କାଶରୁ ଜାଣି ହେବ ହେଇଛି କି କରୋନା ? ମୋବାଇଲ୍ ହିଁ ଜଣାଇ ଦେବ, ଜାଣନ୍ତୁ କେମିତି

Published By : Prameya-News7 Bureau | July 24, 2020 IST

ନୂଆଦିଲ୍ଲୀ ୨୪।୦୭: ଦେଶରେ ଏବେ କାଶିବାର ସ୍ଵରରୁ କରୋନା ଭାଇରସ୍ ସଂକ୍ରମଣର ପତ୍ତା ଲଗାଇବା ଜ୍ଞାନ କୌଶଳ ଉପରେ କାମ ଚାଲିଛି। ଏହାର ସ୍ଵତନ୍ତ୍ର ଅନୁସନ୍ଧାନ ଆରମ୍ଭ ହୋଇ ଯାଇଛି। ଜଣେ ଅଧିକାରୀ କହିଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ(ଆଇସିଏମଆର)ର ଏକ ଶାଖା ତଥା ଭାରତ ଓ ନରଓ୍ଵେ ସରକାରଙ୍କ ଦ୍ଵାରା ଏହି ଅଭିଯାନ ଉପରେ କାମ କରାଯାଉଛି।

ଏଥିରେ କୃତ୍ରିମ ବୁଦ୍ଧିମତା(ଏଆଇ)ର ଉପଯୋଗ କରି ଲୋକଙ୍କ କାଶିବା ସ୍ଵରରୁ କରୋନା ସଂକ୍ରମଣର ସନ୍ଧାନ କରିବା ପାଇଁ ଅଧ୍ୟୟନ ଆରମ୍ଭ ହୋଇ ଯାଇଛି। ନରଓ୍ଵେ ଓ ଭାରତର ମିଳିତ ପ୍ରୟାସ ଦ୍ଵାରା ଏକ ମୋବାଇଲ ଆପ୍ ବିକଶିତ କରାଯାଉଛି। ଏଥିରେ ଭାଇରସ୍‌ରେ ସଂକ୍ରମିତ ଲୋକ ନିଜର କାଶର ସ୍ଵର ରେକର୍ଡ କରୁଛନ୍ତି। ଗବେଷକ କୋଭିଡ୍-୧୯ ରୋଗୀଙ୍କ କାଶିବାର ସ୍ଵର ଏକତ୍ର କରୁଛନ୍ତି।

କ୍ଷେତ୍ରୀୟ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର(ଆଏଏମଆରସି) ଭୁବନେଶ୍ଵରର ନିର୍ଦ୍ଦେଶକ ଡ. ସଙ୍ଘମିତ୍ରା ପାଟି ଶୁକ୍ରବାର କହିଛନ୍ତି କରୋନା ସଂକ୍ରମିତଙ୍କ ଚିହ୍ନଟ ପାଇଁ କାଶ ସ୍ଵରର ନମୂନାର ମିଶ୍ରିତ ଡାଟାବେସ୍‌ ଉପରେ ଏଆଇରେ ବିଶ୍ଳେଷଣ କରାଯିବ।

ଉଲ୍ଲେଖଯୋଗ୍ୟ, ଆରଏମଆରସି, ଭୁବନେଶ୍ଵର ଆରଏମଆରସିର ଏକ ସ୍ଥାୟୀ ଅନୁସନ୍ଧାନ କେନ୍ଦ୍ର। ପାଟି କହିଛନ୍ତି ଗତ ଦିନରେ ନିମୋନିଆ ରୋଗୀଙ୍କ ଏକ୍ସରେ ବିଶ୍ଳେଷଣ ମାମଲାରେ ଏକ ସମାନ ଅଧ୍ୟୟନ କରାଯାଇଥିଲା। ଲକ୍ଷ୍ୟ ଏହା ଚିହ୍ନଟ କରିବାର ଥିଲା ଯେ, ନିମୋନିଆର ଏକ୍ସରେ କେଉଁଟା ଏବଂ କେଉଁଟା ନୁହେଁ। ଓଡିଶାର ଲୋକ ଆପ୍‌ର ଉପଯୋଗ କରି ଅଧ୍ୟୟନରେ ଭାଗ ନେବା ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.