Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନରେ ମହୌଷଧିର କାମ ଦେବ ଯୋଗ ଏବଂ ପ୍ରାଣାୟାମ : ଜାଣନ୍ତୁ କିଭଳି

26/05/2020 at 1:55 PM

ଅଷ୍ଟେଲିଆର ଗବେଷକଙ୍କ କହିବା ଅନୁସାରେ ଏହି କରୋନା ଭାଇରସ୍ ସଙ୍କଟ ସମୟରେ ଯଦି ଯୋଗ କରାଯାଏ,ତେବେ ଏହା ମାନସିକ ଦୁଶ୍ଚିନ୍ତା ଏବଂ ଅବସାଦର ଲକ୍ଷଣକୁ ଅନେକାଂଶରେ କମ୍ କରି ପାରିବ। ଗବେଷକମାନେ ନିଜ ଅଧ୍ୟୟନରେ ଯୋଗର କେବଳ ବ୍ୟାୟାମ ଭାଗକୁ ସାମିଲ କରିଛନ୍ତି,ଏଥିରେ ପ୍ରାଣାୟାମ ଏବଂ ଧ୍ୟାନ ସାମିଲ ନାହିଁ। ଗବେଷକମାନେ ଏପରି ଆସନର ଆଧାର ଉପରେ ବିଶ୍ଲେଷଣ କରିଛନ୍ତି ଯେଉଁଥିରେ ବ୍ୟକ୍ତି ଅତି କମରେ ୫୦ ପ୍ରତିଶତ ସମୟ ଶାରିରୀକ ଭାବେ ସକ୍ରିୟ ରହିବେ।

ୟୁନିଭର୍ସିଟି ଅଫ୍ ସାଉଥ୍ ଅଷ୍ଟେଲିଆ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ ଓ୍ବେଲସର ଏକ ମେଡିକାଲ୍ ଗବେଷକମାନେ ନିଜ ଅଧ୍ୟୟନରେ ଜାଣିବାକୁ ପାଇଥିଲେ ଯେ ଯୋଗ କରିବା ଦ୍ବାରା ଏପରି ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉନ୍ନତ ହୋଇଥାଏ ଯେଉଁମାନେ ଅବସାଦଗ୍ରସ୍ତ ଅଛନ୍ତି,କୌଣସି ଘଟଣା ଯୋଗୁଁ ମାନସିକ ଚିନ୍ତାରେ ରହୁଛନ୍ତି,ଯେଉଁମାନଙ୍କୁ ସିଜୋଫ୍ରେନିୟା,ଚିନ୍ତା,ମଦ ଅଭ୍ୟାସ ଏବଂ ବାଇପୋଲାର ସମସ୍ୟା ରହିଛି। ଟିମ୍‌ର କହିବା ଅନୁସାରେ ବ୍ୟକ୍ତି ନିୟମିତ ଯୋଗ କଲେ ବ୍ୟକ୍ତିଙ୍କ ମାନସିକ ସ୍ବାସ୍ଥ୍ୟ ଠିକ୍ ରହିଥାଏ।

   Related Posts