Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

କରୋନା ଭାଇରସ୍‌ର ପ୍ରକୋପ ଏବେ କମିବନି, ଜୁନ-ଜୁଲାଇରେ ଦେଶରେ ସଂକ୍ରମଣ ଚରମ ସ୍ଥିତିରେ ପହଞ୍ଚିବ: ଏମ୍ସ ନିର୍ଦ୍ଦେଶକ

7/05/2020 at 5:49 PM

ନୂଆଦିଲ୍ଲୀ ୦୭।୦୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ଗୁରୁବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ମୋଟ୍ ୫୨୯୫୨ରେ ରହିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୩ ହୋଇଛି। ଦେଶ-ଦୁନିଆରେ ଏହି ସଂକ୍ରମଣର ଚିକିତ୍ସା ପାଇଁ ଭ୍ୟାକସିନ୍ ପ୍ରସ୍ତୁତି ପ୍ରୟାସ ଯୁଦ୍ଧକାଳୀନସ୍ତରରେ ଜାରି ରହିଛି। ଏହା ମଧ୍ୟରେ ଦିଲ୍ଲୀ ସ୍ଥିତ ଅଖିଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(AIIMS)ର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଦେଶରେ କରୋନା ସଂକ୍ରମଣ ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କ ଅନୁଯାୟୀ କୋଭିଡ୍-୧୯ର ପ୍ରକୋପ ଏବେ ଥମିବ ନାହିଁ। ଜୁନ୍‌ ଓ  ଜୁଲାଇରେ ଏହା ଦେଶରେ ଚରମ ସ୍ଥିତିରେ ରହିପାରେ। ଏହି ଦୁଇ ମାସରେ ସର୍ବାଧିକ ଲୋକ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ପାରନ୍ତି।

ସମାଚାର ଏଜେନ୍ସି ଏଏନଆଇ ଅନୁଯାୟୀ ଡ. ରଣଦୀପ ଗୁଲେରିଆ କହିଛନ୍ତି, ଯେଉଁ ଭଳି ଭାବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେଥିରୁ ଏହା ଜଣା ପଡୁଛି ଯେ, ଜୁନ୍ ଓ ଜୁଲାଇରେ ଏହା ଚରମରେ ରହିବ। ଏହି ଦୁଇ ମାସରେ ଦେଶରେ ସର୍ବାଧିକ କରୋନା ସଂକ୍ରମିତ କେସ୍ ସାମ୍ନାକୁ ଆସିପାରେ।

ଡ. ରଣଦୀପ ଗୁଲେରିଆ ଏହା ମଧ୍ୟ କହିଛନ୍ତି, ଏହି ମାରାତ୍ମକ ଭାଇରସ୍‌ର ପ୍ରତିରୋଧ ଲାଗି କିଛି ଉପାୟ ରହିଛି ମାତ୍ର ଏହା ସମୟ ସହିତ ଜଣା ପଡିବ ଯେ, ଏହା କେତେ ପ୍ରଭାବଶାଳୀ। ପରେ ଜଣା ପଡିବ  ଯେ, ଲକ୍‌ଡାଉନ୍‌ ବଢାଇବାର କଣ ପ୍ରଭାବ ପଡିଛି।

ଗୁଲେରିଆଙ୍କ ଅନୁଯାୟୀ ଜୁନ୍ ଓ ଜୁଲାଇରେ କୋଭିଡ୍-୧୯ ସଂକ୍ରମଣ ଚରମରେ ପହଞ୍ଚିବା ପରେ ଏହାର ପ୍ରକୋପ ହ୍ରାସ ଘଟିପାରେ। କିନ୍ତୁ ଏହା ବାସ୍ତବ ଯେ, ଲକ୍‌ଡାଉନ୍‌ କାରଣରୁ ସଂକ୍ରମଣ ମାମଲା ଅଧିକ ବଢି ପାରିନାହିଁ।

   Related Posts