Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

covaxin ସମ୍ପୂର୍ଣ୍ଣ ସୁରକ୍ଷିତ, ସହନୀୟ ଓ ପ୍ରତିରକ୍ଷା ବର୍ଦ୍ଧକ : Lancet study

22/01/2021 at 7:03 PM

ନୂଆଦିଲ୍ଲୀ ୨୨।୧: କରୋନା ମୁକାବିଲା ଲାଗି ଭାରତ ବାୟୋଟେକ ଓ ଆଇସିଏମଆର ବିକଶିତ କୋଭିଡ ଟିକା ନେଇ ଲାନସେଟ୍ ଜର୍ଣ୍ଣାଲ ରିପୋର୍ଟ ଆସିଛି। ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲ ତଥ୍ୟ ସମୀକ୍ଷା ଆଧାରରେ  ଲାନସେଟ୍‌ ଇନଫେକ୍ସିୟସ ଡିଜିଜ୍ ଜର୍ଣ୍ଣାଲ ଏହି ରିପୋର୍ଟ ପ୍ରକାଶ କରିଥିବା ବେଳେ କୋଭିଡ ନିୟନ୍ତ୍ରଣରେ ଭାକ୍ସିନ  ସବୁଠୁ ସୁରକ୍ଷିତ ବୋଲି ସୂଚିତ କରିଛନ୍ତି।

ଏହି ଟିକା କେବଳ ପ୍ରତିରକ୍ଷା ବର୍ଦ୍ଧକ ନୁହେଁ ଏହା ସହନୀୟ ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଲାଗି ନାମପଞ୍ଜିକରଣ କରିଥିବା ସ୍ୱେଚ୍ଛାସେବୀଙ୍କ ଠାରେ ଟିକା ବିନା କୌଣସି ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ବୃଦ୍ଧି କରିଥିବାର ଅଧ୍ୟାୟନରୁ ଜଣାପଡିଛି।

ଭାରତ ସରକାରଙ୍କ ଦ୍ୱାରା ମେଡିକାଲ କାଉନସିଲ (ଆଇସିଏମଆର) , ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି(ଏନଆଇଭି) ପୁଣେଙ୍କ ସହ ମିସି ଭାରତ ବାୟୋଟେକ ଏହି ଟିକାକୁ ବିକଶିତ କରିଛନ୍ତି। ଯାହାକୁ ଭାରତ ସରକାର କ୍ଲିନିକାଲ ଟ୍ରାୟଲ ମୋଡରେ ଜରୁରିକାଳୀନ ଉପଯୋଗ ଅଥରାଇଜେସନ ପ୍ରଦାନ କରିଛନ୍ତି।

ଏବେ ଏହି ଟିକା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲରେ ପହଞ୍ଚିସାରିଥିବା ବେଳେ ଚଳିତମାସ ପ୍ରାରମ୍ଭରେ ସରକାରଙ୍କ ନିୟାମକ ଏହାକୁ ଜରୁରିକାଳୀନ ଉପଯୋଗ ମଞ୍ଜୁରି ଦେଇଥିଲେ। ତେବେ ସେତେବେଳେ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଥିବା ବେଳେ ଲାନସେଟ୍‌ ଜର୍ଣ୍ଣାଲର ରିପୋର୍ଟରୁ ଏହା ଦୂର ହୋଇଛି।

ଭ୍ୟାକ୍ସିନ କୋଡ ନେମ୍‌ ବିବିଭି-୧୫୨ର ସବୁ ଡୋଜକୁ ପ୍ରତ୍ୟେକ ସମୂହ ସହନ କରିପାରିଥିବା ବେଳେ କୌଣସି କ୍ଷେତ୍ରରେ କେହି ଟିକା ସମ୍ପର୍କିତ ସ୍ୱାସ୍ଥ୍ୟଗତ ଜଟିଳତା ପ୍ରତିକୂଳ ଅଭିଯୋଗ କରିନାହାନ୍ତି। ଅଧ୍ୟୟନ କାଳରେ କିଛି ପ୍ରତିକୂଳ ଘଟଣା ସାମ୍ନାକୁ ଆସିଥିଲା। ତେବେ ଏପରି ପ୍ରତିକ୍ରିୟା ସାମାନ୍ୟ ଓ ମଧ୍ୟମ ଥିଲା। ଏଥିରେ ଗୋଟିଏ ପ୍ରତିକୂଳ ପ୍ରତିକ୍ରିୟା ଚର୍ଚ୍ଚାର ବିଷୟ ପାଲଟିଥିଲା। ହେଲେ ଏହା ଟିକା ସମ୍ପର୍କିତ ନଥିଲା ବୋଲି ଅଧ୍ୟୟନକାରୀ ଗବେଷକମାନେ ଉଲ୍ଲେଖ କରିଛନ୍ତି।

