ଖୁବଶୀଘ୍ର ଦେଶୀ କରୋନା ଭ୍ୟାକ୍‌ସିନ୍‌ର ଶେଷ ପର୍ଯ୍ୟାୟ ଟ୍ରାଏଲ୍, ଫେବୃଆରୀ ପର୍ଯ୍ୟନ୍ତ ଆସିପାରେ Covaxin

Published By : Prameya-News7 Bureau | October 22, 2020 IST

ନୂଆଦିଲ୍ଲୀ ୨୨।୧୦: ବେକାବୁ କରୋନା । ଅଣାୟତ୍ତ ସଂକ୍ରମିତଙ୍କ ସଂଖ୍ୟା । ଗତକିଛି ଦିନ ହେଲା ଭାରତରେ କରୋନା ଗ୍ରାଫ ହ୍ରାସ ପାଇବାରେ ଲାଗିଥିବା ବେଳେ ବିଶ୍ୱର ଅନେକ ଦେଶରେ କୋଭିଡ଼ର ୨ୟ ସଂସ୍କରଣ ଆସିସାରିଛି । ଯାହାକି ଅତ୍ୟନ୍ତ ଭୟଙ୍କର ବୋଲି ଅନୁମାନ କରାଯାଉଛି । ଏସବୁ ଭିତରେ ବିଶ୍ୱର ପ୍ରାୟତଃ ଦେଶ କରୋନାକୁ ମାତ୍‌ ଦେବା ପାଇଁ ଭ୍ୟାକସିନ୍‌ ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିଛି ଦେଶର ଭ୍ୟାକ୍‌ସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅନେକ  ଏବେ ଭ୍ୟାକସିନ୍‌ ପ୍ରସ୍ତୁତ କରିସାରିଛନ୍ତି । ଯେପରି ରୁଷ୍‌ , ବିଶ୍ୱର ପ୍ରଥମ କରୋନା ଭ୍ୟାକସିନ୍‌ ପ୍ରସ୍ତୁତ କରିଛି ବୋଲି ରୁଷ୍‌ ସରକାର ଦାବି କରିଛନ୍ତି । କିନ୍ତୁ ତାହା କେତେ ଫଳପ୍ରଦ , ତାହା କହିବା ସ୍ପଷ୍ଟ ନୁହେଁ । ଭାରତ ମଧ୍ୟ କରୋନା ଭ୍ୟାକସିନ୍‌ ଦୌଡରେ ବେଶ୍‌ ଆଗରେ ରହିଛି ।

{"id":348776,"sizeSlug":"large"}

ଭାରତରେ ଦେଶୀ ଭ୍ୟାକସିନ୍‌ Covaxinର ଶେଷ ପର୍ଯ୍ୟାୟ ଟ୍ରାଏଲ୍‌ ଖୁବଶୀଘ୍ର ହେବାକୁ ଯାଉଛି । ଭାରତ ବାୟୋଟେକ୍‌କୁ ଡ୍ରଗ ରେଗୁଲେଟର ପକ୍ଷରୁ ଫେଜ୍‌ ୩ର ଟ୍ରାଏଲ ପାଇଁ ଅନୁମତି ମିଳିସାରିଛି । ମଙ୍ଗଳବାର ଦିନ DCGIର ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏହି ବୈଠକରେ  Covaxinର ଶେଷ ଟ୍ରାଏଲ ଶେଷ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ମିଳିସାରିଛି । DCGI ପକ୍ଷରୁ  ପ୍ରୋଟକୋଲରେ ଅଳ୍ପ ସୁଧାର କରାଯାଇଛି । ଭାରତରେ ହେବାକୁ ଥିବା ଆଗାମୀ  ଟ୍ରାଏଲରେ  ପ୍ରାୟ ୨୫ହଜାର ଲୋକ ସାମିଲ ହେବାର ଆଶଙ୍କା ରହିଛି । ସମସ୍ତଙ୍କୁ ୨୮ଦିନ ଅନ୍ତରାଳରେ ଭ୍ୟାକସିନ୍‌ର ୨ଟି ଡୋଜ୍‌ ଦିଆଯିବ । ପ୍ରାରମ୍ଭିକ ଟ୍ରାଏଲରେ ଭ୍ୟାକସିନ୍‌ ଟ୍ରାଏଲର ଫଳାଫଳ ବେଶ ଭଲ ଆସିଛି । ଯାହାକି କରୋନା ବିରୋଧରେ ଲଢେଇ ପାଇଁ ସହାୟକ ହେବ । କୋଭାକ୍ସିନ ଦେଶର ପ୍ରଥମ ସ୍ୱଦେଶୀ କରୋନା ଭ୍ୟାକସିନ୍‌ । ଏହା ଭାରତ ବାୟୋଟେକ୍‌, ICMR ସହିତ ମିଶି ପ୍ରସ୍ତୁତ କରାଯାଇଛି ।

ସୂଚନାନୁଯାୟୀ, ଭାରତ ବାୟୋଟେକ୍‌ Covaxinର ଶେଷ ଟ୍ରାଏଲ୍‌ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଞ୍ଜାବ ଓ ଆସାମରେ କରାଯିବାର ଯୋଜନା ରଖାଯାଇଛି । କମ୍ପାନୀ ପକ୍ଷରୁ ଫେବୃଆରୀ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍‌ର ପରିଣାମ ଆସିପାରେ ବୋଲି ଆଶା କରାଯାଉଛି । ଏହା ପରେ ସୀକୃତି ଓ ମାର୍କେଟିଂ ପାଇଁ ଅନୁମତି ପାଇଁ ଆପ୍ଲାଏ କରାଯିବ । ଯଦି ସରକାରଙ୍କ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳେ, ତେବେ ଏହା ସାଧାରଣ ଲୋକଙ୍କୁ ଦିଆଯିବ । ଯାହାକି ସରକାର ବ୍ଲୁ-ପ୍ରିଣ୍ଟ କରିଛନ୍ତି ବୋଲି ଘୋଷଣା କରିସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତରେ କୋଭାକ୍ସିନ ବ୍ୟତୀତ ଆଉ ୨ଟି ଟୀକା ନିଜ ନିଜ ପରୀକ୍ଷଣର ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି । ସେ ୨ଟି ହେଉଛି- ସେରମ୍‌ ଇନଷ୍ଟିଚ୍ୟୁଟ ଟୀକା କୋଭାସିଲ୍ଡ ଏବଂ ଜାୟଡ଼ସ କୋଡିଳାର ZyCov-D ରହିଛି । ଏହାବ୍ୟତୀତ ଅନ୍ୟକେତେକ କମ୍ପାନୀ ମଧ୍ୟ ନିଜ ନିଜ ଟୀକା ପରୀକ୍ଷଣ ଜାରି ରଖିଛନ୍ତି । କିଛି ମଧ୍ୟ ବିଦେଶୀ କମ୍ପାନୀଙ୍କ ସହିତ ବୁଝାମଣା କରିଛନ୍ତି । ତେବେ ଆଗାମୀ ଦିନରେ ଦେଖିବାକୁ ରହିଲା , କେଉଁ ସଂସ୍ଥା ପ୍ରଥମେ କରୋନା ଭ୍ୟାକ୍‌ସିନ୍‌ ଦେଶରେ ପ୍ରସ୍ତୁତ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.