Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଆଶଙ୍କାରେ ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍ : ସିଡନୀରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ, ମେଲବର୍ଣ୍ଣକୁ ସ୍ଥାନାନ୍ତର ହୋଇପାରେ ମ୍ୟାଚ୍

24/12/2020 at 3:26 PM

ମେଲବର୍ଣ୍ଣ ୨୪/୧୨ : କ୍ରିକେଟ୍ ଅଷ୍ଟ୍ରେଲିଆ ଗୁରୁବାର ସୂଚନା ଦେଇଛି ଯେ, କରୋନା ସଂକ୍ରମଣର ତାଜା ସୂଚନା ସାମ୍ନାକୁ ଆସୁଥିଲେ ସୁଦ୍ଧା ତୃତୀୟ ଟେଷ୍ଟ୍ ମ୍ୟାଚ୍‌ ନିର୍ଦ୍ଧାରିତ ଗ୍ରାଉଣ୍ଡରେ ହିଁ ଖେଳାଯିବାକୁ ପ୍ରୟାସ ଜାରି ରହିଛି । କିନ୍ତୁ ଆଗକୁ ଯଦି ପରିସ୍ଥିତି​ରେ ସୁଧାର ନଆସେ ତେବେ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ୍ ମେଲବର୍ଣ୍ଣକୁ ସ୍ଥାନାନ୍ତର କରାଯାଇପାରେ ।

ସିଡନୀର ଉତ୍ତର ତଟରେ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସୁଥିବାରୁ ୭ ଜାନୁୟାରୀରୁ ସିଡନୀରେ ହେବାକୁ ଥିବା ତୃତୀୟ ଟେଷ୍ଟ୍ ମ୍ୟାଚ୍ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ମେଲବର୍ଣ୍ଣ​‌ରେ୨୬ ଡିସେମ୍ବରରୁ ବକ୍ସିଂ ଡେ ଟେଷ୍ଟ୍ ମ୍ୟାଚ୍‌ ହେବାକୁ ଯାଉଛି ।

କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି ଯେ, ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ହେବାକୁ ଥିବା ତୃତୀୟ ଟେଷ୍ଟ୍ ମ୍ୟାଚ ଏବଂ ଗାବାରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ ପାଇଁ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ ହୋଇ ରହିଛି । ଯଦି ପରିସ୍ଥିତି ନକାରାତ୍ମକ ରୁହେ ତେବେ ଭିକ୍ଟୋରିଆ ସରକାରଙ୍କ ସହ ମିଶି ତୃତୀୟ ଟେଷ୍ଟ୍ ମଧ୍ୟ ମେଲବର୍ଣ୍ଣରେ ହିଁ ଖେଳାଯିବ ଏବଂ ଚତୁର୍ଥ ଟେଷ୍ଟ୍ ବ୍ରିସବେନ୍‌ରେ ଖେଳାଯିବ ।

ତେବେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି ବକ୍ସିଂ ଟେଷ୍ଟ୍ ମଧ୍ୟରେ ହିଁ ନିଆଯିବ । ସିଡନୀର ଉତ୍ତର ଉପକୂଳରେ ଅବସ୍ଥା ସୁଧୁରୁଥିବା ବେଳେ କୁଇନ୍ସଲ୍ୟାଣ୍ଡ ଜରୁରୀ ଅନୁମତି ଦେବ ନାହିଁ ବୋଲି ଆଶଙ୍କା କରାଯାଉଛି । ଅର୍ଥାତ୍ ଖେଳାଳି ଏବଂ ପ୍ରସାରଣ ଦଳ ସିଡନୀରୁ ବ୍ରିସବେନକୁ ଯାତ୍ରା କରିପାରିବେ ନାହିଁ ଯେଉଁଠାରେ ଚତୁର୍ଥ ଟେଷ୍ଟ ହେବାର ଅଛି। କ୍ରିକେଟ୍ ଅଷ୍ଟ୍ରେଲିଆର ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହକଲି କହିଛନ୍ତି ଯେ ଏଥିପାଇଁ ବୋର୍ଡ କୁଇନ୍ସଲ୍ୟାଣ୍ଡ ସରକାରଙ୍କ ସହ ଆଲୋଚନା ଜାରି ରଖିଛି । ପରିସ୍ଥିତି ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

   Related Posts