ସରକାରଙ୍କୁ କୋଟି ପତିଙ୍କ ଖୋଲା ଚିଠି: କହିଲେ- ସୁପର ରିଚ୍‌ଙ୍କ ଉପରେ ଲଗାଯାଉ ଅଧିକ ଟ୍ୟାକ୍ସ, କରୋନା ପାଇଁ ବିଶ୍ଵକୁ ଦରକାର ଅନେକ ଅର୍ଥ

Published By : Prameya-News7 Bureau | July 13, 2020 IST

ଲଣ୍ଡନ ୧୩।୦୭: ଦୁନିଆରେ କରୋନା  ଭାଇରସ୍‌ ମହାମାରୀର ପ୍ରକୋପ ଥମିବାର ନାଁ ନେଉନାହିଁ। କରୋନା ପ୍ରଭାବରେ ସମଗ୍ର ଦୁନିଆର ଅର୍ଥବ୍ୟବସ୍ଥା ଭାଙ୍ଗି ପଡିଛି। ଜଣା ନାହିଁ ଅର୍ଥବ୍ୟବସ୍ଥା ନିଜର ପୂର୍ବ ସ୍ଥିତିକୁ କେବେ ଫେରିବ। ଏହା ମଧ୍ୟରେ ଦୁନିଆର ୮୦ ମିଲିୟନ କୋଟି ପତି ସମସ୍ତ ଦେଶର ସରକାରଙ୍କୁ ବିତ୍ତଶାଳୀ ଲୋକଙ୍କ ଉପରେ ଟିକସ ଲଗାଇବାକୁ କହିଛନ୍ତି, ଯଦ୍ଵାରା କରୋନା ମୁକାବିଲାରେ ଏହା ସହାୟକ ହୋଇ ପାରିବ।

ଏକ ଖୋଲା ଚିଠିରେ ଏହି ଗୋଷ୍ଠୀ ନିଜକୁ ‘ମାନବତା ପାଇଁ ମିଲେନିୟର’ ଦର୍ଶାଇ କହିଛନ୍ତି ଯେ, ସେମାନଙ୍କ ଉପରେ ଉଚ୍ଚ ଟିକସ ତୁରନ୍ତ, ବହୁ ପରିମାଣରେଏବଂ ସ୍ଥାୟୀ ଭାବେ ଲାଗୁ କରାଯାଉ। ଦସ୍ତଖତକାରୀଙ୍କ ମଧ୍ୟରେ ବେନ୍ ଏବଂ ଜେରୀର ଆଇସ୍କ୍ରିମ୍ ସହ-ପ୍ରତିଷ୍ଠାତା ଜେରୀ ଗ୍ରୀନଫିଲ୍ଡ, ସ୍କ୍ରିନ୍ ରାଇଟର୍ ରିଚାର୍ଡ କାର୍ଟିସ୍ ଏବଂ ଚଳଚ୍ଚିତ୍ର ନିର୍ମାତା ଅବିଗାଇଲ୍ ଡିଜନି ଅନ୍ତର୍ଭୁକ୍ତ। ଆମେରିକାର ଉଦ୍ୟୋଗୀ ସିଡନୀ ଟପୋଲ ଏବଂ ନ୍ୟୁଜିଲ୍ୟାଣ୍ଡର ଖୁଚୁରା ବ୍ୟବସାୟୀ ଷ୍ଟିଫେନ୍ ଟିଣ୍ଡାଲ ମଧ୍ୟ ଏଥିରେ ଦସ୍ତଖତ କରିଛନ୍ତି।

ଚିଠିରେ ଲେଖା ହୋଇଛି ଯେ, ଯେହେତୁ କୋଭିଡ୍-୧୯ ସମଗ୍ର  ବିଶ୍ଵକୁ ଶକ୍ତ ଆଘାତ ଦେଇଛି, ଆମ ଭଳି କୋଟିପତିମାନେ ଆମ ଦୁନିଆକୁ ସୁସ୍ଥ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତୁ। ସେମାନେ ଏହା ମଧ୍ୟ କହିଛନ୍ତି ଯେ, ନା ଆମେ ରୋଗୀଙ୍କ ଯତ୍ନ ନେଉଛୁ ନା ଆମ୍ବୟଲାନ୍ସ ଚଲାଇ ରୋଗୀ ପରିବହନ କରୁଛୁ ନା ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟବସ୍ଥାର ସମୀକ୍ଷା କରୁଛୁ। ନା ଆମେ ଘର ଘର ଯାଇ ଅଭାବୀ ଲୋକଙ୍କୁ ଭୋଜନ ଦେଉଛୁ।

କିନ୍ତୁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ଅଛି। ସାଂପ୍ରତିକ ସ୍ଥିତିରେ କୋଭିଡ୍ ମୁକାବିଲା ପାଇଁ ଏହି ଅର୍ଥର ନିତାନ୍ତ ଆବଶ୍ୟକତା ରହିଛି। ଆଗାମୀ ବର୍ଷରେ ମଧ୍ୟ ଏହାର ଅତି ଆବଶ୍ୟକ ରହିଛି, କାରଣ ଆମ ଦୁନିଆ ଏହି ସଙ୍କଟରୁ ମୁକୁଳିବାକୁ ଚେଷ୍ଟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.