Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଭାରତୀୟ ସେନାରେ COVID-19, କର୍ଣ୍ଣେଲ ପଦବୀର ଡାକ୍ତରଙ୍କ ନମୁନା ରିପୋର୍ଟ ପଜେଟିଭ

29/03/2020 at 8:42 PM

କୋଲକାତା ୨୯।୩: କରୋନା ସଂକ୍ରମଣ ଭାରତୀୟ ସେନାକୁ ବି ବ୍ୟାପିଯାଇଛି। ସେନା ସୂତ୍ରରୁ ମିଳିଥିବା ଏକ ସୂଚନାରୁ କୋଲକାତା ଆର୍ମି କମାଣ୍ଡ ହସ୍ପିଟାଲରେ କାର୍ଯ୍ୟରତ ଜନୈକ କର୍ଣ୍ଣେଲ ପଦବୀର ଡାକ୍ତର ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜେଟିଭ ମିଳିବା ପରେ ତାଙ୍କୁ ଆଇସୋଲେସନରେ ରଖା ଯାଇଥିବା ବେଳେ ତାଙ୍କ ଅନ୍ୟ ସହକର୍ମୀଙ୍କ ଲାଗି ମଧ୍ୟ ଏବେ ସାବଧାନତା ଅବଲମ୍ବନ କରାଯାଉଥିବା ସୂଚନା ଦିଆଯାଇଛି।

ଏହା ପୂର୍ବରୁ ବିଏସଏଫର ଜନୈକ ଅଧିକାରୀ କରୋନା ସଂକ୍ରମିତ ହୋଇଥିବା ପୁଷ୍ଟି ହୋଇଥିଲା। ସମ୍ପୃକ୍ତ ଅଧିକାରୀ ଜଣକ ଗ୍ୱାଲିୟରର ଟକନପୁର ଅଞ୍ଚଳରେ ଥିବା ବିଏସଏଫ ପ୍ରଶିକ୍ଷଣ କେନ୍ଦ୍ରରେ ଅବସ୍ଥାପିତ ଥିଲେ। ତାଙ୍କ ପରିବାରର କେହି ସଦସ୍ୟ ନିକଟରେ ବ୍ରିଟେନରୁ ଫେରିଥିଲେ। ଏଣୁ ତାଙ୍କ ଠାରୁ ଅଧିକାରୀ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ସମ୍ପୃକ୍ତ ଅଧିକାରୀଙ୍କୁ ଏବେ ସ୍ଥାନୀୟ ହସ୍ପିଟାଲରେ ଆଇସୋଲେସନ କରାଯାଇଥିବା ବେଳେ ତାଙ୍କ ସହ ସମ୍ପର୍କରେ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୃଥକ କରାଯାଇଛି। ସେହିପରି ସିଆଇଏସଏଫର ଜନୈକ ହେଡ୍ କନଷ୍ଟେବଲ ମଧ୍ୟ କରୋନା ପଜେଟିଭ ଥିବା ଜଣାପଡିଛି। ସେମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମୁତୟନ ଥିଲେ। ତାଙ୍କୁ ଏକ ସ୍ଥାନୀୟ ହସ୍ପିଟାଲର ଆଇସୋଲେସନରେ ରଖାଯାଇଛି।

   Related Posts