Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଗବେଷଣାରୁ ହେଲା ଖୁଲାସା : ଚଟାଣରେ ୫ଦିନ ଯାଏଁ ଜୀବିତ ରହିଥାଏ କରୋନା ଭାଇରସ୍

10/06/2020 at 11:02 AM

କରୋନା ଭାଇରସ୍ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲଣ୍ଡନ୍ କଲେଜ ୟୁନିଭର୍ସିଟିର ଅଧ୍ୟୟନ ଅନୁସାରେ,ଭାଇରସ୍ ଯେକୌଣସି ଚଟାଣରେ ୫ଦିନ ଯାଏଁ ଜୀବିତ ରହିପାରେ ଏବଂ ୧୦ଘଣ୍ଟା ମଧ୍ୟରେ ବଡ଼ ସ୍ଥାନରେ ନିଜର ବିସ୍ତାର କରିପାରେ ଏହି ଅଧ୍ୟୟନରେ ବ୍ରିଟେନର ଗ୍ରେଟ୍ ଓରମଣ୍ଡ ଷ୍ଟ୍ରିଟ୍ ହସ୍ପିଟାଲର ବେଡର ରେଲିଂରେ ସଂକ୍ରମଣ ଛଡ଼ା ଯାଇଥିଲା ଏବଂ ଯେତେବେଳେ ୧୦ଘଣ୍ଟା ପରେ ହସ୍ପିଟାଲର ଭଲ ଭାବେ ଯାଞ୍ଚ କରାଯାଇଥିଲା ସେତେବେଳେ ଏହା ପୂରା ଓ୍ବାର୍ଡ଼ର ପ୍ରତ୍ୟେକ କୋଣରେ ବ୍ୟାପିଯାଇଥିଲା।

ହସ୍ପିଟାଲରେ ନିଆଯାଇଥିବା ନମୁନାରେ ୫୦ପ୍ରତିଶତ ଭାଇରସ୍ ମିଳିଥିଲା। ଗବେଷକମାନେ ପ୍ରୟୋଗ ସମୟରେ ଜଣେ ରୋଗୀଙ୍କ ଶ୍ବାସରୁ ନେଇଥିବା କୋଭିଡ-୧୯ ଭାଇରସ୍ ଏବଂ କ୍ରୃତ୍ରିମ ଭାବେ ଗଛକୁ ସଂକ୍ରମିତ କରୁଥିବା ଭାଇରସର ବ୍ୟବହାର କରିଥିଲେ ଯାହା ମନୁଷ୍ୟକୁ ସଂକ୍ରମିତ କରି ପାରୁନଥିଲା। ଏହା ପରେ ପାଣିର ଗୋଟିଏ ବୁନ୍ଦାରେ ଦୁଇଟିକୁ ମିଶାଇ ରେଲିଂରେ ଛାଡ଼ି ଦେଇଥିଲେ।

ଏହା ପରେ ୫ଦିନରେ ଓ୍ବାର୍ଡ଼ର ୪୪ଟି ସ୍ଥାନରେ ଶହ ଶହ ନମୁନା ନିଆ ଯାଇଥିଲା। ୧୦ଘଣ୍ଟା ପରେ ହିଁ ପ୍ରାଥମିକ ନମୁନାରୁ ଜଣା ପଡ଼ିଥିଲା ଯେ ବେଡ ରେଲିଂ,କବାଟର ହ୍ୟାଣ୍ଡଲ୍,ଚେୟାର,ଓ୍ବେଟିଂ ରୁମଠୁ ନେଇ ପିଲାଙ୍କ ଖେଳଣା ଏବଂ ବହିରେ ଭାଇରସ୍ ବ୍ୟାପିଯାଇଥିଲା। ୩ଦିନ ପରେ ଯେତେବେଳେ ପୁଣି ଥରେ ନମୁନା ନିଆଯାଇଥିଲା ସେତେବେଳେ ଜଣା ପଡ଼ିଲା ଯେ ସଂକ୍ରମଣ ୪୧ପ୍ରତିଶତରୁ ବଢ଼ି ୫୯ପ୍ରତିଶତ କ୍ଷେତ୍ର ଯାଏଁ ବ୍ୟାପି ସାରିଛି।

ହସ୍ପିଟାଲର ଷ୍ଟାଫ,ରୋଗୀ ଏବଂ ଆଗନ୍ତୁକଙ୍କ ଜରିଆରେ ଏହି ଭାଇରସ ହସ୍ପିଟାଲରେ ବ୍ୟାପି ଯାଇଥିଲା। ଗବେଷଣାର ତୃତୀୟ ଦିନ ଯାଏଁ ୮୬ପ୍ରତିଶତ ନମୁନାରେ ସଂକ୍ରମଣ ମିଳିଥିଲା। ପଞ୍ଚମ ଦିନ ପରେ ହିଁ ସଂକ୍ରମଣ କମି ଯାଇଥିଲା।

ଗବେଷଣାରୁ ଜଣା ପଡ଼ିଥିଲା ଯେ କିପରି ଚଟାଣ ଭାଇରସର ପ୍ରସାରରେ କାମ କରିଥାଏ ଏବଂ ସ୍ବଚ୍ଛତାରେ ଦାୟିତ୍ବହୀନତା କେତେ ମହଙ୍ଗା ପଡ଼ିପାରେ।

   Related Posts