କମିଲା କୋଭାକ୍ସିନ୍ ଦର, ରାଜ୍ୟକୁ ଡୋଜ୍ ପିଛା ୪ଶହ ଟଙ୍କାରେ ଦେବ କମ୍ପାନୀ

Published By : Prameya-News7 Bureau | April 30, 2021 IST

ନୂଆଦିଲ୍ଲୀ ୩୦।୦୪: କମିଲା କୋଭାକ୍ସିନ୍ ଦର । ଏଣିକି ରାଜ୍ୟକୁ ଡୋଜ୍ ପିଛା ୪ଶହ ଟଙ୍କାରେ କୋଭାକ୍ସିନ୍ ଟିକା ଯୋଗାଇଦେବ ଭାରତ ବାୟୋଟେକ। ଆଗରୁ ଟିକାର ଦାମ୍ ରାଜ୍ୟ ପାଇଁ ୬ ଶହ ଟଙ୍କା ଥିଲା । ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ଦର କମାଇଥିବା ବେଳେ , ଏବେ ଭାରତ ବାୟୋଟେକ କୋଭାକ୍ସିନ୍ ଦର କମାଇଛି ।

ସେପଟେ ରାଜ୍ୟକୁ ଟିକା ସପ୍ଲାଏ ପାଇଁ ରାଜ୍ୟ ସରକାର ୨ ଟିକା ଉତ୍ପାଦନକାରୀ କମ୍ପାନିକୁ ଯୋଗାଯୋଗ କରିଛନ୍ତି। ଏହା ଅନୁଯାୟୀ ଖୁବ ଶୀଘ୍ର କୋଭାକ୍ସିନ ଟିକା ରାଜ୍ୟରେ ପହଞ୍ଚିବ। ମେ ୩୧ ସୁଦ୍ଧା ରାଜ୍ୟରେ ୫ ଲକ୍ଷ କୋଭାକ୍ସିନ ଟିକା ପହଞ୍ଚିବ। ଜୁନ୍ ୧୫ ସୁଦ୍ଧା ବାକି ୫ ଲକ୍ଷ ୩୪ ହଜାର ଟିକା ପହଞ୍ଚିବ। ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ ଟିକା ପାଇଁ ରାଜ୍ୟ ସରକାର ଅର୍ଡର କରିଛନ୍ତି। ସେହିପରି ୩ କୋଟି ୭୭ ଲକ୍ଷ କୋଭିସିଲ୍ଡ ଟିକା ଆଣିବା ଲାଗି ରାଜ୍ୟ ସରକାର ସେରମ ଇନଷ୍ଟିଚ୍ୟୁଟକୁ ମଧ୍ୟ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.