Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

କୋଭିସିଲ୍ଡ ପରେ ପହଞ୍ଚିଲା କୋଭାକ୍ସିନ୍‌, ଭୁବନେଶ୍ୱରକୁ ଆସିଲା ୨୦ହଜାର ଡୋଜ୍‌

13/01/2021 at 9:28 AM

ଭୁବନେଶ୍ବର ୧୩।୦୧: କରୋନା ଲଢେଇରେ ଆଉ ପାଦେ । ପହଞ୍ଚିଲା କରୋନା ଟିକା କୋଭାକ୍ସିନ୍‌ । ଭୁବନେଶ୍ୱରରେ ଆଜି ଆସିଛି ପହଞ୍ଚିଛି କରୋନା ଟିକା କୋଭାକ୍ସିନ୍‌ । ପ୍ରାୟ ୨୦ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି । ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌ । ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର ବା ଟିକା ଭଣ୍ଡାରରେ ରଖାଯାଇଛି। ଏଠାରୁ ରାଜ୍ୟର ବିଭିନ୍ନ ଟୀକାକରଣ କେନ୍ଦ୍ରକୁ ଟିକା ପଠାଯିବ। କେନ୍ଦ୍ର ସରକାର ମୋଟ୍ ୫୫ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା କିଣିବାକୁ ଅର୍ଡର ଦେଇଥିବା ବେଳେ ସେଥିରୁ ଓଡ଼ିଶାରେ ପହଞ୍ଚିଛି ୨୦ ହଜାର । କୋଭାକ୍ସିନ୍ ଡୋଜ୍ ପିଛା ୨୯୫ ଟଙ୍କା ଦାବି କରିଛି ଭାରତ ବାୟୋଟେକେ । ଗତକାଲି ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିଥିଲା କୋଭିସିଲ୍ଡ ଟିକା । ୧୬ରୁ ରାଜ୍ୟର ୧୬୨ କେନ୍ଦ୍ରରେ ଆରମ୍ଭ ହେବ ଟିକା କରଣ । ପ୍ରଥମ ଦିନ ୧୬ ହଜାର ବୟସ୍କ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ । ପ୍ରତି କେନ୍ଦ୍ରରେ ଦୈନିକ ଶହେ ଜଣକୁ ଟିକା ଦିଆଯିବ ।

ସୂଚନାଯୋଗ୍ୟ ଯେ,  ରାଜ୍ୟରେ ଗତକାଲିଠାରୁ ପହଞ୍ଚିଛି କରୋନା ଟିକା । ପ୍ରଥମ କରି ସିଧା କମ୍ପାନୀରୁ କରୋନା ଟିକା କୋଭିସିଲଡ ରାଜ୍ୟକୁ ଆସିଛି । ମଙ୍ଗଳବାର ଅପରାହ୍ନରେ ଏୟାର ପୋର୍ଟରୁ  କଡା ବ୍ୟବସ୍ଥା ବଳୟ  ଭିତରେ ରାଜ୍ୟ ଟିକା ଷ୍ଟୋରକୁ ଆଣାଯାଇଥିଲା। ଏହାପରେ ଜିଲ୍ଲା ଷ୍ଟୋରକୁ କୋଲଡ ​ଚେନ ଜରିଆରେ ପଠାଯାଇଛି। ଯେତିକି ଟିକା ଆସିଛି , ସେଥିରେ ପ୍ରାୟ ୧ ଲକ୍ଷ ୯୧ ହଜାର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦିଆଯିବ। ବୟସ୍କ ଓ କୋଭିଡ ସଂକ୍ରମଣ ଅଧିକ ଥିବା ସ୍ଥାନର ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଧାନ୍ୟ ଦିଆଯିବ। ଏପଟେ ଦ୍ବିତୀୟ ପ୍ରର୍ଯ୍ୟାୟ ତାଲିକା ୨୫ ତାରିଖ ସୁଦ୍ଧା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

  

   Related Posts