ଗବେଷଣାରୁ ପୁଣି ପ୍ରମାଣିତ, ବଜ୍ରକାପ୍ତା ରକ୍ତରୁ ମିଳିଲା କୋଭିଡ-୧୯

Published By : Prameya-News7 Bureau | March 28, 2020 IST

ବେଜିଂ, ୨୮|୦୩:  କରୋନା ଭାଇରସ ପାଇଁ ବଜ୍ରକାପ୍ତା ଦାୟୀ । ଯେଉଁ ବଜ୍ରକାପ୍ତାକୁ ବାହାରୁ ଚୀନକୁ ଚାଲାଣ ହେଉଥିଲା ସେଥିରୁ କରୋନା ଭାଇରସର ସୃଷ୍ଟି ହୋଇଥିବା ଏକ ରିସର୍ଚ୍ଚରୂ ତଥ୍ୟ ମିଳିଛି । ଏହି ସରିସୃପର ରକ୍ତ କୋଷ ଓ କରୋନା ଭାଇରସ ମଧ୍ୟରେ ଅନେକ କିଛି ସାମଞ୍ଜସ୍ୟ ଥିବା ରିସର୍ଚ୍ଚରୁ ଜଣାପଡିଛି ।

ୟୁନିଭର୍ସିଟି ଅଫ୍ ହଙ୍ଗକଙ୍ଗର ଜଣେ ଗବେଷକଙ୍କ କହିବାନୁସାରେ, ବଜ୍ରାକାପ୍ତା ହେଉଛି ଦ୍ୱିତୀୟ ସରିସୃପ ଯାହାଠୁ ଏହି ଭାଇରସ ବ୍ୟାପିଛି । ବଜ୍ରକାପ୍ତାକୁ ଖାଦ୍ୟ ଓ ଔଷଧ ପ୍ରସ୍ତୁତି ପାଇଁ ଚୋରାଚାଲାଣ କରାଯାଉଛି । କରୋନାକୁ ରୋକିବା ପାଇଁ ହେଲେ ବଜ୍ରକାପ୍ତାର ଚୋରାଚାଲାଣ ସମ୍ପୂର୍ଣ୍ଣ ଭାବେ ରୋକିବାକୁ ହେବ । ପୂର୍ବରୁ ବାଦୁଡି ଶରୀରରେ ସାର୍ସ-କୋଭ-୨ ଭାଇରସ ଠାବ ହୋଇଥିଲା । ଯାହା ମଣିଷରୁ ମଣିଷକୁ ସଂକ୍ରମିତ କରିଥିଲା ।

{"id":245164,"width":745,"height":419,"sizeSlug":"large"}

ୟି ଗଆନ ଓ ତାଙ୍କ ଟିମର ୧୮ଟି ବଜ୍ରକାପ୍ତାଙ୍କ ରକ୍ତ ନମୂନାକୁ ପରୀକ୍ଷଣ କରିଥିଲେ। ଏହି ବଜ୍ରକାପ୍ତାକୁ ଅଗଷ୍ଟ ୨୦୧୭ରୁ ଜାନୁଆରୀ ୨୦୧୮ ମଧ୍ୟରେ ଚୀନର ବିଭିନ୍ନ ସ୍ଥାନରୁ ଚୋରାଚାଲାଣ ବେଳେ ଉଦ୍ଧାର କରାଯାଇଥିଲା । ଏହା ମଧ୍ୟରୁ ୫ଟି ନମୂନାରେ ସେମାନଙ୍କୁ ସାର୍ସ-କୋଭ-୨ ଭୂତାଣୁ ମିଳିଥିଲା । ଫଳରେ ଏହି ସରିସୃପଠାରୁ କରୋନା ବ୍ୟାପୁଥିବା ନେଇ ସେମାନେ ପ୍ରମାଣ ପାଇଥିଲେ । ବାଦୁଡି ପରେ କେବଳ ବଜ୍ରାକାପପ୍ତାଙ୍କ ନିକଟରେ ସେମାନେ ସାର୍ସ-କୋଭ୍-୨ ଭାଇରସ ପାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.