କରୋନା ବଦଳାଇ ଦେଉଛି ଜୀବନ, ସଚେତନତା ଲାଗି ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଆକ୍ରାନ୍ତ

Published By : Prameya-News7 Bureau | May 22, 2020 IST

କାଲିଫର୍ଣ୍ଣିଆ: ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସମଗ୍ର ବିଶ୍ୱରେ ପହଞ୍ଚିସାରିଛି। ଦୈନିକ ଶହଶହ ଲୋକେ ସଂକ୍ରମିତ ହେଉଥିବା ବେଳେ ଅନେକ ପ୍ରାଣ ହରାଉଛନ୍ତି। ସେହିପରି ଅନେକ ସଂକ୍ରମିତ ସୁସ୍ଥ ହୋଇ ପୁଣି ଘରକୁ ମଧ୍ୟ ଫେରୁଛନ୍ତି। ହେଲେ ଯେଉଁମାନେ ସୁସ୍ଥ ହୋଇଫେରିଛନ୍ତି ସେମାନେ ପୁଣି ପୂର୍ବ ଭଳି ସ୍ୱଭାବିକ ଜୀବନ ଆରମ୍ଭ କରିପାରିବେ କି ନା ସେ ନେଇ ଏବେବି ସନ୍ଦେହରେ ଅଛନ୍ତି। ଏଣୁ ଭୂତାଣୁର ଭୟାବହତା ନେଇ ସାଙ୍ଗସାଥୀଙ୍କୁ ସଚେତନ କରିବା ଲାଗି ଏବେ ସୋସିଆଲ ମିଡିଆର ଆଶ୍ରୟ ନେଉଥିବା ବେଳେ ସେମାନଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି।

କାର୍ଲିଫର୍ଣ୍ଣିଆର ମାଇକ୍ ସଲ୍ଟସ୍ ନାମକ ଜନୈକ ବ୍ୟକ୍ତି ସୋସିଆଲ ମିଡିଆରେ ତାଙ୍କର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ କରୋନା ସଂକ୍ରମିତ ହେବା ପୂର୍ବର  ଓ ପରର ଫଟୋ ପୋଷ୍ଟ କରିଛନ୍ତି।  ଯେଉଁଥିରେ ତାଙ୍କ ଶରୀର ଉପରେ କରୋନାର ପ୍ରଭାବ ସ୍ପଷ୍ଟ ବାରି ହୋଇପଡୁଛି। ମାଇକ୍ ୧୯୦ ପାଉଣ୍ଡ ଓଜନର ଜଣେ ହୃଷ୍ଟପୃଷ୍ଟ ଯୁବକ। କରୋନା ସଂକ୍ରମିତ ହେବା ଯୋଗୁ ସେ ତାଙ୍କ ଓଜନ ପ୍ରାୟ ୨୦ କେଜି ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଅଧିକ ଓଜନ ଯୋଗୁ ତାଙ୍କ ଜୀବନ ବିପଦପୂର୍ଣ୍ଣ ହୋଇପଡିଥିଲା। ଏଣୁ ଡାକ୍ତର ତାଙ୍କୁ ପ୍ରଥମେ ୱାର୍ଡରେ ନିମୋନିଆ ଚିକିତ୍ସା କରିବା ପରେ ଭେଣ୍ଟିଲେଟରରେ ୬ ସପ୍ତାହ ରଖିଥିଲେ।

ହସ୍ପିଟାଲରୁ ମୁକ୍ତ ହେବା ବେଳକୁ ତାଙ୍କ ଫୁସଫୁସର କ୍ଷମତା ହ୍ରାସ ହୋଇଥିବା ପରି ଅନୁଭବ କରୁଛନ୍ତି। ମାଇକ୍ ଏବେ ତାଙ୍କ ଫୁସଫୁସ କ୍ଷମତା ବୃଦ୍ଧି ଲାଗି କାମ କରୁଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ୪୩ ବର୍ଷ ବୟସ୍କ ମାଇକ୍ ନର୍ସଭାବେ କାର୍ଯ୍ୟ କରୁଥିଲେ। ଏଣୁ ତାଙ୍କୁ ଚିକିତ୍ସାର ବିଭିନ୍ନ ପର୍ଯ୍ୟାୟ ଦେଇ ଗତିକରିବାକୁ ପଡିଥିଲା। ସେ ହସ୍ପିଟାଲରୁମୁକ୍ତ ହେବା ଦିନ ନିଜରଏକ ଫଟୋ ଉଠାଇବାକୁ ଚାହିଁଥିଲେ। ହେଲେ ପୋଜ୍ ଦେବାଲାଗି ଛିଡା ହେବା ନିମନ୍ତେ ତାଙ୍କ ଦେହରେ ବଳ ଥିଲା ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଏଣୁ ଏଭଳି ଲୋକେ ପୂର୍ବଭଳି ସ୍ୱଭାବିକ ଜୀବନ ବଞ୍ଚି ପାରିବେ କି ନା ସେ ନେଇ ସେମାନେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହାନ୍ତି। ଯେହେତୁ ସେମାନେ ନିଜକୁ ସଂକ୍ରମଣ ମୁକ୍ତ କରିଛନ୍ତି ତେହେତୁ ବଞ୍ଚିବାକୁ ପାରୁପର୍ଯ୍ୟନ୍ତେ ଉଦ୍ୟମ ଚଳାଇଥିବା ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିରେ ସେମାନେ ସଫଳ ହେବେ କି ନା ତାହା ମଧ୍ୟ ସେମାନେ ଜାଣନ୍ତିନି ବୋଲି ଉଲ୍ଲେଖ କରିବା ଲୋକଙ୍କୁ ଆତଙ୍କିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.