Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ସୁବର୍ଣ୍ଣପୁରରେ କୋଭିଡ୍-୧୯ ହସପିଟାଲ, ଆଉ ଦୁଇଟି ସ୍ଥାନରେ ନମୁନା ପରୀକ୍ଷଣ

15/04/2020 at 10:33 PM

ଭୁବନେଶ୍ବର୧୫.୦୪- କୋଭିଡ୍‌-୧୯ ବିରୋଧରେ ସଂଗ୍ରାମକୁ ଅଧିକ ଦୃଢ଼ କରିବା ଲକ୍ଷ୍ୟରେ ରହିଥିବା ରାଜ୍ୟ ସରକାର ଭିତ୍ତିଭୂମିକୁ ଆହୁରି ବଢାଇଛନ୍ତି  । ସ୍ବତନ୍ତ୍ର କୋଭିଡ-୧୯ ହସପିଟାଲ ତାଲିକାରେ ସାମିଲ ହୋଇଛି ସୁବର୍ଣ୍ଣପୁର । ତାସହ ଆଉ ଦୁଇଟି ସ୍ଥାନରେ କରୋନା ନମୁନା ପରୀକ୍ଷଣ ସୁବିଧା ଉପଲବ୍ଧ ହୋଇଛି ।

 ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍‌ପିଟାଲ୍‌ ଓ ଭୁବନେଶ୍ବରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ କୋଭିଡ୍‌-୧୯ ପରୀକ୍ଷଣ ଆରମ୍ଭ ହୋଇଛି । କୋଭିଡ୍‌-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇବା ଫଳରେ ମହ୍ଗଲଭାରରୁ ବୁଧବାର ଅପରାହ୍ନ ସୁଦ୍ଧା ସର୍ବାଧିକ ୮୦୩ଟି କୋଭିଡ୍‌-୧୯ ନମୂନା ପରୀକ୍ଷା କରାଯାଇଛି । ସେହିପରି ବୁଧବାର  ସୁବର୍ଣ୍ଣପୁର ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୧୯ଟି ଜିଲ୍ଲାରେ ୨୧ଟି କୋଭିଡ୍‌-୧୯ ହସ୍ପିଟାଲ କାର୍ଯ୍ୟ କରୁଛି ଏବଂ ସମୁଦାୟ ଶଯ୍ୟା ସଂଖ୍ୟା-୩୬୨୦କୁ ବୃଦ୍ଧି ପାଇଛି ।

   Related Posts