ଅନ୍ତନଳୀକୁ ପହଞ୍ଚିଲା ବ୍ଲାକ ଫଙ୍ଗସ : ସାର ଗଙ୍ଗାରାମ ହସ୍ପିଟାଲରେ ୨ ରୋଗୀଙ୍କ ସିଟି ସ୍କାନରୁ ଜଣାପଡିଲା ରୋଗ

Published By : Prameya-News7 Bureau | May 23, 2021 IST

ନୂଆଦିଲ୍ଲୀ୨୩/୫: କରୋନା କାଳରେ ଚିନ୍ତା ବଢାଇଦେଇଛି ବ୍ଲାକ୍ ଫଙ୍ଗସ । ସାର୍ ଗଙ୍ଗା ରାମ ହସ୍ପିଟାଲରେ କରୋନାରୁ ସୁସ୍ଥ ରୋଗୀଙ୍କ ଠାରେ କ୍ଷୁଦ୍ର ଅନ୍ତନଳୀରେ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ବିରଳ ରୋଗ, ଯାହାକୁ 'ବ୍ଲାକ ଫଙ୍ଗସ୍' କୁହାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୨୧୯ ଜୀବନ ନେଲାଣି ମହାମାରୀ । ସାର୍ ଗଙ୍ଗା ରାମ ହସ୍ପିଟାଲ ଏକ ବିବୃତ୍ତିରେ ଏକଥା ସ୍ପଷ୍ଟ କରିଛି ।

ହସ୍ପିଟାଲ ପକ୍ଷରୁ କୁହାଯାଇଛି କି, ଏହି କେସ୍ ବହୁତ ରେୟାର । କାରଣ, ସାଧାରଣତଃ ବ୍ଲାକ ଫଙ୍ଗସ ଫୁସଫୁସରେ ହଇଥାଏ । ହେଲେ ଏହି ଦୁଇଟି କେସ ଯାହାକି ରୋଗୀଙ୍କ ଛୋଟ ଅନ୍ତନଳୀରେ ହୋଇଛି । ବାୟୋପସି କରାଯିବାରୁ ଏକଥା ଜଣାପଡିଥିଲା । ଏହି ରୋଗୀଙ୍କଠାରେ କୋଭିଡ ଚିହ୍ନଟ ହୋଇଥିଲା । ଏପରିକି ଏମାନଙ୍କ ଠାରେ ମଧୁମେହ ରୋଗ ବି ଥିଲା । ତେବେ ବିରଳ ଘଟଣା ହେଉଛି ଏମାନଙ୍କ ମଧ୍ୟରୁ ଜଣଙ୍କୁ ଷ୍ଟେରଏଡ ଦିଆଯାଇଥିଲା ।

wp:gallery {"ids":[455963],"linkTo":"none"} /wp:gallery

ସୂଚନା ଥାଉକି, ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ଜଣେ ୫୬ ବର୍ଷୀୟ ଯିଏକି କରୋନାରୁ ସୁସ୍ଥ ହେବା ପରେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ତେବେ ଏସିଡିଟି ହୋଇଥିବା ଭାବି ମେଡିସିନ ଖାଇ ଦେଇଥିଲେ । ପରେ ଅଧିକ ଯନ୍ତ୍ରଣା ହେବାରୁ ଚିକିତ୍ସା କରିବାରୁ ଜଣାପଡିଲା ତାଙ୍କ ଅନ୍ତନଳୀରେ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.