିଥିବା ପ୍ରମାଣ ସୂଚାଉଛି ଯେ ବଜ୍ରକାପ୍ତା କରୋନା ଭାଇରସ୍ କୁ ମନୁଷ୍ୟ ଶରୀରରେ ପହଞ୍ଚାଇବାର ଲିଙ୍କ୍ ହୋଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ପୂର୍ବରୁ ବାଦୁଡିର ଭୂମିକାକୁ ସନ୍ଦେହଜନକ ବୋଲି କହିଥିଲା । ଏହି ଅନୁସନ୍ଧାନକୁ ଅଧ୍ୟୟନ କରୁଥିବା ଭାରତର ବନ୍ୟଜନ୍ତୁ ଜୀବ ବିଜ୍ଞାନୀ ରୋହିତ ଚକ୍ରବର୍ତ୍ତୀ ଆହୁରି କହିଛନ୍ତି ଯେ କୌଣସି ନା କୌଣସି ଉପାୟରେ ବଜ୍ରକାପ୍ତା ଏବଂ ବାଦୁଡି କରୋନାର ନୂତନ ଭାଇରସ୍ ସହିତ ଯୋଡିହୋଇଥାଇପାରେ ।

ଦକ୍ଷିଣ ଚୀନ୍ କୃଷି ବିଶ୍ବବିଦ୍ୟାଳୟର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଅନୁସନ୍ଧାନକାରୀଙ୍କ ଅନୁସନ୍ଧାନ ଅନୁଯାୟୀ ଏହି ଦାବି ସପକ୍ଷରେ ଦୃଢ ପ୍ରମାଣ ଦେଇଛି । ବୈଜ୍ଞାନିକମାନେ ମଲୟନ ପ୍ରଜାତିର ବଜ୍ରକାପ୍ତା ଏବଂ ୪ଟି ବିଶେଷ ଜିନ୍ ଉପରେ ଧ୍ୟାନ ଦେଇ ବୈଜ୍ଞାନିକମାନେ ସିଦ୍ଧାନ୍ତ ନେଇଛନ୍ତି । ସେମାନେ ବଜ୍ରକାପ୍ତାରେ ପାଇଥିବା କରୋନା ଭାଇରସ୍ (ପାଙ୍ଗୋଲିନ୍-କୋଭ୍)ର ଆମିନୋ ଏସିଡ୍ ମନୁଷ୍ୟ ଶରୀରରେ ବିସ୍ତାର କରିଥିବା ଭାଇରସ୍ ର ଜେନେଟିକ୍ ପଦାର୍ଥ ଅର୍ଥାତ୍ RNA ସହିତ ୧୦୦%, ୯୮.୬%, ୯୭.୮% ଏବଂ ୯୦.୭% ସମାନ ।

ମଲୟନ ପାଙ୍ଗୋଲିନ ରେ ମିଳୁଥିବା ଭାଇରସ୍ ରେ କୋଷଗୁଡିକ ଉପରେ ଆକ୍ରମଣ କରୁଥିବା ସ୍ପାଇକ୍ ପ୍ରୋଟିନ୍ ପାଇଛନ୍ତି ଯାହା ବ୍ୟବାହାର ମନୁଷ୍ୟ ଶରୀରରେ କରୋନା ଭାଇରସ୍ କରୁଛି । ଏହାକୁ ବିଜ୍ଞାନ ଭାଷାରେ ରିସେପ୍ଟର ବାଇଣ୍ଡିଂ ଡୋମେନ୍ କୁହାଯାଏ |

ଭାଇରସମାନଙ୍କର ଜିନୋମ କ୍ରମ ହେଉଛି ଜେନେଟିକ୍ ପଦାର୍ଥର ସିକ୍ୱେନ୍ସିଂ ଏବଂ ତୁଳନା କରି ଜୀବାଣୁଙ୍କ ଲିଙ୍କ୍ ଯୋଡିବାରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା । ଏହି ନୂତନ ଅଧ୍ୟୟନରେ ସମାନ ପ୍ରଣାଳୀ ବ୍ୟବହାର କରି ବୈଜ୍ଞାନିକମାନେ ସିଦ୍ଧାନ୍ତ ନେଇଛନ୍ତି ଯେ, ବଜ୍ରକାପ୍ତା-କୋଭ୍ ର ଗଠନ ମଣିଷର ନୂତନ SARS-CoV-2 ଏବଂ ବାଦୁଡିର Sars-CoV RaTG13 ନାମକ ଏକ ଭାଇରସ୍ ସହିତ ସମାନ ।

   Related Posts