Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆସିଲା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଫଳାଫଳ, ୭୭.୮ ପ୍ରତିଶତ ପ୍ରଭାବୀ ଭାରତ ବାୟୋଟେକ ଭ୍ୟାକସିନ

22/06/2021 at 4:43 PM

ନୂଆଦିଲ୍ଲୀ ୨୨/ ୦୬ : ସ୍ବଦେଶୀ କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ରିପୋର୍ଟ ସାମ୍ନାକୁ ଆସିଛି । କୋଭାକ୍ସିନା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଏହା ପ୍ରାୟ ୭୭.୮ ପ୍ରତିଶତ ଫଳପ୍ରଦ ବୋଲି ଜଣାପଡିଛି । ଭାରତ ବାୟୋଟେକ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏ ନେଇ ରିପୋର୍ଟ ଦାଖଲ କରାଯାଇଛି । କୋଭାକ୍ସିନ ଟିକା ତିଆରି କରୁଥିବା କମ୍ପାନୀ ଭାରତ ବାୟୋଟେକ ମଙ୍ଗଳବାର ସକାଳେ ଏହାର କ୍ଲିନିକାଲ ଟ୍ରାଏଲ ଡାଟାକୁ ଡ୍ରଗ କନଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI)କୁ ପ୍ରଦାନ କରିଥିଲା ।

କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ଫଳାଫଳ ମିଳିବା ପରେ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (SEC) ଏକ ଜରୁରୀ ବୈଠକ କରିଥିଲା । ଭାରତ ବାୟୋଟେକ ଦ୍ବାରା ଦିଆଯାଇଥିବା ଡାଟାକୁ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (SEC) ତର୍ଜମା କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ କୌଣସି ସ୍ବୀକୃତି ପ୍ରଦାନ କରାଯାଇନାହିଁ । ଆଗକୁ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି (SEC) ଏହାର ଡାଟାକୁ ଡ୍ରଗ କନଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI)ଙ୍କୁ ପ୍ରଦାନ କରିବ ।

ସୂଚନାଯୋଗ୍ୟ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଫଳାଫଳ ଆସିବା ପୂର୍ବରୁ ପ୍ରାୟ ୫ ମାସ ହେଲା ଜରୁରୀକାଳୀନ ଭିତ୍ତିରେ ଏହାକୁ ଲୋକମାନଙ୍କୁ ଦିଆଯାଉଛି । ବିନା ପରୀକ୍ଷଣରେ ଲୋକମାନଙ୍କୁ ଟିକା ଦିଆଯିବାକୁ ନେଇ ସେତେବେଳେ ବିବାଦ ମଧ୍ୟ ଦେଖାଯାଇଥିଲା । କିନ୍ତୁ ବର୍ତ୍ତମାନ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ ଫଳାଫଳ ଆସିଛି ଏବଂ ମଣିଷ ଶରୀରରେ ଏହା ପ୍ରାୟ ୭୭.୮ ପ୍ରତିଶତ ପ୍ରଭାବୀ ବୋଲି ସୂଚନା ମିଳିଛି ।

 ଭାରତରେ ବର୍ତ୍ତମାନ ସୁଦ୍ଧା ୨ଟି ଭ୍ୟାକସିନକୁ ଟିକାକରଣ ଅଭିଯାନରେ ସାମିଲ କରାଯାଇଛି । ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କୋଭିସିଲଡ୍ ଏବଂ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ହେଉଥିବା କୋଭାକ୍ସିନ ବର୍ତ୍ତମାନ ଦେଶବାସୀଙ୍କ ପାଇଁ ସଞ୍ଜୀବନୀ ପାଲଟିଛି । ଏହି ୨ ଟିକାକୁ ଜରୁରୀକାଳୀନ ଭିତ୍ତିରେ ମଞ୍ଜୁରୀ ମିଳିଥିଲା । କିନ୍ତୁ ତୃତୀୟ ପର୍ଯ୍ୟାୟ ଫଳାଫଳ ଆସିନଥିବାରୁ ୨ ଭ୍ୟାକସିନକୁ ନେଇ ବିବାଦ ଦେଖାଦେଇଥିଲା ।

   Related Posts