ବିଏମ୍ସିରେ କୋଭାକ୍ସିନ୍, ଅନ୍ୟ ସ୍ଥାନରେ କୋଭିସିଲ୍ଡ଼ : ପରିବାର କଲ୍ୟାଣ ନିର୍ଦ୍ଦେଶକ
13/01/2021 at 2:49 PM

ଭୁବନେଶ୍ୱର 1୩।୦୧: ଓଡିଶାରେ ଆଜି ପହଞ୍ଚିଛି କରୋନା ଟିକା କୋଭାକ୍ସିନ୍ । ତେବେ ଏହି କୋଭିକ୍ସିନ୍ ଟିକାକୁ ବିଏମ୍ସି ଅଞ୍ଚଳରେ ଦିଆଯିବ । ସେହିପରି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ କୋଭିସିଲ୍ଡ ଟିକା ଦିଆଯିବ । ସମସ୍ତ ଜିଲ୍ଲାକୁ କୋଭିସିଲ୍ଡ଼ ଟିକା ପଠାସରିଛି । ରାଜ୍ୟରେ ୩,୩୮,୭୭୬ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦିଆଯିବ କରୋନା ଭାକସିନ୍ । ପ୍ରଥମ ପର୍ଯ୍ୟାୟରେ ୧, ୯୨,୫୫୫ଜଣଙ୍କୁ କରୋନା ଟିକା ଦିଆଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ସୂଚନା ।
ଖବର ଅନୁଯାୟୀ, ରାଜ୍ୟରେ ଆସନ୍ତା ୧୬ତାରିଖରୁ କରୋନା ଟିକାକରଣ କାର୍ଯ୍ୟକ୍ରମ କରାଯିବ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ତେବେ ଏହି ପ୍ରରିପେକ୍ଷୀରେ ଗତକାଲି ରାଜ୍ୟରେ କରୋନା ଟିକା କୋଭିସିଲ୍ଡ ଆସି ପହଞ୍ଚିଥିଲା । ଯାହାକୁ କଡ଼ା ସୁରକ୍ଷାମଧ୍ୟରେ ବିଭିନ୍ନ ଜିଲ୍ଲାକୁ ପଠାସରିଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ଟିକା ଦିଆଯିବ । ରାଜ୍ୟକୁ କୋଭିସିଲ୍ଡ଼ ପରେ କୋଭାକ୍ସିନ୍ ଆସି ପହଞ୍ଚିଛି । ବୁଧବାର ଦିନ କୋଭାକ୍ସିନ ଟିକା ଓଡିଶାରେ ପହଞ୍ଚିଛି । ତେବେ ଆସିଥିବା କୋଭିକ୍ସିନ୍ ଟିକାକୁ ବିଏମ୍ସି ଅଞ୍ଚଳରେ ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ କୋଭିସିଲ୍ଡ଼ ଟିକା ଦିଆଯାଉଥିବା ବେଳେ ବିଏମ୍ସି ଅଞ୍ଚଳରେ କୋଭାକ୍ସିନ୍ ଟିକା ଦିଆଯିବ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।