WHO ମୁଖ୍ୟ ବୈଜ୍ଞାନିକଙ୍କ ସୂଚନା, COVID-19 କାବୁ ହେବାକୁ ଲାଗିବ ୫ ବର୍ଷ

Published By : Prameya-News7 Bureau | May 14, 2020 IST

ଜେନେଭା:  ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ମୁଖ୍ୟ ବୈଜ୍ଞାନିକ କୋଭିଡ-୧୯ ମହାମାରୀ ନେଇ ଯେଉଁ ସୂଚନା ଦେଇଛନ୍ତି ତାହା ଏବେ ଅନେକଙ୍କୁ ନିରାଶ କରିଛି। ବିଶ୍ୱରେ କରୋନା ଭାଇରସ ବ୍ୟାପିବାକୁ ଲାଗିଥିବା ବେଳେ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଭୂତାଣୁ କାବୁ ହେବାକୁ ଅନୁନ୍ୟ ୪ରୁ ୫ବର୍ଷ ସମୟ ଲାଗିବ ବୋଲି କହିଛନ୍ତି।

{"id":270004,"sizeSlug":"large"}

ପୁରା ବିଶ୍ୱରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଏବେ ୪.୩ ନିୟୁତରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରୁ ଅନୁନ୍ୟ ୩ଲକ୍ଷ ଲୋକେ ପ୍ରାଣ ହରାଇଲେଣି। ତେବେ ଭୂତାଣୁକୁ ଆମେ ୪ରୁ ୫ ବର୍ଷ ମଧ୍ୟରେ ନିୟନ୍ତ୍ରିତ କରିପାରିବୁ ବୋଲି ସ୍ୱାମୀନାଥନ କହିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୂତାଣୁ ପରିପକ୍ୱ ହେବା ପରେ ହିଁ ଏହାର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ବୋଲି ମୁଖ୍ୟ ବୈଜ୍ଞାନିକ ଏକ ଡିଜିଟାଲ କନଫରେନ୍ସରେ କହିଛନ୍ତି।  ତେବେ ଏବେ ଭୂତାଣୁର ସଂକ୍ରମଣ ରୋକିବା ଏବେ ଆମ ପାଇଁ ସବୁଠୁ ବଡ ଚାଲେଞ୍ଜ ବୋଲି ସେ କହିଛନ୍ତି।

{"id":270005,"width":576,"height":323,"sizeSlug":"large"}

ସେହିପରି ଡବ୍ଲୁଏଚଓ ଜରୁରିକାଳୀନ ସେବା କାର୍ଯ୍ୟକ୍ରମ ମୁଖ୍ୟ ଡା.ମାଇକ୍ ରାୟନ ଏହି ସଂକ୍ରମଣ କେବେ ସମାପ୍ତ ହେବ ଏହା ଅନୁମାନ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି। ତେବେ ଉପଯୁକ୍ତ ସର୍ଭିଲିଆନ୍ସ ବିନା ଲକଡାଉନ୍‌ ନିୟମ କୋହଳ କରାଯିବା ଆଦୌ ଉଚିତ ନୁହେଁ ବୋଲି ସତର୍କ କରାଇଦେଇଛନ୍ତି। ଲକଡାଉନ୍‌ ହଟିବା ପରେ ଯେପରି ଲୋକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ନ ହୁଏ ସେଥିପ୍ରତି ମଧ୍ୟ ଆମକୁ ସତର୍କ ରହିବାକୁ ହେବ ବୋଲି ରାୟନ କହିଛନ୍ତି।

{"id":270006,"sizeSlug":"large"}

ସେ କହିଛନ୍ତି ଯେ ଏଚଆଇଭି ଏପର୍ଯ୍ୟନ୍ତ ବିଶ୍ୱରୁ ଦୂର ହୋଇପାରିନି। ହେଲେବି ମାନବ ସଭ୍ୟତା ବଞ୍ଚିଛି ଓ ବଞ୍ଚିବ। ଆମକୁ ନୂତନ ଭୂତାଣୁ ସହ ରହିବାକୁ ହେବ। ତେବେ ଏଥିପାଇଁ ଆମକୁ ଥେରାପି ଓ ଲୋକଙ୍କୁ ରକ୍ଷା କରିବାର ଉପାୟ ବାହାର କରିବାକୁ ହେବ ବୋଲି ରାୟନ କହିଛନ୍ତି। ବୈଜ୍ଞାନିକଙ୍କ ଉଦ୍ୟମ ଯୋଗୁ ଏଚଆଇଭି ସଂକ୍ରମିତ ଏବେ ଦୀର୍ଘ ଜୀବନ ଉପଭୋଗ କଲେଣି। ସେହିପରି କରୋନା ଆକ୍ରାନ୍ତ ମଧ୍ୟ ଖୁବଶୀଘ୍ର ସୁସ୍ଥ ହେବାର ଉପାୟ  ମଧ୍ୟ ଆମେ ଖୋଜିକାଢିବାରେ ସକ୍ଷମ ହେବା ବୋଲି ରାୟନ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.