Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

Covid-19 ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଅଧିକ ସଂକ୍ରାମକ : Report

9/04/2021 at 4:52 PM

ନୂଆଦିଲ୍ଲୀ ୯।୪: ଦେଶରେ ଏବେ କରୋନା ଭାଇରସ ମହାମାରୀର ଦ୍ୱୀତିୟ ଲହର ପ୍ରବାହିତ ହେଉଛି। ତେବେ ଦେଶରେ ଆସିଥିବା କରୋନାର ପ୍ରଥମ ଲହର ଓ ଏବେ ଚାଲିଥିବା ଲହର ନେଇ ‘ଆଉଟ୍‌ ଲୁକ୍‌’ କରିଥିବା ଅଧ୍ୟାୟନ ଏବେ ସାମ୍ନାକୁ ଆସିଛି। ସାରା ଦେଶରେ ୩୪ଟି ପ୍ରମୁଖ ହସ୍ପିଟାଲର ତଥ୍ୟ ଏଥିରେ ଆକ୍ସେସ୍ କରାଯାଇଥିବା ବେଳେ ଭୂତାଣୁ କ୍ରମଶଃ ଦୁର୍ବଳ ହେଉଥିବାର ଅନୁମାନ କରାଯାଉଛି। ଏଥିରେ କରୋନା ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଅଧିକ ସଂକ୍ରାମକ ବୋଲି ଜଣାପଡିଛି।

ଏହି ଅଧ୍ୟାୟନରେ ସାରା ଦେଶରେ ଥିବା ୨୮ଟି ଫର୍ଟିସ୍‌ ହସ୍ପିଟାଲ ସମେତ ହାଇଦ୍ରାବାଦ ଯଶୋଦା ହସ୍ପିଟାଲର ୩ ଶାଖା, ମୁମ୍ବାଇରେ ମସିନା ହସ୍ପିଟାଲ, ସୈଫି ହସ୍ପିଟାଲ ଓ ଗୁରୁଗ୍ରାମର ଆର୍ଟେମିସ୍‌ ହସ୍ପିଟାଲରେ ଏପର୍ଯ୍ୟନ୍ତ ଚିକିତ୍ସିତ ହୋଇଥିବା ରୋଗୀଙ୍କ ତଥ୍ୟକୁ ସାମିଲ କରାଯାଇଛି। ଏଥିରେ ୧ହଜାର ୧୦୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ଲୋକେ ୫୦ରୁ ଅଧିକ ଆୟୁବର୍ଗର ହୋଇଥିବା ବେଳେ  ୩୦ରୁ ୪୦ ପ୍ରତିଶତଙ୍କ ବୟସ ୬୦ରୁ ଅଧିକ। ତେବେ ଏହି ସବୁ ହସ୍ପିଟାଲମାନଙ୍କର ବରିଷ୍ଠ ଡାକ୍ତରଙ୍କ ଅନୁସାରେ ଗତବର୍ଷ ସେପ୍ଟେମ୍ବରରେ ଆସିଥିବା ପ୍ରଥମ ଲହରରେ ସଂକ୍ରମିତ ହୋଇ ଆଡମିଟ୍‌ ହୋଇଥିବା ରୋଗୀ ଓ ଚଳିତବର୍ଷ ଦ୍ୱିତୀୟ ଲହରରେ ସଂକ୍ରମଣର ଶିକାର ହୋଇଥିବା ରୋଗୀଙ୍କ ଆୟୁବର୍ଗରେ ସେପରି କୌଣସି ଅନ୍ତର ନଥିଲେ ହେଁ ପୂର୍ବ ଭଳି ରୋଗର ଜଟିଳତା ନଥିବା କହିଛନ୍ତି।

