ନୂଆଦିଲ୍ଲୀ ୧୯।୦୫: କରୋନା ସଙ୍କଟ ମଧ୍ୟରେ ଭାରତରେ ଆମେରିକା ଓ ୟୁରୋପ ଦେଶର ଏକ ରହସ୍ୟମୟୀ ରୋଗ ପାଦ ଦେଇଛି। ଏହି ବିରଳ ରୋଗର ଲକ୍ଷଣ ଚେନ୍ନାଇର ଜଣେ ୮ ବର୍ଷୀୟ ବାଳକଠାରେ ଦେଖିବାକୁ ମିଳିଛି। ଡାକ୍ତରଙ୍କ ଅନୁସାରେ ଏହି ବିରଳ ରୋଗରେ ପୀଡିତ ପିଲାଟିର ପୂରା ଶରୀରରେ ଲାଲ ଲାଦ ଦାଗ ପଡିଥିଲା ଏବଂ ପୂରା ଶରୀର ଫୁଲି ଯାଇଥିଲା। ଏହା ପରେ ପିଲାଟିକୁ କାଞ୍ଚି କାମକୋଟି ଚାଇଲ୍ଡ ଟ୍ରଷ୍ଟ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ପିଲାଟି ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଛି। ଏହି ରୋଗରେ ଆମେରିକା ଓ ୟୁରୋପ ଦେଶର ଅନେକ ପିଲାଙ୍କ ମୃତ୍ୟୁ ଘଟି ସାରିଛି। ଏହି ରୋଗର କିଛି ଲକ୍ଷଣ କରୋନା ଭୂତାଣୁ ସଂକ୍ରମଣ ସହ ସମାନ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଏହି ରୋଗ ନେଇ ଆଲର୍ଟ ଜାରି କରାଯାଇଛି।
ଶିଶୁଙ୍କ ପାଇଁ ବଡ ବିପଦ
ଡାକ୍ତରଙ୍କ ଅନୁଯାୟୀ, ଏହି ରୋଗରେ ଶରୀରର ମଲ୍ଟି ସିଷ୍ଟମ ଇମ୍ଫ୍ଲାମେଣ୍ଟ୍ରି ସିଣ୍ଡ୍ରୋମ ଅର୍ଥାତ ବିଷାକ୍ତ ତତ୍ଵ ଉତ୍ପନ ହୋଇ ଥାନ୍ତି। ଏହା ଧିରେ ଧିରେ ପୂରା ଶରୀରକୁ ବ୍ୟାପିଥାଏ। ଏହି ବିରଳ ରୋଗରେ ଶରୀରର ଅନେକ ଅଂଶ କାମ କରିବା ବନ୍ଦ କରି ଦେଇଥାଏ। ଏଥିରେ ପୀଡିତ ପିଲାଙ୍କ ମୃତ୍ୟୁ ଘଟିପାରେ।
{"id":272795,"sizeSlug":"large"}କୋଭିଡ୍ ପ୍ରଭାବିତ ଅଞ୍ଚଳରେ ଅଧିକ ବିପଦ
ଲେସେଣ୍ଟର ରିପୋର୍ଟ ଅନୁଯାୟୀ ଇଟାଲୀର ଗବେଷକ କରୋନା ଭାଇରସ୍ ଓ ଦୁଲର୍ଭ ରୋଗ ମଧ୍ୟରେ ଥିବା ସମ୍ବନ୍ଧକୁ ଚିହ୍ନଟ କରିଛନ୍ତି। ଗବେଷକ ଏହି ରୋଗକୁ ପିଡିଏଟ୍ରିକ ଇମ୍ଫ୍ଲେମେଟ୍ରି ମଲ୍ଟି-ସିଷ୍ଟମ ସିଣ୍ଡ୍ରୋମ ନାମ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଉତ୍ତରୀ ଇଟାଲୀର ଯେଉଁ ଅଞ୍ଚଳରେ କୋଭିଡ୍-୧୯ ସଂକ୍ରମିତ ମାମଲା ଅଧିକ ରହିଥିଲା, ସେଠାରେ ଏହି ରୋଗରେ ପୀଡିତ ପିଲାଙ୍କ ହାର ୩୦ ଗୁଣ ଅଧିକ ଥିଲା। ଅନ୍ୟପଟେ ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ରୋକଥାମ କେନ୍ଦ୍ର(ସିଡିସି) ମଧ୍ୟ ସିଣ୍ଡ୍ରୋମରେ ପୀଡିତ ୧୪୫ ମାମଲା କରୋନା ସମ୍ବନ୍ଧିତ ଥିବା ସୂଚନା ଦେଇଛି।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଜାରି କଲା ଆଲର୍ଟ
କରୋନା ଭୂତାଣୁ ପରେ ପିଲାଙ୍କଠାରେ ଏହି ରୋଗକୁ ନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଡାକ୍ତର ମାରିଆ ଭ୍ୟାନ୍ କୋରଖୋଭଙ୍କ ଅନୁଯାୟୀ, ପିଲାଙ୍କ ହାତ, ପାଦରେ ଲାଲ ଲାଲ ଚିହ୍ନ ପଡିବା, ଫୁଲି ଯିବା ଓ ପେଟ ଯନ୍ତ୍ରଣା ହେବା ପରି ଲକ୍ଷଣ ଦେଖା ଦିଏ ତେବେ ଏହା ଇମ୍ଫ୍ଲାମେଟ୍ରି ସିଣ୍ଡ୍ରୋମ ହୋଇପାରେ। ଯଦି କୌଣସି ପିଲାଠାରେ ଏମିତି ଲକ୍ଷଣ ଦେଖିବାକୁ ମିଳୁଛି ତେବେ ଅଭିଭାବକ ତୁରନ୍ତ ଡାକ୍ତରଙ୍କ ପାଖକୁ ଯିବା ଉଚିତ୍।
ଏମିତି ଜାଣନ୍ତୁ ରୋଗରଲ ଲକ୍ଷଣ
- ହାତ, ପାଦ କିମ୍ବା ଶରୀରର କୌଣସି ବି ଅଙ୍ଗ ଅତ୍ୟଧିକ ଫୁଲି ଯିବା।
- ୫ ଦିନ କିମ୍ବା ସେଥିରୁ ଅଧିକ ଦିନ ପର୍ଯ୍ୟନ୍ତ ଦେହରେ ଜୋରରେ ଜ୍ଵର ରହିବା।
- ବେକ୍ ଫୁଲି ଯିବା।
- ପିଲାଙ୍କ ଆଖି ଲାଲ ପଡିବା କିମ୍ବା ଆଖିରେ ଯନ୍ତ୍ରଣା ହେବା।
- ଓଠ, ଜିଭରେ ଲାଲ ଦାଗ ପଡିବା।
- ଚର୍ମର ରଙ୍ଗ ହଳଦିଆ କିମ୍ବା ନୀଳ ପଡିବା।
- ଅନେକ ଦିନ ପର୍ଯ୍ୟନ୍ତ ପେଟ୍ ଯନ୍ତ୍ରଣା ଲାଗି ରହିବା, ବାନ୍ତି ହେବା କିମ୍ବା ଡାଏରୀଆ ପରି ସମସ୍ୟା ହେବା।
- ପିଲା ନିଃଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବା କିମ୍ବା ଜୋରରେ ନିଃଶ୍ଵାସ ନେବା।
- ହୃଦ କମ୍ପନ ଅଧିକ ବଢିବା କିମ୍ବା ଛାତିରେ ଯନ୍ତ୍ରଣା ହେବା।