Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଶସ୍ତା ହେଲା ଦେଶୀ କରୋନା ଟିକା, କୋଭିସିଲ୍ଡ ପରେ ଭ୍ୟାକସିନ୍‌ର ମୂଲ୍ୟ ହ୍ରାସ କଲା ଭାରତ ବାୟୋଟେକ୍‌

29/04/2021 at 6:35 PM

ନୂଆଦିଲ୍ଲୀ ୨୯/୪: କୋଭିସିଲ୍ଡ ପରେ ଦେଶୀ ଟିକା କୋଭାକ୍ସିନ୍‌ର ମୂଲ୍ୟ ହ୍ରାସ ହୋଇଛି। ଏବେ ରାଜ୍ୟଙ୍କୁ ୪୦୦ ଟଙ୍କା ପ୍ରତି ଡୋଜ୍‌ରେ ମିଳିବ କୋଭାକ୍ସିନ୍‌ ଟିକା। ପ୍ରଥମେ ରାଜ୍ୟ ସରକାରଙ୍କ ପାଇଁ ଏହି ଦାମ ଡୋଜ୍‌ ପ୍ରତି ୬୦୦ ଟଙ୍କା ଥିଲା। ପବ୍ଲିକ୍‌ ହେଲ୍ଥ ସିଷ୍ଟମରେ ଦୃଢ଼ତା ଆଣିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି। 

ଏହା ପୂର୍ବରୁ ରାଜ୍ୟ ସରକାରଙ୍କ ପାଇଁ କୋଭିସିଲ୍ଡ ଟିକାର ଦାମ ୧୦୦ ଟଙ୍କା କମାଇଥିଲା କମ୍ପାନୀ। ପୂର୍ବରୁ ୪୦୦ ଟଙ୍କା ପ୍ରତି ଡୋଜ୍‌ ମିଳିବ ବୋଲି ଧାର୍ଯ୍ୟ ହୋଇଥିବା ବେଳେ ୧୦୦ ଟଙ୍କା କମ୍‌ କରି ରାଜ୍ୟ ସରକାରଙ୍କୁ ଏବେ ଏହି ଟିକା ୩୦୦ ଟଙ୍କାରେ ମିଳିପାରିବ ବୋଲି କମ୍ପାନୀ ଘୋଷଣା କରିଥିଲା। କୋଭିସିଲ୍ଡ ଏବଂ କୋଭାକ୍ସିନ୍‌ ଟିକା ମୂଲ୍ୟ ନିର୍ଦ୍ଧାରଣ ହେବା ପରେ ଦାମକୁ ନେଇ ଦ୍ବନ୍ଦ୍ବ ଉପୁଜିଥିଲା।

ବହୁ ରାଜ୍ୟ ଦାମ୍‌ କମ୍‌ କରିବାକୁ ଦାବି କରିଥିଲେ। ଏହି ପରିସ୍ଥିତିରେ କେନ୍ଦ୍ର ସରକାର ମଧ୍ୟ ଦାମ କମାଇବାକୁ କମ୍ପାନୀକୁ ଅପିଲ୍‌ କରିଥିଲେ । କମ୍ପାନୀ ପକ୍ଷରୁ କେନ୍ଦ୍ର, ରାଜ୍ୟ ଏବଂ ମେଡିକାଲ୍‌ ପାଇଁ ଟିକାର ମୂଲ୍ୟ ଅଲଗା ଅଲଗା ରଖାଯାଇଛି। କିଛି ରାଜ୍ୟ ଏହି ଦାମକୁ ସମାନ ଭାବେ ଲାଗୁ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି।

କମ୍ପାନୀ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ‘ଭାରତ ବାୟୋଟେକ୍‌ ଦେଶରେ କରୋନା ମହାମାରୀର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚିନ୍ତିତ। ପବ୍ଲିକ୍‌ ହେଲ୍ଥ କେୟାର ସିଷ୍ଟମ ସାମ୍ନାରେ ବଡ଼ ଆହ୍ବାନ୍‌କୁ ଦେଖି ଆମେ ରାଜ୍ୟ ସରକାରଙ୍କ ପାଇଁ ଏହି ଟିକାକୁ ୪୦୦ ଟଙ୍କା ପ୍ରତି ଡୋଜ୍‌ରେ ଉପଲବ୍ଧ କରାଇବୁ।’

   Related Posts