Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

UKରେ ପ୍ରସରିଲା କରୋନାର ଡେଲ୍ଟା ଭାରିଏଣ୍ଟ, ସପ୍ତାହକରେ ୫୦ ହଜାର ୮୨୪ ଜଣ ହେଲେଣି ସଂକ୍ରମିତ

2/07/2021 at 7:08 PM

ଲଣ୍ଡନ ୨।୭: ବ୍ରିଟେନରେ କରୋନାର ଡେଲ୍ଟା ଭାରିଏଣ୍ଟକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ଏବେ ସାବ୍ୟସ୍ତ ହେଉଛି। ଭୂତାଣୁର ଏହି ପ୍ରକାର ଯୋଗୁ ଦେଶରେ ସଂକ୍ରମଣ ବଢିବଢି ଚାଲିଛି। ଶୁକ୍ରବାର ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହକରେ ଏହି ଭୂତାଣୁ ପ୍ରକାର ଯୋଗୁ ୫୦ ହଜାର ୮୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ଜୁନ ଶେଷ ସପ୍ତାହ ତୁଳନାରେ ଜୁଲାଇ ଆରମ୍ଭ ସପ୍ତାହରେ ସଂକ୍ରମଣ ହାର ଅନୁନ୍ୟ ୪୬ ପ୍ରତିଶତ ବୃଦ୍ଧି ହୋଇଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ତେବେ ପବ୍ଲିକ ହେଲଥ୍ ଇଂଲଣ୍ଡ (ପିଏଚଇ)ଙ୍କ ଅନୁସାରେ ଯଦିଓ ଦେଶରେ ନୂଆ ମାମଲା ସଂଖ୍ୟା ବୃଦ୍ଧି ହେଉଛି ତେବେ ହସ୍ପିଟାଲରେ ରୋଗୀଙ୍କ ଭିଡ ବଢି ନାହିଁ। ହସ୍ପିଟାଲମାନଙ୍କୁ ଆସୁଥିବା ରୋଗୀଙ୍କ ସଂଖ୍ୟା ଏବେବି କମ୍‌ ରହିଛି। ଏଥିରୁ ଭୂତାଣୁ ଡେଲ୍ଟା ଭାରିଏଣ୍ଟ ଉପରେ ବ୍ୟାପକ ଟିକାକରଣର ପ୍ରଭାବ ପଡୁଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ଆକଳନ କରୁଛନ୍ତି। ଭୂତାଣୁର ଡେଲ୍ଟା ପ୍ରକାରକୁ ପ୍ରଥମେ ଭାରତରେ ଚିହ୍ନଟ କରାଯାଇଥିଲା।

ତଥ୍ୟ ଅନୁସାରେ ଗତ ସପ୍ତାହେ ହେଲା ଡେଲ୍ଟା ବି୧.୬୧୭.୨ରେ ୫୦ ହଜାର ୮୨୪ ନୂଆ ମାମଲା ସାମ୍ନାକୁ ଆସିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୨ ଜଣ ଡେଲ୍ଟାର ଏକ ଉପ ସ୍ୱରୂପ ଡେଲ୍ଟା ୱାଇ.୧ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ଠାରେ କେ-୪୧୭ ମ୍ୟୁଟେସନ ଦେଖା ଯାଇଛି। ଏହା ଦ୍ୱାରା ଟିକା ଲାଗି ଅଧିକ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଣୁ ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଡା. ଜେନୀ ହ୍ୟାରିସ୍‌ ଦେଶରେ ସଂକ୍ରମଣ ବୃଦ୍ଧି ହେଉଥିବାରୁ ଅତ୍ୟନ୍ତ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛନ୍ତି। ସାମାନ୍ୟ ଅବହେଳା ବି ଘାତକ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି।

ବ୍ରିଟେନରେ କେବଳ ଡେଲ୍ଟା ନୁହେଁ ଏହା ପୂର୍ବରୁ ଚିହ୍ନଟ ଆଲଫା ଭାରିଏଣ୍ଟ ମଧ୍ୟ ସକ୍ରିୟ ରହିଛି। କେଣ୍ଟ କାଉଣ୍ଟିରେ ସର୍ବ ପ୍ରଥମେ ଏହି ଭୂତାଣୁ ପ୍ରକାରର ଚିହ୍ନଟ ହୋଇଥିଲା। ବ୍ରିଟେନରେ ଗତ ସପ୍ତାହରେ ଆଲଫା ଭାରିଏଣ୍ଟ ସଂକ୍ରମିତ ୮୨୩ ମାମଲା ଚିହ୍ନଟ ହୋଇଥିବା ବେଳେ ବିଟା ଭାରିଏଣ୍ଟର ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।   

   Related Posts