IPL-2021 ଲାଇଭ ପ୍ରଡକ୍ସନ ଟିମ୍ ବାୟୋବବଲରେ ପଶିଲା କରୋନା !

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଚତୁର୍ଦ୍ଦଶ ସଂସ୍କରଣକୁ ନେଇ କ୍ରିକେଟ୍‌ ପ୍ରେମୀ ଏବେ ବେଶ୍ ଉତ୍ସାହିତ। ତେବେ କୋଭିଡ ଦ୍ୱିତୀୟ ଲହରରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂସ୍କରଣ ନେଇ ଆସୁଥିବା ଖବର କିନ୍ତୁ ଏତେ ଉତ୍ସାହଜନକ ନୁହେଁ। କଡା ସତର୍କତା ମଧ୍ୟରେ ଆଇପିଏଲ ଶେଷ କରିବାକୁ ଆୟୋଜକ ସବୁମନ୍ତେ ଉପାୟ କରୁଛନ୍ତି। ହେଲେ କୋରନା ଭାଇରସ ମହମାରୀ ସୁରକ୍ଷାବଳୟ ଭେଦ କରିସାରିଥିବାର ସୂଚନା ମିଳୁଛି। 

{"id":433484,"width":838,"height":629,"sizeSlug":"large","linkDestination":"none"}

ଆଗାମୀ ଆଇପିଏଲର ବିଶ୍ୱ ଟେଲିଭିଜନ ସିଧାପ୍ରସାରଣ ଲାଗି  ବାୟୋବବଲରେ ଥିବା ଷ୍ଟାର ସ୍ପୋର୍ଟସର ପ୍ରଡକ୍ସନ ୟୁନିଟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାର ଖବର ଆସୁଛି। ଅପୁଷ୍ଟ ଖବରରୁ ବିସିସିଆଇଙ୍କ ପରିଚାଳିତ ବାୟୋ ବବଲରେ ୱାର୍ଲଡ ଲାଇଭର କ୍ରିୟୁମାନେ ଅବସ୍ଥାନ କରୁଥିଲେ। ଏମାନେ ମୁମ୍ବାଇର ‘ଫୋର ସିଜିନ’ ହୋଟେଲରେ ଅବସ୍ଥାନ କରୁଥିବା ବେଳେ ସଂକ୍ରମଣର ଶିକାର ହୋଇଥିବା ନେଇ ସୂଚନା ଆସୁଛି। ଏହି ଟିମ୍‌ରେ ଥିବା କ୍ୟାମେରାମ୍ୟାନ, ପ୍ରଡ୍ୟୁସର୍ସ, ଡାଇରେକ୍ଟର  ଓ ଇଭିଏସ୍ ଅପରେଟରମାନେ ସଂକ୍ରମିତ ହୋଇଛନ୍ତି। ଟିମ୍‌ରେ ମୋଟ ୧୪ ଜଣ ସଦସ୍ୟ ଥିବା ବେଳେ ଏମାନଙ୍କ ଉପରେ ଆଇପିଏଲ୍‌ ମ୍ୟାଚ୍‌ର ଟେଲିଭିଜନ ବିଶ୍ୱ ସିଧାପ୍ରସାରଣ ନିର୍ଭର କରୁଛି।  

{"id":433485,"width":836,"height":556,"sizeSlug":"large","linkDestination":"none"}

ବିସିସିଆଇଙ୍କ ପକ୍ଷରୁ ଷ୍ଟାର ସ୍ପୋର୍ଟସ୍‌ ଆଇପିଏଲ ୨୦୨୧ର ପ୍ରାୟୋଜକ ଅଛନ୍ତି। ତେବେ ଏ ନେଇ ଷ୍ଟାର ସ୍ପୋର୍ଟସ୍‌ ସିଇଓ ସଂଯୋଗ ଗୁପ୍ତାଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ  ପ୍ରସଙ୍ଗରେ ବିସିସିଆଇଙ୍କ ସହ ଯୋଗୋଯାଗ କରିବାକୁ କହିଛନ୍ତି। କାରଣ ଫୋରସିଜିନ ହୋଟେଲ ବାୟୋବବଲ ଆମ ପରିଚାଳନାରେ ନଥିବା ସେ କହିଛନ୍ତି। ତେବେ ମିଳୁଥିବା ଖବର ଯଦି ସତ୍ୟ ହୋଇଥାଏ ତେବେ ୧୦ ଏପ୍ରିଲ ଉଦଘାଟନୀ ମ୍ୟାଚ୍‌ର ସିଧାପ୍ରସାରଣରେ ବିଭ୍ରାଟ ଉପୁଜିପାରେ ବୋଲି ଆଶଙ୍କା କରାଯାଉଛି।

{"id":433486,"width":837,"height":470,"sizeSlug":"large","linkDestination":"none"}

ଆଇପିଏଲ ଚତୁର୍ଦ୍ଦଶ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ଦିଲ୍ଲୀ କ୍ୟାପିଟାଲ ଭେଟିବ। ତେବେ ଏ ନେଇ ବିସିସିଆଇ କର୍ଯ୍ୟକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ହେମାଙ୍ଗ ଅମୀନ୍‌ଙ୍କୁ କେତେକ ଗଣମାଧ୍ୟମ ଭେଟିଥିଲେ ହେଁ ପ୍ରସଙ୍ଗରେ ତାଙ୍କର ଜାବାବ ମିଳିପାରିନି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.