ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକଙ୍କ ସଂଖ୍ୟାକୁ ବଳେଇ ଗଲାଣି ଦେଶର କରୋନା ମୃତ୍ୟୁ : ରିପୋର୍ଟ

Published By : Prameya-News7 Bureau | June 17, 2020 IST

ୱାସିଂଟନ୧୭।୬ : ଆମେରିକାରେ ବ୍ୟାପିଥିବା କରୋନା ଭାଇରସ୍ ମୃତ୍ୟୁ ଏବେ ପ୍ରଥମ ବିଶ୍ୱଯୁଦ୍ଧରେ ଦେଶରେ ପ୍ରାଣ ହରାଇଥିବା ସୈନିକଙ୍କ ସଂଖ୍ୟାକୁ ବି ବଳେଇଯାଇଛି।  ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକାର ୧ଲକ୍ଷ ୧୬ ହଜାର ୫ଶହ ୧୬ ଜଣ ସୈନିକ ପ୍ରାଣ ହରାଇଥିଲେ। ତେବେ ୧୦ ବର୍ଷ ପରେ ବିନା ଯୁଦ୍ଧରେ ଦେଶର ଶାନ୍ତିକାଳୀନ ସମୟରେ ମହାମାମରୀ ବ୍ୟାପିବା ଯୋଗୁ ଏପର୍ଯ୍ୟନ୍ତ ୧ଲକ୍ଷ ୧୫ ହଜାର ୫ଶହ ୨୬ଜଣଙ୍କ ମୃତ୍ୟୁ ହୋଇଥିବା ଜନ ହପକିନ୍ସ ୟୁନିଭର୍ସିଟି ପକ୍ଷରୁ ଜାରି ରିପୋର୍ଟରେ କୁହାଯାଇଛି।

{"id":287587,"width":579,"height":386,"sizeSlug":"large"}

ତେବେ ସଠିକତା ଠାରୁ ଉଭୟ ସଂଖ୍ୟା ବହୁତ ଦୂରରେ ବୋଲି କୁହାଯାଇଛି। କାରଣ ମହାମାରୀ ସଂକ୍ରମଣ ପରେ ଦେଶରେ ପରୀକ୍ଷଣ ଓ ଅନ୍ୟ ଅଭାବ ପରିପ୍ରେକ୍ଷୀରେ ସଠିକ ମୃତ୍ୟୁ ନିରୁପଣ ହୋଇ ପାରୁନାହିଁ। ଠିକ୍ ସେହିପରି ଶହେ ବର୍ଷ ପୂର୍ବେ ବିଶ୍ୱଯୁଦ୍ଧରେ ସେନା ବଙ୍କରରେ ଶବ ଗଣିବା ମଧ୍ୟ ଏତେ ସହଜ ନଥିଲା। ଏଣୁ ଏହି ସଂଖ୍ୟା ବାସ୍ତବତା ଠାରୁ ଢେର ଅଧିକ ବୋଲି କୁହାଯାଉଛି। 

{"id":287588,"sizeSlug":"large"}

ଚୀନ୍‌ରୁ ବ୍ୟାପିଥିବା କରୋନା ଭୂତାଣୁ ଆମେରିକାକୁ ସର୍ବାଧିକ ପ୍ରଭାବିତ କରିଛି। ଦେଶରେ ପ୍ରଥମ କରୋନା ମୃତ୍ୟୁ ପରଠାରୁ ନିୟମିତ ମୃତ୍ୟୁ ସଂଖ୍ୟା ବଢିବଢି ଚାଲିଥିବା ବେଳେ ସଂକ୍ରମଣ ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ସରକାର ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ଲାଗି ଲକଡାଉନ୍‌ ଓ ସଟଟାଉନ୍‌ ଭଳି ଆଞ୍ଚଳିକ ପଦକ୍ଷେପ ଗ୍ରହଣ କରୁଛନ୍ତି ତଥାପି ସଂକ୍ରମଣ ନିୟନ୍ତ୍ରିତ ନ ହେବା ଦେଶ ଲାଗି ବିଶ୍ୱଯୁଦ୍ଧକାଳର ପରିସ୍ଥିତି ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.