Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

କୋଭିଡ-୧୯କୁ ହରାଇ ପାରିବ କି ଦେଶ ? ଜାଣନ୍ତୁ ଏବେ ସୁଦ୍ଧା ମହାମାରୀ ସହ କିପରି ଲଢ଼ିଛି ଭାରତ

2/04/2020 at 3:38 PM

ନୂଆଦିଲ୍ଲୀ ୨/୪: ଭାରତରେ କରୋନା ଭାଇରସ୍ ଯୋଗୁଁ କୋଭିଡ-୧୯ନାମକ ମହାମାରୀ ବ୍ୟାପିଛି ଯାହା ଫଳରେ ଅନେକ ଲୋକ ଏଥିରେ ସଂକ୍ରମିତ ହେଊଛନ୍ତି ଏବଂ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ସଂକ୍ରମିତ ରୋଗୀ ଏବଂ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଆମେ ଜାଣିବା ଏହା ଦ୍ବାରା ଭାରତରେ କିଭଳି ଭାବେ ମହାମାରୀଗୁଡ଼ିକ କିଭଳି କାୟା ବିସ୍ତାର କରିଥିଲା ଏବଂ ଭାରତ କିଭଳିଭାବେ ଏହା ସହ ଲଢ଼ି ସଫଳତା ହାସଲ କରିଥିଲା।

ଓ୍ବାଲର୍ଡ ହେଲଥ ଓର୍ଗନାଇଜେସନ୍ ଅନୁସାରେ ଏକ ବଡ଼ ସମୁଦାୟ କିମ୍ବା ବଡ଼ ସ୍ଥାନରେ କୌଣସି ରୋଗ କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ଆଚରଣ ଲୋକଙ୍କ ମଧ୍ୟରେ ଦେଖାଗଲେ ଏହାକୁ ମହାମାରୀ କୁହାଯାଏ।

୧.ଏନସେଫାଲାଇଟିସ୍ : ଏହି ମହାମାରୀ ପୂରା ବିଶ୍ବରେ ୧୯୧୫ମସିହାରୁ ୧୯୨୬ମସିହା ଯାଏଁ ବ୍ୟାପିଥିଲା। ଏହି ରୋଗ ହେଲେ ମନୁ​‌ଷ୍ୟ ପୂରାପୂରି ଆଳସ୍ୟ ହୋଇଯାଇଥାଏ। ତାକୁ କୌଣସି ଫିଲିଙ୍ଗରେ ଫରକ ପଡ଼ିନଥାଏ। ଅନ୍ୟମାନଙ୍କ ପ୍ରତି ଉଦାସୀନତା ଭାବ ବଢ଼ିଯାଇଥାଏ। ଏହି ରୋଗ ୟୁରୋପ,ଆମେରିକା,କାନାଡ଼ା,ଆମେରିକାରେ ବ୍ୟାପିଥିଲା। ଏହି ରୋଗ ମନୁଷ୍ୟର ନର୍ଭସ୍ ସିଷ୍ଟମ୍ ଉପରେ ଆଟାକ୍ କରିବା ଆରମ୍ଭ କରିଥାଏ। ଏଥିରେ ୧.୫ମିଲିୟନ୍ ରୋଗୀ ମୃତ୍ୟୁବରଣ କରିଥିଲେ। ଏଥିପାଇଁ ଟୀକାକରଣ କରାଯାଇଥିଲା।

୨.ସ୍ପାନିଶ ଫ୍ଲୁ : ଏହା ୧୯୧୮ମସିହାରୁ ୧୯୨୦ମସିହା ମଧ୍ୟରେ ବ୍ୟାପିଥିଲା। ଏହା ମଧ୍ୟ ଏକ ଭାଇରାଲ୍ ସଂକ୍ରମଣ ଜନିତ ରୋଗ ଥିଲା ଯାହା ଖୁବ୍ ଭୟଙ୍କର ଥିଲା। ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଏହି ମହାମାରୀ ଆରମ୍ଭ ହୋଇଥିଲା। ଏଥିରେ ପୂରା ବିଶ୍ବରେ ୧୦୦ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଥିଲା । ଭାରତରେ ୫ରୁ ୧୦ମିଲିୟନ୍ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଭାଇରସ୍ ବିଶ୍ବ ଯୁଦ୍ଧରେ ଲଢ଼ିବାକୁ ଆସିଥିବା ସୈନିକଙ୍କ ଦ୍ବାରା ଆସିଥିଲା। ଏଥିରେ ମଧ୍ୟ ସୋସିଆଲ ଡିସଟାନସିଂ କଥା କୁହାଯାଇଥିଲା।