ଟିକା ବିବିଭି-୧୫୨ର ନିରାପତ୍ତା ଓ ପ୍ରତିରକ୍ଷା ଆକଳନ ନିମନ୍ତେ ଦେଶର ୧୧ଟି ହସ୍ପିଟାଲରେ ଏହାର ପ୍ରଥମ ପର୍ଯ୍ୟାୟ କ୍ଲନିକାଲ ଟ୍ରାୟଲ ହୋଇଥିଲା। ୧୮ରୁ ୫୫ ବର୍ଷ ବୟସ୍କ ଆୟୁ ବର୍ଗର ସମୂହଙ୍କଠାରେ ଏହି ପ୍ରୟୋଗ ହୋଇଥିବା ବେଳେ ଯାହାଙ୍କୁ ପରବର୍ତ୍ତି ପର୍ଯ୍ୟାୟରେ ଡାକ୍ତରମାନେ ସ୍ୱସ୍ଥ ରିପୋର୍ଟ ପ୍ରଦାନ କରିଛନ୍ତି। ପରୀକ୍ଷଣରେ ସ୍ୱେଚ୍ଛାସେବୀଙ୍କୁ ୧୪ ଦିନ ଅନ୍ତରରେ ୨ଟି ଇଣ୍ଟ୍ରାମୁସ୍କୁଲାର ଡୋଜ ଦିଆଯାଇଥିଲା।

ତେବେ ସମସ୍ତଙ୍କ କ୍ଷେତ୍ରରେ ଏହା ସହନୀୟ ବୋଲି ପ୍ରମାଣିତ ହୋଇଥିବା ବେଳେ ପ୍ରତିରକ୍ଷା ଉଦ୍ରେକକାରୀ ତଥା ସୁରକ୍ଷିତ ପ୍ରମାଣିତ ହୋଇଥିବା ଅଧ୍ୟୟନ କରିଥିବା ଗବେଷକ ଉଲ୍ଲେଖ କରିଛନ୍ତି। ତେବେ ଏହି ଟିକା ନେବାରେ ସବୁଠାରୁ ଅଧିକ ପ୍ରତିକୂଳ ଅଭିଯୋଗ ହେଲା ଟିକାନେବା ସ୍ଥାନରେ ଯନ୍ତ୍ରଣା, ପରେ ମୁଣ୍ଡ ବିନ୍ଧିବା ଓ ଜ୍ୱର ହେବା ସାଙ୍ଗକୁ ଥକ୍କା ଲାଗିବା ବୋଲି ଜଣାପଡିଛି।

ଏହି ଟିକା ପ୍ରସ୍ତୁତି ଲାଗି ନୋଭେଲ କରୋନା ଭାଇରସ ନମୁନାକୁ ରସାୟନିକ ଉପାୟରେ ଚିକିତ୍ସା କରି ଭୂତାଣୁକୁ ପ୍ରଜନନ ଅକ୍ଷମ କରିଥାଏ। ଏହି ପ୍ରକ୍ରିୟାରେ କରୋନା ଭାଇରସର ସ୍ପାଇକ୍‌ ପ୍ରୋଟିନ ସହ ଭାଇରାସ ପ୍ରୋଟିନ ଛାଡିଥାଏ। ଯାହାକୁ ଭୂତାଣୁ ମାନବ କୋଷରେ ପ୍ରବେଶ ଲାଗି ବ୍ୟବହାର କରିଥାଏ। ଟିକାର ଭାଇରାଲ ପ୍ରୋଟିନ ପ୍ରତିରକ୍ଷା ପ୍ରଣାଳୀକୁ ସକ୍ରିୟ କରିଥାଏ ଓ ପ୍ରକୃତ ସଂକ୍ରମଣକାରୀ ଭୂତାଣୁ ସହ ଭବିଷ୍ୟତରେ ସଂକ୍ରମଣ ଲାଗି ଲୋକଙ୍କୁ ପ୍ରସ୍ତୁତ କରିଥାଏ ।

ଭାରତ ବାୟୋଟେକଙ୍କ ଅନୁସାରେ ଏହି ନିଦାନକୁ ଅତି କମରେ ଏକ ସପ୍ତାହ ପର୍ଯ୍ୟନ୍ତ ରୁମ୍ ତାପମାତ୍ରାରେ ସୁରକ୍ଷିତ ରଖି ହେବ ବୋଲି କହିଛନ୍ତି।

   Related Posts