ବ୍ରିଟେନ-ବ୍ରାଜିଲ ଷ୍ଟ୍ରେନ ବିରୋଧରେ ପ୍ରଭାବଶାଳୀ କୋଭାକ୍ସିନ୍: ICMR

Published By : Prameya-News7 Bureau | April 21, 2021 IST

ନୂଆଦିଲ୍ଲୀ୨୧/୪: ସବୁଠି କରୋନା ଭୂତାଣୁକୁ ନେଇ ହାହାକାର ପରିସ୍ଥିତି । ଏହାରି ଭିତରେ ଟିକାକରଣକୁ ନେଇ କିଛି ଆଶ୍ୱସ୍ତିକର ଖବର ଆସିଛି । ବ୍ରିଟେନ ଷ୍ଟ୍ରେନ୍ ଏବଂ ବ୍ରାଜିଲ ଷ୍ଟ୍ରେନ୍ ବିରୋଧରେ ବେଶ୍ ପ୍ରଭାବଶାଳୀ କୋଭାକ୍ସିନ୍ । ଏହି ଯୁକ୍ତି କରିଛି ICMR । ICMR ପକ୍ଷରୁ କୁହାଯାଇଛି ଯେ, ଭାରତରେ ପ୍ରସ୍ତୁତ କୋଭାକ୍ସିନ କରୋନାର ସମସ୍ତ ମ୍ୟୁଟାଣ୍ଟ ଉପରେ ଭାରି ପଡିବ ।

ଭାରତର ଏହି କରୋନା ଟିକା ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଛି । କରୋନାର ଦ୍ୱିତ୍ୱୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟ ଦୃତଗତିରେ ବଢିଚାଲିଥିଲା ବେଳେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଲକ୍ଷ ନିକଟତର ହୋଇଛି ।

wp:html /wp:html

ଏହି ସମୟରେ ସଂକ୍ରମିତ ହେଉଥିବା ରୋଗୀଙ୍କ ଭିତରୁ ଅଧିକାଂଶ ଲୋକଙ୍କ ଭିତରେ ବ୍ରାଜିଲ ଏବଂ ବ୍ରିଟେନ ଷ୍ଟ୍ରେନ୍ ଦେଖାଯାଉଥିବା ଜଣାପଡିଛି । ଏହା ସହିତ ଭାରତରେ ବର୍ତମାନ ଦେଖାଯାଉଥିବା ଡବଲ ମ୍ୟୁଟାଣ୍ଟ ବିରୁଦ୍ଧରେ ମଧ୍ୟ ଫଳପ୍ରଦ ବୋଲି ଆଇସିଏମଆର କହିଛନ୍ତି । ଏହା ଏକ ବଡ ସଫଳତା ବୋଲି ଆଇସିଏମଆର ର ଏକ ଅଧ୍ୟୟନରୁ ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.