Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||

‘ମୋ ସରକାର’ରେ କୋଭିଡ୍‌ ପରିଚାଳନା

8/07/2020 at 8:08 AM

ଭୁବନେଶ୍ୱର  ୦୮।୦୭ : କୋଭିଡ୍‌ ପରିଚାଳନା ‘ମୋ ସରକାର’ ଅଧୀନକୁ ଆସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମର୍ମରେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜରୁରୀ ଅପରେସନ ପୂର୍ବରୁ ବାଧ୍ୟତାମୂଳକ ଭାବେ ଆଣ୍ଟିଜେନ୍‌ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଳ୍ପ ଓ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ କୋଭିଡ୍‌ ଗୃହରେ ରଖି ଚିକିତ୍ସା ସେବା ଓ ଗୁରୁତର ରୋଗୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବାକୁ କେନ୍ଦ୍ର ସରକାର ଗାଇଡଲାଇନ୍‌ ଜାରି କରିଛନ୍ତି । ଏହା ଉପରେ ବିଚାର ବିମର୍ଷ କରିବାକୁ ନିଷ୍ପତ୍ତି ହୋଇଛି । କୋଭିଡ୍‌ ଯୋଦ୍ଧାମାନେ କିଭଳି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ଉପଯୁକ୍ତ ତାଲିମ ଦିଆଯିବ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିବା ଅବସରରେ ଏଭଳି ନିର୍ଦେଶନାମା ଜାରି କରିଛନ୍ତି। 

ଚିକିତ୍ସା ସମୟରେ ରୋଗୀଙ୍କ ପରିବାରକୁ ରୋଗୀର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ସୂଚନା ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନଲାଇନ୍‌ ଏଣ୍ଟ୍ରି ବ୍ୟବସ୍ଥା କରିବା ଓ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ହସ୍ପିଟାଲ ଓ ହଟ୍‌ସ୍ପଟ୍‌ ଜିଲ୍ଲାରେ ଆଣ୍ଟିଜେନ୍‌ ପରୀକ୍ଷା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ, ମୁମ୍ବାଇ, କଲିକତା, ଚେନ୍ନାଇ ଭଳି ହଟ୍‌ସ୍ପଟ୍‌ ସହରରୁ ଭୁବନେଶ୍ୱରକୁ କମ୍‌ ସଂଖ୍ୟାରେ ଟ୍ରେନ୍‌ ଓ ବିମାନ ଚଳାଚଳ ପାଇଁ ଆଲୋଚନା ହୋଇଛି ।

ପ୍ରତି ପଞ୍ଚାୟତରେ ୪୯ହଜାର ୨୧୮ ଶଯ୍ୟା ବିଶିଷ୍ଟ ୫ହଜାର ୪୮୦ କୋଭିଡ୍‌ ଗୃହ ସ୍ଥାପନ କରାଯାଇଛି । ୧୧୪ ପୌରାଞ୍ଚଳରେ ୫ହଜାର ୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଗୃହ ରହିଛି । ଆଗକୁ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି ଓ କେନ୍ଦୁଝରରେ ପରୀକ୍ଷା ସୁବିଧା ହେବ ବୋଲି ନିଷ୍ପତ୍ତି ହୋଇଛି । ଗଞ୍ଜାମକୁ ଅଧିକ ଆଣ୍ଟିଜେନ୍‌ ଟେଷ୍ଟ୍‌ ପାଇଁ ଅଧିକ କିଟ୍‌ ପଠାଇବାକୁ ଯୋଜନା ହୋଇଛି । ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ କଡ଼ାକଡ଼ି ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts