Covid-19ରେ କମିଲା ଭଡ଼ା, ମହଙ୍ଗାଅଞ୍ଚଳରେ ୧୪ପ୍ରତିଶତ ହ୍ରାସ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: କରୋନା ଭାଇରସ ମହାମାରୀ ସମାଜର ସବୁ ବର୍ଗକୁ ପ୍ରଭାବିତ କରିଛି। ଆର୍ଥିକ ଗତିବିଧି ହ୍ରାସ ଏବେ ଭଡ଼ା ହ୍ରସର କାରଣ ପାଲଟିଛି। ଘର ହେଉ ବା ବ୍ୟବସାୟୀକ ପ୍ରତିଷ୍ଠାନ ଲାଗି ଘର ଭଡ଼ା ହ୍ରାସ ହୋଇଛି। ରାଜଧାନୀ ଦିଲ୍ଲୀର ଖାନ୍‌ ମାର୍କେଟ୍, ସାଉଥ ଏକ୍ସଟେନସନ୍ ଓ କନ୍ନଟ ପ୍ଲେସ୍ ଭଳି ଲଗଜୁରି ରିଟେଲ ମାର୍କେଟ ଅଞ୍ଚଳରେ ବ୍ୟବସାୟୀକ ପ୍ରତିଷ୍ଠାନ ଭଡ଼ା ଆଶାତୀତ ହ୍ରାସ ହୋଇଛି।

{"id":342476,"width":576,"height":384,"sizeSlug":"large"}

ସମ୍ପତ୍ତି ସମ୍ପର୍କିତ କନସଲଟାନ୍ସି କମ୍ପାନୀ ‘କୁଶମାନ ଏଣ୍ଡ ୱାକଫିଲ୍ଡ’ଙ୍କ ରିପୋର୍ଟ ‘ମାର୍କେଟ୍ ବିଟ୍ ଦିଲ୍ଲୀ ଏନସିଆର କ୍ୟୁ-୩-୨୦୨୦’ ଅନୁସାରେ ସେପ୍ଟେମ୍ବର ମାସରେ ପ୍ରତି ବର୍ଗଫୁଟ ଭଡ଼ା ୧୨ଶହ ଟଙ୍କା ଥିଲା। ଯାହା ୨୦୧୯ ଏହି ସମୟର ଭଡ଼ାଠାରୁ ଅନୁନ୍ୟ ୧୪ ପ୍ରତିଶତ କମିଛି। ଏବେ ଦିଲ୍ଲୀ କନ୍ନଟ ପ୍ଲେସ୍ ଓ ସାଉଥ ଏକ୍ସଟେନସନ୍‌ରେ ପ୍ରତି ବର୍ଗଫୁଟ ମାସିକ ଭଡ଼ା ଯଥାକ୍ରମେ ୯ଶହ ଓ ୬ଶହ ଟଙ୍କାରେ ମିଳିଯାଉଛି।  ଯାହା ବର୍ଷକ ପୂର୍ବେ ପ୍ରାୟତଃ ସମ୍ଭବ ନଥିଲା।

{"id":342477,"width":575,"height":324,"sizeSlug":"large"}

ଗୁରଗ୍ରାମ ଓ ନୋଏଡାରେ ମଧ୍ୟ ଭଡ଼ା ହ୍ରାସ
କେବଳ ରାଜଧାନୀ ଦିଲ୍ଲୀ ନୁହେଁ ଏନସିଆର ଅନ୍ତର୍ଗତ ଗୁରଗ୍ରାମ ଓ ନୋଏଡାରେ ମଧ୍ୟ ଭଡା ହ୍ରାସ ଦେଖାଯାଇଛି।  ଗୁରୁଗ୍ରାମ ସେକ୍ଟର ୨୯ରେ ଭଡ଼ା ହାରାହାରି ୨୩ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଥିବା ଜଣାପଡିଛି। ଏଠାରେ ଏବେ ପ୍ରତି ବର୍ଗଫୁଟ ଭଡ଼ା ୧୮୦ ଟଙ୍କାକୁ ଖସି ଆସିଛି। ଗୁରୁଗ୍ରାମ ଭଳି ନୋଏଡା ସେକ୍ଟର ୧୮ରେ ମଧ୍ୟ ପ୍ରତିବର୍ଗଫୁଟ ଏହି ଦରରେ ଦୋକାନ ଓ ଘର ମିଳିଯାଉଛି।

{"id":342478,"sizeSlug":"large"}

ବ୍ୟବସାୟୀକ ଅଞ୍ଚଳ ବ୍ୟତୀତ ଲାଜପତନଗର, ଗ୍ରେଟର କୈଲାଶ ଆଦି ସ୍ଥାନରେ ମଧ୍ୟ ଘରଭଡ଼ା କମିଛି। ଲାଜପତ ନଗରରେ ପ୍ରତି ବର୍ଗଫୁଟ ୨୫୦ ଟଙ୍କା ଦରରେ ଘରଭଡ଼ା ମିଳିଯାଉଥିବା ବେଳେ ଗ୍ରେଟର କୈଲାଶ-୧ ଏମ୍ ବ୍ଲକ୍‌ରେ ବର୍ଗଫୁଟ ପିଛା ୩୭୫, ରାଜୈରୀ ଗାର୍ଡନରେ ୨୨୫, ପଞ୍ଜାବୀ ବାଗରେ ୨୨୫, କରୋଲ ବାଗରେ ୩୮୫ ଓ କମଲାନଗରରେ ପ୍ରତିବର୍ଗଫୁଟ ୩୮୦ ଟଙ୍କାରେ ଘର ଅଥବା ବ୍ୟବସାୟୀକ ପରିସର ଭଡ଼ାରେ ମିଳିଯାଉଛି।

{"id":342479,"sizeSlug":"large"}

ମଲ୍ ଭଡ଼ା ସ୍ଥିର
ତେବେ ମଲମାନଙ୍କରେ ଭଡ଼ା ସ୍ଥିର ଥିବା ଜଣାପଡିଛି। ଗୁରୁଗ୍ରାମ ଡିଏଲଏଫ ଗଲେରିଆରେ ପ୍ରତିବର୍ଗଫୁଟ ଭଡ଼ା ୬୭୫ ଟଙ୍କା ସ୍ଥିର ରହିଛି। ସେହିପରି ଦକ୍ଷିଣ ଦିଲ୍ଲୀ ମଲରେ ପ୍ରତିବର୍ଗଫୁଟ ୬୦୦ଟଙ୍କା ଭଡାରେ ବ୍ୟବସାୟୀକ ଘର ମିଳିପାରୁଛି। ତେବେ ବାସ୍ତବିକ କଥା ହେଲା ଖୁଚୁରା ବ୍ୟବସାୟ କୋଭିଡ-୧୯ ମହାମାରୀ ଜନିତ ଲକଡାଉନରେ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଅନେକ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ବନ୍ଦ କରିଦେଇଥିବା ବେଳେ ଅନ୍ୟମାନେ ଅଚଳ ସମ୍ପତ୍ତିର ବ୍ୟୟ ନିୟନ୍ତ୍ରଣ ଲାଗି ଏବେ ଘରମାଲିକଙ୍କ ଶରଣାପନ୍ନ ହୋଇଥିବା ଦେଖାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.