Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ଭାରତରେ ହ୍ରାସ ହେଉଛି କରୋନା, ଏବେ ସଂକ୍ରମଣ ଦୁଇଗୁଣା ହେବାକୁ ଲାଗୁଛି ୧୨ ଦିନ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

3/05/2020 at 2:43 PM

ନୂଆଦିଲ୍ଲୀ ୩।୫: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦେଶରେ କରୋନା ସଂକ୍ରମଣ ହ୍ରାସ ହେଉଥିବା ରବିବାର କହିଛନ୍ତି। ଆଗରୁ ସାଢେ ୧୦ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ହେଉଥିବା ବେଳେ ପରେ ୧୧ ଦିନ ଓ ଏବେ  ୧୨ ଦିନ ଲାଗୁଥିବା କହିଛନ୍ତି। ସରକାରଙ୍କ କଡା କଟକଣା ଯୋଗୁ ଲୋକଙ୍କ ସାମାଜିକ ଦୂରତା ବଢିବା ସହ ସଂକ୍ରମଣ ଶୃଙ୍ଖଳା ମଧ୍ୟ ଛିନ୍ନ  ହେଉଛି।

ସେହିପରି ସାରା ଦେଶକୁ ସଂକ୍ରମଣ ସଂଖ୍ୟାକୁ ନେଇ ରେଡ, ଅରେଞ୍ଜ ଓ ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ କରାଯାଇଛି। ଏଣୁ ଡବଲିଂ ହାର ହ୍ରାସ ହୋଇଥିବା ବେଳେ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ମଧ୍ୟ କମ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଆମ ଦେଶରେ ମୃତ୍ୟୁ ହାର ୩.୨ ପ୍ରତିଶତ। ସେହିପରି  ସଂକ୍ରମିତ ଚିହ୍ନଟ ଲାଗି ଦେଶରେ ଟେଷ୍ଟିଂ କ୍ଷମତା ବଢିଥିବା ମଧ୍ୟ କୁହାଯାଇଛି। ଗତ ଶନିବାର ସୁଦ୍ଧା ସାରା ଦେଶରେ ୧୦ଲକ୍ଷ ଟେଷ୍ଟ ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଦେଶର ୩୧୯ ଜିଲ୍ଲାକୁ କରୋନା ଛୁଇଁ ପାରିନଥିବା ବେଳେ ୨୮୪ ଜିଲ୍ଲା ନନ୍ ହଟସ୍ପଟ ଓ ୧୩୦ ଜିଲ୍ଲା କରୋନା ହଟସ୍ପଟ୍ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମଣ ବେଳେ ଦେଶରେ ଚିକିତ୍ସାର ସେଭଳି କୌଣସି ବ୍ୟବସ୍ଥା ନଥିଲା। ହେଲେ ଏବେ ଅନେକ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସ୍ଥାପିତ ହୋଇଥିବା ବେଳେ ଦୈନିକ ୨ଲକ୍ଷରୁ ଅଧିକ ପିପିଇ କିଟ୍ ଉତ୍ପାଦନ କରି ପାରୁଛେ। ସାରା ଦେଶରେ ୫୦ଲକ୍ଷରୁ ଅଧିକ ଏନ୯୫ ମାସ୍କ ଓ ୨୦ ଲକ୍ଷରୁ ଅଧିକ ପିପିଇ କିଟ୍ ବଣ୍ଟା ସରିଥିବା ଡା. ହର୍ଷବର୍ଦ୍ଧନ କହିଛନ୍ତି।  

   Related Posts