ଏଥିରୁ ସମୟକ୍ରମେ ଭୂତାଣୁ ଦୁର୍ବଳ ହେଉଥିବାର ଡାକ୍ତରମାନେ ଆଶଙ୍କା କରୁଛନ୍ତି। ଫର୍ଟିସ୍‌ ହେଲଥ୍ କେୟାର ଗ୍ରୁପର ବରିଷ୍ଠ ଡାକ୍ତର ବିଷ୍ଣୁ ପାଣିଗ୍ରାହୀ ପ୍ରଥମ ଲହରରେ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁନ୍ୟ ୫୦ ପ୍ରତିଶତଙ୍କୁ ଆଇସିୟୁରେ ରହି ଚିକିତ୍ସିତ ହୋଇଥିବାର ରେକର୍ଡ ଥିବା କହିଛନ୍ତି।  ହେଲେ ଏଥର ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ହୋଇଥିବା କହିଛନ୍ତି। ସେହିପରି ହାଇଦ୍ରାବାଦ ଯଶୋଦା ହସ୍ପିଟାଲ ଗ୍ରୁପ ନିର୍ଦ୍ଦେଶକ ଡା.ଲିଙ୍ଗୈୟା ଅମାୟାଡାଲାଙ୍କ ଅନୁସାରେ ଗତବର୍ଷ ପ୍ରଥମ ଲହର ବେଳେ ହସ୍ପିଟାଲରେ ଆଡମିଟ ଥିବା ଆକ୍ରାନ୍ତଙ୍କ ଚିକିତ୍ସା ଅବଧି ଦୀର୍ଘ ଥିଲା। ହେଲେ ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ହସ୍ପିଟାଲ ଆସିଥିବା ସଂକ୍ରମିତ ୩-୪ ଦିନରେ ସୁସ୍ଥ ହୋଇ ଘରକୁ ଫେରିଯାଉଛନ୍ତି।

ତେବେ ନୀତି ଆୟୋଗ ସଦସ୍ୟ ଡା.ବି.କେ. ପଲ କରୋନା ଦ୍ୱୀତିୟ ଲହରର ବିପଦ ଏତେ ଶୀଘ୍ର ଆକଳନ କରାଯାଇ ନପାରେ ବୋଲି କହିଛନ୍ତି। କାରଣ ଏହାବି ଦେଖାଯାଇଛି ସଂକ୍ରମିତ ହେବାର କିଛିଦିନ ପରେ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହୋଇଯାଉଛି। ଏଣୁ ଦ୍ୱିତୀୟ ଲହର ଯେ ବିପଦଜନ ନୁହେଁ ବା ସାଧାରଣ ତାହା କୁହାଯାଇ ପାରିବନି ବୋଲି ଡା.ପଲ ଗତ ଏପ୍ରିଲ ୭ ତାରିଖ ଦିନ କହିଥିଲେ। ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଇପିଡେମିୟୋଲଜିର ନିର୍ଦ୍ଦେଶକ ଡା.ମନୋଜ ଭି.ମୁଢିକର ମଧ୍ୟ ଡା.ପଲଙ୍କ କଥାକୁ ସମର୍ଥନ କରିଛନ୍ତି। 

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସହଯୋଗ ମିଳିଲେ ଦ୍ୱିତୀୟ ଲହରର ବିପଦ ଆକଳନ କରାଯାଇପାରିବ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ସେମାନଙ୍କର କହିବା କଥା ହେଲା ସ୍ୱାସ୍ଥ୍ୟମନ୍ତ୍ରାଳୟ ଦୈନିକ ସକ୍ରିୟ ମାମଲା ଓ ମୃତ୍ୟୁ ସଂଖ୍ୟା ଘୋଷଣା କରୁଛନ୍ତି, ହେଲେ ସକ୍ରିୟ ଓ ମୃତ୍ୟୁରେ ଆକ୍ରାନ୍ତଙ୍କ ବୟସ ତଥ୍ୟ ଦେଉ ନାହାନ୍ତି। ଯଦି ଏହି ତଥ୍ୟ ମିଳିପାରନ୍ତା ତେବେ ଦ୍ୱିତୀୟ ଲହର କେତେ ଗୁରୁତର ତାହା ସହଜରେ ଅନୁମାନ କରାଯାଇପାରନ୍ତା ବୋଲି ସେମାନେ କହିଛନ୍ତି।

   Related Posts