Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

Covaxinକୁ ଜରୁରି ଉପଯୋଗ ସୂଚୀରେ ସାମିଲ ଲାଗି ନିଷ୍ପତ୍ତି ଅଗଷ୍ଟରେ: WHO

10/07/2021 at 7:06 PM

ନୂଆଦିଲ୍ଲୀ ୧୦।୭:  ଦେଶରେ କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହର ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ପ୍ରକୋପ କ୍ରମଶଃ ଶାନ୍ତ ହୋଇ ଆସୁଥିଲେ ହେଁ ବିଶେଷଜ୍ଞ ଲହର ସମ୍ପୂର୍ଣ୍ଣ ସମାପ୍ତ ହୋଇନଥିବା କହୁଛନ୍ତି। ଇତି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ସୂତ୍ରରୁ ଆସୁଥିବା ସୂଚନାରେ ଭାରତ ବାୟୋଟେକ ପ୍ରସ୍ତୁତ ଦେଶର ପ୍ରଥମ ଘରୋଇ କରୋନା ଭାକ୍ସିନ କୋଭାକ୍ସିନକୁ ଏମାର୍ଜେନ୍ସୀ ଉପଯୋଗ ସୂଚୀରେ ସାମିଲ ଲାଗି ଆଉ କିଛି ସମୟ ଲାଗି ପାରେ ବୋଲି ଜଣାପଡିଛି। 

ଡବ୍ଲୁଏଚଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମିନାଥନ ଭାରତରେ ଏପର୍ଯ୍ୟନ୍ତ ଉପଯୋଗ ହେଉଥିବା କୋଭାକ୍ସିନକୁ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଜରୁରି ଉପଯୋଗ ସୂଚୀଭୁକ୍ତ କରାଯାଇ ପାରେ ବୋଲି ଆଶାପୋଷଣ କରିଛନ୍ତି। ଏକ ୱେବିନାରକୁ ସମ୍ବୋଧିତ କରିବା ଅବସରରେ ଡବ୍ଲୁଏଚଓଙ୍କ ମଞ୍ଜୁରି ଲାଗି ଏକ ନିଶ୍ଚିତ ପ୍ରକ୍ରିୟାର ପାଳନ ହୋଇଥାଏ ବୋଲି କହିଛନ୍ତି। ଏହି କାଳରେ କମ୍ପାନୀମାନଙ୍କୁ ଟ୍ରାଏଲ ଡାଟା, ସୁରକ୍ଷା ଡାଟା, ନିର୍ମାଣର କ୍ୱାଲିଟି ଡାଟା ଆଦି ଉପସ୍ଥାପନ କରିବାକୁ ପଡିଥାଏ। ତେବେ ଭାରତ ବାୟୋଟେକ ଏହି ସମସ୍ତ ଔପଚାରିକତା ଅନେକ ପୂର୍ବରୁ ପୂରଣ କରିସାରିଛନ୍ତି।

ସେ କହିଛନ୍ତି ଯେ କୋଭାକ୍ସିନର ପରୀକ୍ଷଣରୁ ହିଁ ଏହାର ପରିଣାମ ବେଶ ସନ୍ତୋଷଜନକ ରହିଛି। ଏଣୁ ଏହାକୁ ଡବ୍ଲୁଏଚଓଙ୍କ ମଞ୍ଜୁରି ମିଳିବାର ଆଶା ବଢିଯାଇଛି। ତେବେ ସ୍ୱାମିନାଥନ କୋଭିଡ-୧୯ ନେଇ ପୁଣି ଥରେ ବିଶ୍ୱବାସୀଙ୍କୁ ସତର୍କ କରିଛନ୍ତି। ଏଥିରେ ପୁଣି ଥରେ ବିଭିନ୍ନ ଦେଶରେ ସଂକ୍ରମଣ ବଢୁଥିବା ନେଇ ସେ ସତର୍କ କରାଇଛନ୍ତି। ଏଥିରୁ ବିଶ୍ୱରୁ କରୋନା ଭାଇରସ ମହାମାରୀ ସମ୍ପୂର୍ଣ୍ଣ ସମାପ୍ତ ହୋଇ ନଥିବା ସେ କହିଛନ୍ତି।

   Related Posts