Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସ୍ୱାଧିନତା ପରେ ମହାମାରୀ ଦେଶ ପାଇଁ ବଡ ଆହ୍ୱାନ : ରଘୁରାମ ରାଜନ

16/05/2021 at 7:33 AM

ନୂଆଦିଲ୍ଲୀ ୧୬/୫: ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କହିଛନ୍ତି ଯେ ସ୍ୱାଧୀନତା ପରେ କୋଭିଡ -19 ମହାମାରୀ ଦେଶପାଇଁ ସବୁଠାରୁ ବଡ ଆହ୍ୱାନ । ରାଜନ ଏହା ମଧ୍ୟ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ବିଭିନ୍ନ କାରଣରୁ ଲୋକଙ୍କୁ ସାହାଯ୍ୟ କରୁନାହାଁନ୍ତି ସରକାର । ଦିଲ୍ଲୀର ଚିକାଗୋ ୟୁନିଭରସିଟିର ଅନଲାଇନ୍ ଇଭେଣ୍ଟକୁ ସମ୍ବୋଧିତ କରିବା ସମୟରେ ସେ କହିଛନ୍ତି ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଦେବାଳିଆ ଘୋଷଣା ପାଇଁ ତ୍ୱରିତ ପ୍ରକ୍ରିୟା ଆବଶ୍ୟକ କରୁଛି ।

ସେ ଆହୁରି କହିଛନ୍ତି ମହାମାରୀ ଭାରତ ପାଇଁ ଏହା ବହୁତ ବଡ ଦୁଃଖଦ ଘଟଣା । ସ୍ୱାଧିନତା ପରେ କୋଭିଡ -19 ମହାମାରୀ ବୋଧହୁଏ ଦେଶ ପାଇଁ ସବୁଠାରୁ ବଡ ଆହ୍ୱାନ । ରାଜନ କହିଛନ୍ତି ଯେ ଯେତେବେଳେ ମହାମାରୀ ପ୍ରଥମେ ଆସିଲା ତାଲାବନ୍ଦ ପାଇଁ ଦେଶର ଅର୍ଥନୈତିକ ବ୍ୟବସ୍ଥା ଠିକ୍ ନଥିଲା । କିନ୍ତୁ ବର୍ତ୍ତମାନ ଯେଉଂ ପରିସ୍ଥିତି ଉଭୟ ଅର୍ଥନୈତିକ ଏବଂ ବ୍ୟକ୍ତିଗତ ଦୁଇଟି ଯାକ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

ଦେଶରେ ପ୍ରତିଦିନ ତିନି ଲକ୍ଷରୁ ଅଧିକ ମାମଲା ରିପୋର୍ଟ କରାଯାଉଛି । ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜନ କହିଛନ୍ତି ଯେ ମହାରାଷ୍ଟ୍ର ସରକାର କୋଭିଡ -19 ରୋଗୀଙ୍କୁ ଅମ୍ଳଜାନ ଶଯ୍ୟା ଯୋଗାଇବାରେ ସକ୍ଷମ ଅଟନ୍ତି । ସେ କହିଛନ୍ତି ଯେ ଅନେକ ସ୍ଥାନରେ ସରକାର ଆମକୁ ସହଯୋଗ କରୁନାହାଁନ୍ତି । କରୁନାହାଁନ୍ତି।

   Related Posts