Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

କରୋନା ଭାଇରସ୍ କାରଣରୁ ୨୦୦୮ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହେବ ବିଶ୍ଵ ଅର୍ଥ ବ୍ୟବସ୍ଥା, IMF କହିଲା – ମାନବତା ପାଇଁ ଅନ୍ଧକାରମୟ ସମୟ

4/04/2020 at 9:59 PM

ଓ୍ଵାଶିଂଟନ/ଜିନେଭା, ୦୪।୦୪: ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ) ଶୁକ୍ରବାର କହିଛି ଯେ, କରୋନା ଭାଇରସ୍ ମହାମାରୀ ସମଗ୍ର ଦୁନିଆର ଅର୍ଥ ବ୍ୟବସ୍ଥା ପାଇଁ ଗମ୍ଭୀର ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଆଇଏମଏଫ କହିଛି ଯେ, ପୂରା ଦୁନିଆ ପାଇଁ ଏହି ସ୍ଥିତି ୧୦ ବର୍ଷ ପୂର୍ବେ ୨୦୦୮ରେ ଉତ୍ପନ ବିଶ୍ଵ ଆର୍ଥିକ ସଙ୍କଟଠୁ ମଧ୍ୟ ଆହୁରି ଶୋଚନୀୟ ହୋଇପାରେ। ଆଇଏମଏଫ ଏହାକୁ ମାନବତା ପାଇଁ ଅନ୍ଧକାରମୟ ସମୟ କହିଛି।

ମୁଦ୍ରା କୋଷର ପ୍ରବନ୍ଧ ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜାର୍ଜିଭା ମଧ୍ୟ ଶୁକ୍ରବାର କହିଛନ୍ତି କରୋନା ଭାଇରସ୍ ମହାମାରୀ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ଶକ୍ତ ଧକ୍କା ଦେଇଛି । ଏହା ଦୁନିଆକୁ ମନ୍ଦି ମଧ୍ୟକୁ ଠେଲି ଦେଇଛି । ଯାହା ଏକ ଦଶନ୍ଧି ପୂର୍ବରୁ ବୈଶିକ ଆର୍ଥିକ ସଙ୍କଟ ତୂଳନାରେ ଅଧିକ ଖରାପ ସ୍ଥିତି ସୃଷ୍ଟି କରିବ । ଏହା ମାନବତା ପାଇଁ ସବୁଠୁ ଖରାପ ସମୟ ।

ବିଶ୍ୱ ବ୍ୟାଙ୍କର ସଭାପତି ଡେଭିଡ୍ ମଲପାସ ଶୁକ୍ରବାର କହିଛନ୍ତି ଦ୍ରୁତ ଗତିରେ ବ୍ୟାପୁଥିବା କୋଭିଡ ୧୯ ମହାମାରୀ କାରଣରୁ ବଡ ବୈଶିକ ମନ୍ଦି ଉତ୍ପନ ହେବାର ଆଶଙ୍କା ରହିଛି । ଯାହା ସମ୍ଭବତଃ ସବୁଠୁ ଗରିବ ଏବଂ ଦୁର୍ବଳ ଦେଶକୁ ଅଧିକ ପ୍ରଭାବିତ କରିବ ।

ଲିଙ୍କଡଇନ ନେଟଓ୍ଵର୍କିଙ୍ଗ ସାଇଟରେ ଏକ ପୋଷ୍ଟରେ ମଲପାସ୍ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ଇଥିଓପିଆ, କେନିଆ ପରି ଦେଶଗୁଡିକର ନେତାଙ୍କ ସହ ଶୀଘ୍ର ଆଲୋଚନା କରିବାକୁ ଯୋଜନା କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ଆଇଏମଏଫର ପ୍ରବନ୍ଧ ନିର୍ଦ୍ଦେଶକ ଜାର୍ଜିଭା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ପ୍ରମୁଖଙ୍କ ସହିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଉଦୀୟମାନ ବଜାର ଏବଂ ବିକାଶୀଳ ଦେଶର ଅର୍ଥବ୍ୟବସ୍ଥା ଓ ସ୍ୱାସ୍ଥ୍ୟକୁ ମହାମାରୀର ପ୍ରଭାବରୁ ବଞ୍ଚାଇବାରେ ସାହାଯ୍ୟ କରିବା ପାଇଁ ପ୍ରୟାସକୁ ଆଗକୁ ବଢାଇବାକୁ ଉନ୍ନତ ଅର୍ଥବ୍ୟବସ୍ଥା ଦେଶକୁ ଆହ୍ୱାନ କରିଛନ୍ତି ।

ଭିଡିଓ କନଫରେନ୍ସିଂ କଲ୍ ଜରିଆରେ ସେ ପ୍ରାୟ ୪୦୦ ସାମ୍ବାଦିକଙ୍କୁ କହିଛନ୍ତି ଯେ, ସଂପ୍ରତି କରୋନା ପରି କୌଣସି ସଙ୍କଟ ନାହିଁ । ଏହା  ବିଶ୍ୱ ଅର୍ଥବ୍ୟବସ୍ଥାକୁ ପଙ୍ଗୁ କରି ଦେଇଛି । ଏବେ ସମସ୍ତେ ମନ୍ଦି ଦେଇ ଗତି କରୁଛେ । ଏହା ୨୦୦୮-୦୯ ବିଶ୍ଵ ଆାର୍ଥିକ  ସଙ୍କଟଠୁ ମଧ୍ୟ ବହୁତ ଖରାପ ।

ଜର୍ଜିଭା କହିଛନ୍ତି ଆଇଏମଏଫ ଏବେ ବିଶ୍ୱ ବ୍ୟାଙ୍କ ଓ ଡବ୍ଲ୍ୟୁଏଚଓ ସହିତ କମା କରୁଛି, ଯଦ୍ୱାରା ଚୀନ ଓ ଅନ୍ୟ ଋଣଦାତା ଦେଶ ନିଜର ଋଣ ଆଦାୟକୁ ଅତି କମରେ ଗୋଟିଏ ବର୍ଷ ଘୁଞ୍ଚାଇବେ । ଏହା ଦ୍ୱାରା ମହାମାରୀ ପ୍ରଭାବ ସମାପ୍ତ ହେବା ପର‌୍ୟ୍ୟନ୍ତ ସବୁଠୁ ଗରିବ ଦେଶଠୁ ଋଣ ଆଦାୟକୁ ସ୍ଥଗିତ ରଖାଯାଇ ପାରିବ ।  ଆଇଏମଏଫ ଓ ବିଶ୍ୱ ବ୍ୟାଙ୍କ ଆଗାମୀ ସପ୍ତାହରେ ପେରିସ୍ କ୍ଲବର ଋଣଦାତା ଦେଶ ଏବଂ ୨୦ ପ୍ରମୁଖ ଅର୍ଥବ୍ୟବସ୍ଥା ସମୂହ ସହିତ ଏକ ବିଶେଷ ପ୍ରସ୍ତାବ ଉପରେ କାମ କରିବ ।

   Related Posts