୩.ହଇଜା : ୧୯୬୧ମସିହାଠୁ ଆରମ୍ଭ କରି ୧୯୭୫ମସିହା ଯାଏଁ ଏହି ମହାମାରୀ ବ୍ୟାପିଥିଲା। ଏହା ଇଣ୍ଡୋନେସିଆରୁ ଆରମ୍ଭ ହୋଇଥିଲା ଏବଂ ୫ବର୍ଷ ମଧ୍ୟରେ ଏହା ସାରା ବିଶ୍ବରେ ବ୍ୟାପି ଯାଇଥିଲା। କୋଲକାତାର କେତେକ ଅଞ୍ଚଳରେ ସାନିଟେସନକୁ ନେଇ ଅନେକ ସମସ୍ୟା ଥିଲା ଯେଉଁଥିପାଇଁ ଏହା ସାରା ଅଞ୍ଚଳରେ ବ୍ୟାପି ଯାଇଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ସ୍ବଚ୍ଛତା ପ୍ରତି ସଚେତନତା ସୃଷ୍ଟି କରାଯାଇଥିଲା। ଏହାର ଟୀକା ମଧ୍ୟ ଲଗାଯାଇଥିଲା।

୪.ବସନ୍ତ : WH0 ଅନୁସାରେ ୧୯୮୦ମସିହାରେ ସର୍ବପ୍ରଥମେ ଏହାର ଆରମ୍ଭ ହୋଇଥିଲା । ବସନ୍ତ ଏବଂ ପୋଲିଓ ଭଳି ମହାମାରୀ ସହ ଲଢ଼ିବା ପାଇଁ ଭାରତ ବିଶ୍ବକୁ ରାସ୍ତା ଦେଖାଇଥିଲା। ଭାରତ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇଥିଲା। ଯୁଦ୍ଧସ୍ତରରେ ସର୍ଭିଲାନ୍ସ ଜରିଆରେ ଲୋକଙ୍କୁ ଖୋଜାଯାଇଥିଲା। ତାଙ୍କ ଯାଞ୍ଚ କରାଯାଇ ଟୀକା ଦିଆଯାଇଥିଲା। ଭାରତର ଏହି ଅଭିଯାନକୁ ବିଶ୍ବବ୍ୟାପି ପ୍ରଶଂସା କରାଯାଇଥିଲା।

୫.ପ୍ଲେଗ୍ : ଏହା ୧୯୯୪ମସିହାରେ ଭାରତର ସୁରତରେ ବ୍ୟାପିଥିଲା। ଏହି ସମୟରେ ଅନେକ ସଂଖ୍ୟକ ଲୋକେ ସେଠାରୁ ପଳାୟନ କରିଥିଲେ। ଗୁଜବ କାରଣରୁ ଲୋକେ ନିଜ ଘରେ ସବୁ ପରିବା,ସଉଦା ଜମା କରି ରଖୁଥିଲେ। ଏକ ସପ୍ତାହ ମଧ୍ୟରେ ପାଖାପାଖି ୫୦ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିପାଇଁ ମଧ୍ୟ ସାନିଟାଇଜେସନ ପ୍ରତି ଧ୍ୟାନ ଦିଆଯାଇଥିଲା।

୬.  SARS–  ସିଭିୟର ଆକ୍ୟୁଟ ରେସ୍ପିରେଟରି ସିଷ୍ଟମ୍। ଏହା କୋଭିଡ-୧୯ଭଳି ରୋଗ। ଏହା ମଧ୍ୟ ଚୀନରୁ ଫୋଶାନରୁ ବ୍ୟାପିଥିଲା। ୨୦୦୩ମସିହା ଅପ୍ରେଲରେ ଭାରତରେ ଏହି ରୋଗ ବ୍ୟାପିଥିଲା। ଏଥିରେ ମଧ୍ୟ ସବୁ ଲକ୍ଷଣ କରୋନା ଭାଇରସ ଭଳି ଥିଲା। ଭାରତରେ ଏହାର ପ୍ରଭାବ ଅଧିକ ପଡ଼ିନଥିଲା କିନ୍ତୁ ବିା୍ବର ୩୦ଦେଶ ଏହା କବଳରେ ଆସିଥିଲେ।

୭. ସ୍ବାଇନ୍ ଫ୍ଲୁ: ୨୦୧୪ଶେଷ ମାସରେ ସ୍ବାଇନ୍ ଫ୍ଲୁ ମାମଲା ଭାରତରେ ଦେଖିବାକୁ ମିଳିଥିଲା। ଗୁଜୁରାଟ,ରାଜସ୍ଥାନ,ଦିଲ୍ଲୀ,ମହାରାଷ୍ଟ୍ର ଏବଂ ତେଲେଙ୍ଗାନାରେ ଏହାର ଭାଇରସ୍ ସବୁଠୁ ଅଧିକ ମିଳିଥିଲା। ୨୦୦୦ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ।

   Related Posts