ଜାପାନରେ କରୋନା ସଂକ୍ରମଣ ଯୋଗୁ ପ୍ରଥମ ସୁମୋ ପହିଲମାନଙ୍କ ମୃତ୍ୟୁ, ଆଉ ୪ ଆକ୍ରାନ୍ତ

Published By : Prameya-News7 Bureau | May 13, 2020 IST

ଟୋକିଓ ୧୩।୫: ଜାପାନର ଲୋକପ୍ରୀୟ କ୍ରିଡା ସୁମୋ ରେସ୍ଲିଂ ଲାଗି କରୋନା ଭାଇରାସ ଘାତକ ସାବ୍ୟସ୍ତ ହୋଇଛି।  କୋଭିଡ-୧୯ ଯୋଗୁ ଜାପାନରେ ଜଣେ ସୁମୋ ପହିଲମାନଙ୍କ ମୃତ୍ୟୁ ହୋଇଥିବା ନେଇ ଜାପାନ ସୁମୋ ସଂଘ (ଜେଏସଏ) ବୁଧବାର ସୂଚନା ଦେଇଛନ୍ତି। ୨୮ ବର୍ଷ  ବୟସ୍କ ପହିଲମାନ ହୈସୋବୁସିଙ୍କ ମୃତ୍ୟୁ କରୋନାରେ ହୋଇଥିବା ସଂଘ ପୁଷ୍ଟି କରିଛନ୍ତି।

{"id":269279,"sizeSlug":"large"}

ହୈସୋବୁସିଙ୍କୁ ଏପ୍ରିଲ ୧୦ ତାରିଖ ଦିନ କରୋନା ପଜେଟିଭ ଚିହ୍ନଟ କରାଯାଇଥିଲା।  ସୁମୋ ରେସ୍ଲଙ୍କ ମଧ୍ୟରେ ହୈସୋବୁସିହିଁ ପ୍ରଥମ କରୋନା ଚିହ୍ନଟ ହୋଇଥିଲେ। ଏଣୁ ତାଙ୍କୁ ତୁରନ୍ତ କ୍ୱାରେଣ୍ଟାଇନକୁ ପଠାଯାଇଥିଲା।  ତେବେ ୧୯ ତାରିଖରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ତାଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଟୋକିଓର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ସକାଳେ ତାଙ୍କର ପରଲୋକ ହୋଇଥିବା ଜେଏସଏ ସୂଚନା ଦେଇଛନ୍ତି।

{"id":269280,"sizeSlug":"large"}

ସୁମୋ ରେସ୍ଲିଂରେ ହୈସୋବୁସି ୨୦୦୭ ମସିହାରେ ଯୋଗଦେଇଥିଲେ। ସେ ଏହି ସମୟ ମଧ୍ୟରେ ଜେଏସଏର ଚତୁର୍ଥ ଡିଭିଜନରେ ୧୧ ନମ୍ବର ସଦସ୍ୟ ହୋଇପାରିଥିଲେ। ଗତ ଏପ୍ରିଲ ୨୫ ତାରିଖରେ ଜେଏସଏର ଲୋଅର ଡିଭିଜନର ୪ ସଦସ୍ୟ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି। ଏଥିରେ ବୈସୋବୁସୀଙ୍କ ପରଲୋକ ଅନ୍ୟମାନଙ୍କ ଲାଗି ଜେଏସଙ୍କୁ ଆତଙ୍କିତ କରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.