୬ ମାସ ପରେ ବଦଳିଲା କରୋନାର କଲର ଟ୍ୟୁନ୍, ଏଣିକି ଅମିତାଭ ବଚ୍ଚନଙ୍କ ସ୍ବରରେ ଶୁଣନ୍ତୁ ନୂଆ ବାର୍ତା

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଛଅ ମାସ ହେବ ଯଦି କରୋନା କଲର ଟ୍ୟୁନ୍ ଶୁଣି ବିରକ୍ତ ହୋଇଯାଇଛନ୍ତି ତେବେ ଏବେ ଆଉ ତାହାକୁ ଶୁଣିବାକୁ ପଡ଼ିବ ନାହିଁ। ଏବେ କରୋନା କଲର ଟ୍ୟୁନକୁ ବଦଳି ଯାଇଛି। ପୂର୍ବରୁ ଏ ଟ୍ୟୁନ ଜସଲିନ ଭଲ୍ଲାଙ୍କ ସ୍ବରରେ ଶୁଣିବାକୁ ମିଳୁଥିଲା। ଏବେ କିନ୍ତୁ ବଲିଉଡ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ଭାରି ତଥା ଓଜସ୍ବୀ ସ୍ବରରେ ନୂଆ ବାର୍ତା ଶୁଣିବାକୁ ମିଳିବ।

ନୂଆ କଲର ଟ୍ୟୁନରେ ଅମିତାଭ ବଚ୍ଚନ ନମସ୍କାରରୁ ଏ ବାର୍ତା ଦେବା ଆରମ୍ଭ କରିଛନ୍ତି। ତେବେ ସବୁ ନମ୍ବରରେ ଅମିତାଭଙ୍କ ସ୍ବରରେ କଲର ଟ୍ୟୁନ ଶୁଣିବାକୁ ମିଳୁ ନାହିଁ। ମାତ୍ର ଖୁବଶୀଘ୍ର ସବୁ ନମ୍ବରରେ ବିଗ୍‌ ବିଙ୍କ ସ୍ବର ଶୁଣିବାକୁ ମିଳିବ। ଅବଶ୍ୟ ପୁରୁଣା କଲର ଟ୍ୟୁନ ସହିତ ଏହାର ମେସେଜ ମଧ୍ୟ ବଦଳିଛି।

{"id":340979,"sizeSlug":"large"}

ପୂର୍ବରୁ ଜସଲିନଙ୍କ ସ୍ବର ଲକଡାଉନ ଓ ଅନଲକ ଦୁଇଟି ସମୟରେ ଶୁଣିବାକୁ ମିଳିଛି। ଜସଲିନ ସାମ୍ବାଦିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ମାତ୍ର ପରେ ସେ ଭଏସ ଓଭର ଆର୍ଟିଷ୍ଟ ଭାବେ କ୍ୟାରିୟର କଲେ। ଦୁଇ ବର୍ଷରୁ ସେ ଭଏସ ଓଭର ଆର୍ଟିଷ୍ଟ ଭାବେ କାମ କରି ଆସୁଛନ୍ତି। ଡୋକୋମା, ହର୍ଲିକ୍ସ ଓ ସ୍ଲାଇସ ମ୍ୟାଙ୍ଗୋ ଡ୍ରିଙ୍କ ବିଜ୍ଞାପନରେ ଜସଜିଲନଙ୍କ ସ୍ବର ଶୁଣିବାକୁ ମିଳେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.